ସୁନ୍ଦରଗଡ ତା:୨୯/୯/୨୦୨୬(ସନ୍ଧାନ ନ୍ୟୁଜ) ଗୋରୁ ଚୋରିର ବଢୁଥିବା ଆତଙ୍କ ଏବଂ ପ୍ରଶାସନର ନୀରବତା ଏକ ଗମ୍ଭୀର ସାମାଜିକ ଓ ସୁରକ୍ଷା ଜନିତ ସମସ୍ୟା ଅଟେ। ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପୂର୍ବରୁ ମଧ୍ୟ ସଶସ୍ତ୍ର ଗୋରୁ ଚୋରା ଚାଲାଣ ର଼୍ୟାକେଟ ସକ୍ରିୟ ଥିବା ନେଇ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି, କିନ୍ତୁ ଗ୍ରାମାଞ୍ଚଳରେ ଲଗାତାର ଏଭଳି ଘଟଣା ଘଟିବା ଚାଷୀ ଓ ଗୋପାଳକମାନଙ୍କ ଜୀବିକା ପ୍ରତି ବଡ଼ ବିପଦ ସୃଷ୍ଟି କରୁଛି। ଏହି ଗୋରୁ ଚୋରା ଚାଲାଣ ର଼୍ୟାକେଟ ବାଲି ଶଙ୍କରା ବ୍ଲକ ଟିଲେଇକାନି ପଞ୍ଚାୟତର ସିକାଯୋର୍ ଅଞ୍ଚକ୍ରେ ସକ୍ରିୟ ହେବାରେ ଲାଗିଛନ୍ତି । ସୂଚନା ଅନୁସାରେ ତିଳେଇକାନି ପଞ୍ଚାୟତ ଶିକାଜୋର ବିଭିନ୍ନପଡା ରେ ଏକ ବର୍ଷ ରେ ୫୦ପରିବାର ରେ ଚୋରି ହୋଇଥିବା ଘଟଣା ସାମ୍ନା କୁ ଆସିଛି । ଏଥିପ୍ରତି ବାରମ୍ବାର ଲିଖିତ ଅଭିଯୋଗ ହୋଇଥିଲେ ମଧ୍ୟ ତାର ସୁଫଳ ମିଳି ପାରି ନ ଥିବା ଅଞ୍ଚଳବାସୀ ପ୍ରକାଶ କରିଛନ୍ତି । ଅଞ୍ଚଲରେ ସୁରକ୍ଷା ପ୍ରତି ଧ୍ୟାନ ନ ଦେବା କାରଣରୁ ଏହି ଚୋରି ହେଉଥିବା ବୁଦ୍ଧିଜୀବୀ ମହଲରେ ଚିନ୍ତା ବଢ଼ାଇବାରେ ଲାଗିଛି । ଜଣେ ଗରିବ ଚାଷୀ ଗାଈଗୋରୁ ହରାଇ ନିଶହାୟ ହୋଇ ପଡ଼ିବା ସହିତ ପରିବାରଙ୍କ ପାଇ ଆଗାମୀଦିନରେ ପରିସ୍ଥିତି ଅସମ୍ଭାଳ ହେବାର ଅନୁମାନ କରାଯାଉଥିବା ସୂତ୍ରରୁ ପ୍ରକାଶ। ଅତିଶୀଘ୍ର ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।
ବାଲିଶଙ୍କରା ବ୍ଲକ ତିଲେଇକାନି ପଞ୍ଚାୟତ ଶିକାଯୋର ଅଞ୍ଚଳରେ ବର୍ଷକ ଭିତରେ ୫୦ ପରିବାରରୁ ଗୋରୁ ଚୋରି
|
September 29, 2026 |



