ନବୀନ ପଟ୍ଟନାୟକଙ୍କ ନୂଆ ଟିମ୍, ମନ୍ତ୍ରୀ ଭାବେ ଶପଥ ନେଲେ ଏମାନେ; ଜାଣନ୍ତୁ ସେମାନେ କିଏ

Spread the love
ଭୁବନେଶ୍ୱର, ୦୫/୦୬/୨୦୨୨ (ସନ୍ଧାନ ନିଉଜ) : ଶପଥ ନେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ଟିମ୍ । ମନ୍ତ୍ରିମଣ୍ଡଳର ହେଉଛି ନବକଳେବର । ଲୋକସେବା ଭବନର କନ୍‌ଭେନ୍‌ସନ୍ ହଲ୍‌ରେ ଶପଥ ନେଉଛନ୍ତି ନୁଆ ମନ୍ତ୍ରମଣ୍ଡଳ । ଏହି ସମାରୋହରେ ରାଜ୍ୟର ସମସ୍ତ ବିଧାୟକଙ୍କ ସମେତ ପାଖାପାଖି ୫୦୦ ଅତିଥି ଯୋଗ ଦେଇଛନ୍ତି । ରାଜ୍ୟପାଳ ଗଣେଶୀ ଲାଲ ମନ୍ତ୍ରୀ ମାନଙ୍କୁ ଶପଥ ଗ୍ରହଣ କରାଉଛନ୍ତି । ପଦ ଓ ଗୋପନୀୟତାର ଶପଥ ନେଉଛନ୍ତି ମନ୍ତ୍ରୀ । ଏଥିରେ ୧୩ଜଣ କ୍ୟାବିନେଟ୍ ଓ ୮ଜଣ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ଅଛନ୍ତି।
ଜଗନ୍ନାଥ ସାରକା – ଅନୁସୂଚିତ ଜାତି ଓ ଜନଜାତି ଏବଂ ପଛୁଆବର୍ଗ ବିକାଶ ମନ୍ତ୍ରୀ ,
ନିରଞ୍ଜନ ପୂଜାରୀ- ଅର୍ଥ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ
ରଣେନ୍ଦ୍ର ପ୍ରତାପ ସ୍ୱାଇଁ- କୃଷି, ମସô ଏବଂ ପଶୁପାଳନ ମନ୍ତ୍ରୀ
ପ୍ରମିଳା ମଲ୍ଲିକ- ରାଜସ୍ୱ ଓ ବିପର୍ଯ୍ୟସ୍ତ ପରିଚାଳନା ବିଭାଗ ମନ୍ତ୍ରୀ
ଉଷା ଦେବୀ- ଗୃହ ଏବଂ ସହରୀକରଣ ମନ୍ତ୍ରୀ
ଟୁକୁନି ସାହୁ – ଜଳ ପରିଚାଳନା ବାଣିଜ୍ୟ ପରିବହନ ବିଭାଗ ମନ୍ତ୍ରୀ
ପ୍ରଫୁଲ୍ଲ ମଲ୍ଲିକ- ଷ୍ଟିଲ ଆଣ୍ଡ ମାଇନିଂ ବିଭାଗ ମନ୍ତ୍ରୀ
ପ୍ରତାପ କେଶରୀ ଦେବ- ଶିଳ୍ପ ଏବଂ ଶକ୍ତି ମନ୍ତ୍ରୀ
ଅତନୁ ସବ୍ୟସାଚୀ ନାୟକ – ଖାଉଟି ଏବଂ କଲ୍ୟାଣ ବିଭାଗ
ପ୍ରଦୀପ କୁମାର ଅମାତ୍- ଜଙ୍ଗଲ ଓ ପରିବେଶ, ପଂଚାୟତ ରାଜ ଏବଂ ପାନୀଜଳ ଯୋଗାଣ, ସୂଚନା ଓ ପ୍ରସାରଣ ବିଭାଗ ମନ୍ତ୍ରୀ
ନବକିଶୋର ଦାସ – ସ୍ୱାସ୍ଥ ଓ ପରିବାର କଲ୍ୟାଣ ମନ୍ତ୍ରୀ
ଅଶୋକ ଚନ୍ଦ୍ର ପଣ୍ଡା  – ବିଜ୍ଞାନ ଏବଂ ପ୍ରଯକ୍ତିବିଦ୍ୟା, ସାମଜିକ ଏବଂ ସଶକ୍ତିକରଣ ଭିନ୍ନକ୍ଷମ କଲ୍ୟାଣ ମନ୍ତ୍ରୀ
ରାଜେନ୍ଦ୍ର ଢୋଲକିଆ- ପ୍ଲାନିଂ ଏବଂ କନଭଜେନିସ୍ ମନ୍ତ୍ରୀ
ସେହିପରି ରାଷ୍ଟ୍ରମନ୍ତ୍ରୀ ଭାବେ
ସମୀର ରଞ୍ଜନ ଦାଶ – ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ
ଅଶ୍ୱିନୀ କୁମାର ପାତ୍ର – ପ୍ରର୍ଯ୍ୟଟନ, ଓଡିଆ ଭାଷା ସାହିତ୍ୟ ସଂସ୍କୃତି, ଅବକାରୀ ବିଭାଗ ମନ୍ତ୍ରୀ
ପ୍ରୀତିରଞ୍ଜନ ଘଡ଼େଇ – ଗ୍ରାମ୍ୟ ଓ ଦକ୍ଷତା ବିକାଶ ମନ୍ତ୍ରି
ଶ୍ରୀକାନ୍ତ ସାହୁ – ଶ୍ରମ ବିଭାଗ ମନ୍ତ୍ରୀ
ତୁଷାରକାନ୍ତି ବେହେରା – ଯୁବ ଓ କ୍ରୀଡା ବ୍ୟାପାର, ଇଲେକ୍ରୋଟ୍ରୋନି୍କ ବିଭାଗ ମନ୍ତ୍ରୀ, ଗୃହ ବିଭାଗ ମନ୍ତ୍ରୀ
ରୋହିତ ପୂଜାରୀ – ଉଚ୍ଚଶିକ୍ଷା ବିଭାଗ
ରୀତା ସାହୁ – ହସ୍ତତନ୍ତ ଏବଂ କୁଟୀରଶିଳ୍ପ ବିଭାଗ ମନ୍ତ୍ରୀ
ବାସନ୍ତୀ ହେମ୍ବ୍ରମ – ମହିଳା ଓ ଶିଶ ବିକାଶ ଏବଂ ମିଶନ ଶକ୍ତି ବିଭାଗ ମନ୍ତ୍ରୀ 

 

 

Related Posts

About The Author

Add Comment