ଘରେ ପଶି ଗୁଳି କରି ବ୍ୟବସାୟୀ କୁ ହତ୍ୟା : ତଦନ୍ତ ଅବ୍ୟାହତ 

Spread the love
ବାଲିଗୁଡ଼ା, ୧୭/୦୯.(ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ରେବିଙ୍ଗିଆ ଗ୍ରାମରେ ଗୁରୁବାର  ରାତି ୮ଟା ସମୟରେ ନବଘନ ସାହୁ ନାମକ ଜଣେ ବ୍ୟବସାୟୀ ଙ୍କ ଘରେ ପଶି ଗୁଳି କରି ହତ୍ୟା ହୋଇଥିବା ଖବର ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ପଡ଼ିଶା ଘରେ ରହୁଥିବା ଭୀମ ବେହେରା ନାମକ ଜଣେ ଯୁବକ ହଠାତ  ଘର ଭିତରେ ପଶି  ଏକ ଦେଶୀ ବନ୍ଧୁକ ରେ ନବଘନ ର ଛାତି କୁ ଗୁଳି କରି ହତ୍ୟା କରିଥିଲା। ଘଟଣାର ପ୍ରକୃତ କାରଣ ଜଣାପଡ଼ିନାହିଁ l ନବଘନକୁ ସଙ୍ଗେ ସଙ୍ଗେ ବାଲିଗୁଡା ମେଡିକାଲକୁ ଅଣାଯାଇଥିଲା, ସେଠାର କିନ୍ତୁ ଡାକ୍ତର ମୃତ୍ୟୁ ଘୋଷଣା କରିଛନ୍ତି l ଖବର ପାଇ ବାଲିଗୁଡା ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଅବ୍ୟାହତ ରଖିଛି l

Related Posts

About The Author

Add Comment