ଦ୍ୱିତୀୟ ଥର ପାଇଁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ହେବେ ପୁଷ୍କର ସିଂ ଧାମି

Spread the love
ନୂଆଦିଲ୍ଲୀ, ୨୧/ ୦୩ (ସନ୍ଧାନ ନିଉଜ) କିଏ ହେବେ ଉତ୍ତରାଖଣ୍ଡରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ । ତାହା ଉପରୁ ହଟିଛି ସସପେନ୍ସ । ପୁଣି ଥରେ ପୁଷ୍କର ସିଂ ଧାମି ରାଜ୍ୟର ମୁଖ୍ୟମନ୍ତ୍ରୀ ହେବେ । ବିଜେପି ବିଧାୟକ ଦଳ ବୈଠକରେ ପୁଷ୍କର ସିଂ ଧାମି ସର୍ବସମ୍ମତିରେ ନେତା ନିର୍ବାଚିତ ହୋଇଛନ୍ତି ।

ବିଜେପିର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ତଥା କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ କେନ୍ଦ୍ର ବିଦେଶ ରାଷ୍ଟ୍ରମନ୍ତ୍ରୀ ମୀନାକ୍ଷୀ ଲେଖିଙ୍କ ଉପସ୍ଥିତିରେ ପୁଷ୍କର ସିଂ ଧାମି ବିଜେପି ବିଧାୟକ ଦଳ ନେତା ନିର୍ବାଚିତ ହୋଇଛନ୍ତି ।

ତେବେ ବିଜେପି ବିଧାୟକ ଦଳ ନେତା ନିର୍ବାଚିତ ହେବା ପରେ ପ୍ରତିରକ୍ଷା ମନ୍ତ୍ରୀ ଟ୍ୱିଟ କରି ଧାମିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ରାଜନାଥ ସିଂ ଟ୍ୱିଟ କରିଛନ୍ତି ଯେ, ମୋର ବିଶ୍ୱାସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନ ଏବଂ ପୁଷ୍କର ସିଂ ଧାମିଙ୍କ ନେତୃତ୍ୱରେ ଉତ୍ତରାଖଣ୍ଡ ପ୍ରଗତି କରିବ ।

Related Posts

About The Author

Add Comment