ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠା ଉଚ୍ଚବ ପାଇଁ ୧୭ତମ ପ୍ରସ୍ତୁତି ବୈଠକ.

Spread the love

ଚଣ୍ଡିଖୋଲ  ୧୦/୮/୨୬ (ସନ୍ଧାନ ନ୍ୟୁଜ) (ସାପ୍ର)-ବଡ଼ଚଣା ବ୍ଲକ ଭୂଷଣ୍ଡପୁର ପଂଚାୟତ ଖଣ୍ଡିଆବନ୍ଧରେ ନୂତନ କରି ନିର୍ମିତ ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠା ଉଚ୍ଚବ ପାଇଁ ଏକ ପ୍ରସ୍ତୁତି ବୈଠକ ରବିବାର ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି.ମନ୍ଦିର ଟ୍ରଷ୍ଟର ଉପଦେଷ୍ଟା ଚନ୍ଦନ କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ କମିଶନରେଟ ପୋଲିସର ବରିଷ୍ଠ ଅଧିକାରୀ ଅମିତାଭ ମହାପାତ୍ର,ମର୍କତ୍ତ ନଗର ଥାନା ଅଧିକାରୀ ଅସିତ ବଳବନ୍ତରାୟ, ଅବସରପ୍ରାପ୍ତ ପ୍ରାଧ୍ୟାପକ ବିନାୟକ ପଣ୍ଡା, ପଣ୍ଡିତ ବିଜୟ କର ଓ ଲଘୁ ଖଣିଜ ପରିବହନ ସଙ୍ଘ ସଭାପତି ଅଜାମ୍ବର ସାହୁ ପ୍ରମୁଖ ଯୋଗଦେଇ ଶେଷ ପର୍ଯ୍ୟାରରେ ପହଂଚିଥିବା ମନ୍ଦିର ନିର୍ମାଣ କାର୍ଯ୍ୟ ଉପରେ ଆଲୋଚନା କରିଥିଲେ. ଜଗନ୍ନାଥ ଆଶ୍ରିତ ପ୍ରକାଶ କୁମାର ସାହୁ ଆଉ ଦୁଇ ମାସ ଭିତରେ ବାକି ରହିଯାଇଥିବା କାର୍ଯ୍ୟ ସମ୍ପୂର୍ଣ ହୋଇଯିବ ବୋଲି ବୈଠକରେ ସୂଚନା ଦେଇଥିଲେ. ପଣ୍ଡିତ ବିଜୟ କୁମାର କରଙ୍କ ମତରେ ୨୦୨୭ ଫେବୃଆରୀ ୨୮ ତାରିଖ ମନ୍ଦିର ପ୍ରତିଷ୍ଠା ଉଚ୍ଚବ ପାଇଁ ସର୍ବୋତମ ଦିନ ଓ ସେହିଦିନ ମନ୍ଦିର ପ୍ରତିଷ୍ଠା ପାଇଁ ସର୍ବସମ୍ମତି କ୍ରମେ ବୈଠକରେ ସ୍ଥିର କରାଗଲା.ସଭ୍ୟ ଅନନ୍ତ କୁମାର ଦାସ ପୂର୍ବ ବିବରଣୀ ସହିତ ପୂର୍ବ ବୈଠକରେ ଆଗତ ବିଭିନ୍ନ ପ୍ରସ୍ତାବ ଗୁଡିକ ପାଠ କରି ସମସ୍ତଙ୍କୁ ଅବଗତ କରାଇଥିଲେ.ବରିଷ୍ଠ ସଭ୍ୟ ଧନେଶ୍ୱର ସ୍ୱାଇଁ ବିଗତ ୬ମାସର ଆୟ ଓ ବେୟର ହିସାବ ବୈଠକରେ ରଖିଥିଲେ.ମନ୍ଦିର ପୂର୍ଣ୍ଣାଙ୍ଗ ପାଇଁ ଆଉ କିଛି ଅର୍ଥର ଆବଶକ୍ୟତା ରହିଅଛି ବୋଲି ଅମିତାଭ ମହାପାତ୍ର କହିବା ସହ ବିଭିନ୍ନ ବଦାନ୍ୟ ବ୍ୟକ୍ତି, ସଙ୍ଘ, ଅନୁଷ୍ଠାନ ଓ ଟ୍ରଷ୍ଟର ସମସ୍ତ ସଭ୍ୟ ମାନେ ମିଳିମିଶି ଏହି ଅର୍ଥ ଯୋଗାଡ କରିବାକୁ ପରାମର୍ଶ ଦେଇଥିଲେ.ଶେଷରେ ପ୍ରାଧ୍ୟାପକ ବିନାୟକ ପଣ୍ଡା ବୈଠକରେ ଉପସ୍ଥିତ ଥିବା ସମସ୍ତ ଜଗନ୍ନାଥ ପ୍ରେମୀଙ୍କୁ ସାଧୁବାଦ ଦେବା ସହ ମନ୍ଦିର ନିର୍ମାଣରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ. ଅନ୍ୟ ମାନଙ୍କ ମଧ୍ୟରେ ଯାଜପୁରର ଆଲେକ ଜାଣ୍ଡର ଦାସ, ଶିଳ୍ପପତି ଦିଲ୍ଲୀପ କୁମାର ପାଢ଼ୀ,ଚିତ୍ତରଞ୍ଜନ ମହାପାତ୍ର, ବିଭୁତିଭୂଷଣ ଜେନା, ମୁସୁଲ ହାଁସଦା, ଅଜୟ କୁମାର କର,ସନ୍ତୋଷ ରାଉତ, ପ୍ରଶାନ୍ତ କୁମାର ଜେନା, ଦେବେନ୍ଦ୍ର ମହାନ୍ତି, ପବିତ୍ର କୁମାର ରାଉତ, ବଳରାମ ନାୟକ, ବୀରେନ୍ଦ୍ର କୁମାର ମିଶ୍ର,ଶ୍ରୀନିବାସ ଜେନା, ଅଭୟ ସାମଲ, ହେମନ୍ତ ମହଲା, ପୁଷ୍ପରାଜ ନାୟକ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ.

Related Posts

About The Author

Add Comment