ସୁନ୍ଦରଗଡ଼ ତା:୧୯-୦୭-୨୦୨୬ରିଖ (ସନ୍ଧାନ ନ୍ୟୁଜ )ଚାକିରୀ କରି ଦେବା ନାଁ ରେ ଜଣେ ବ୍ୟକ୍ତି ୩୭ବର୍ଷ ର ଯୁବକଙ୍କ ଠାରୁ ଚାରି ଲକ୍ଷ ସତଚାଲିସି ହଜାର ଟଙ୍କା ଠକି ନେଇଥିବା ନେଇ ଆଜି ଯୁବକ ଜଣକ ତଲସରା ଥାନା ରେ ଲିଖିତ ଅଭିଯୋଗ କରିଥିବା ସୂଚନା ମିଳିଛି l ସୂଚନା ଅନୁସାରେ ତଲସରା ଥାନା ଅନ୍ତର୍ଗତ ବାଲିଶଙ୍କରା (ଭାଟିପଡା )ଗ୍ରାମ ର ଜଗଦିଶ ଏକ୍କା (୩୭)ଜଣେ ଗରିବ ପରିବାର ହୋଇଥିବା ବେଳେ କିଞ୍ଜିରକେଲା ଥାନା ଅନ୍ତର୍ଗତ କୁଲବା ଗ୍ରାମ ର ଗିରିଶ ଚନ୍ଦ୍ର ପଟେଲ ନାମକ ଜଣେ ବ୍ୟକ୍ତି ଜଗଦିଶ ଏକ୍କା ଙ୍କ ପାଇଁ ଏକ ଚାକିରୀ କରେଇ ଦେବି କହି ଜଗଦୀଶ ଏକ୍କା ଙ୍କ ଠାରୁ ଚାରି ଲକ୍ଷ ସତଚାଲିସି ହଜାର ଟଙ୍କା ଠକି ନେଇଥିବା ନେଇ ଆଜି ଜଗଦିଶ ଏକ୍କା ତଲସରା ଥାନା ରେ ଏକ ଲିଖିତ ଅଭିଯୋଗ କରିଥିବା ସୂଚନା ମିଳିଛି l ତିନି ଚାରି ବର୍ଷ ହେଲାଣି ମୁଁ ଗିରିଶ ଚନ୍ଦ୍ର ପଟେଲ ଙ୍କୁ ଫୋନ ପେୟ ରେ ଟଙ୍କା ଦେଇଛି ବୋଲି କହିଛନ୍ତି ଜଗଦିଶ ଏକ୍କା l ବିଭିନ୍ନ ସମୟରେ ଏପରି ଠକେଇ ଅଭିଯୋଗ ତଳସରା ନିର୍ବାଚନ ମଣ୍ଡଳୀରେ ଲାଗିରହିଥିବା ଦେଖିବାକୁ ମିଳିଛି । କିଛି ଅସାମାଜିକଙ୍କ କଥାରେ ପଡି ଗରିବ ଶ୍ରେଣୀର ଲୋକଙ୍କ ପରିବାର ସର୍ବହରା ହେଉଥିବା ସୂଚନା ରହିଛି । ଅନେକ ସମୟରେ ଏସବୁ ପ୍ରସଙ୍ଗ କୁ ନେଇ ଜୀବନ ହାରିଥିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ଏସବୁ ବିଷୟକୁ ନେଇ ପ୍ରଶାସନ ତରଫରୁ ସଚେତନତା କାର୍ଯ୍ୟକ୍ରମ ହେବା ନିହାତି ଜରୁରୀ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।ଲିଖିତ ଅଭିଯୋଗ ପାଇ ତଳସରା ଥାନା ଅଧିକାରୀ ଏହି ବିଷୟ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଜଣା ପଡିଛି l
ଚାକିରୀ ପ୍ରଲୋଭନ ଦେଇ ୪ ଲକ୍ଷ ୪୭ ହଜାର ଟଙ୍କା ଠକି ନେଲେ, ତଲସରା ଥାନା ରେ ଲିଖିତ ଅଭିଯୋଗ l
|
July 19, 2026 |



