ଏସଜି କଲେଜ ସ୍ମାର୍ଟ କ୍ଲାସ ରୁମ ନିର୍ମାଣ କାର୍ଯ୍ୟରେ ଅନିୟମିତତା

Spread the love

ଯାଜପୁରସଦର : ୨୦/୪/୨୬ (ସନ୍ଧାନ ନ୍ୟୁଜ )  ଦଶରଥପୁର ବ୍ଲକ କନିକାପଡା ପଞ୍ଚାୟତସ୍ତ ସାଧୁଗୌରେଶ୍ୱର (ଏସଜି କଲେଜ ) ମହାବିଦ୍ୟାଳୟରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୮୩ ଲକ୍ଷ ୯୭ ହଜାରେ ୭୧୯ ଟଙ୍କା ବ୍ୟୟ ଅଟକଳରେ ଏକ ଆଡିଶନାଲ ସ୍ମାର୍ଟ କ୍ଲାସ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି | ଏହି ଘର ନିର୍ମାଣ ପାଇଁ ବିଭାଗ ପକ୍ଷରୁ ଆର ନାରାୟଣ କନଷ୍ଟ୍ରକସନ ନାମକ ଠିକା ସଂସ୍ଥାକୁ ଦାୟିତ୍ୱ ପ୍ରଦାନ କରାଯାଇ ଥିବା ବେଳେ ଏହି କାର୍ଯ୍ୟ ୫-୩-୨୬ ରୂ ଆରମ୍ଭ ହୋଇ ୪-୧୨-୨୬ ରିଖ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ନିର୍ଦେଶ ରହିଛି | ମାତ୍ର ବର୍ତ୍ତମାନ ଉକ୍ତ ଘର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଘର ନିର୍ମାଣ କାର୍ଯ୍ୟରେ ବ୍ୟାପକ ଅନିୟମିତତା ଦେଖିବା ପାଇଁ ମିଳିଛି | ଯେଉଁ ବାଲି ଘରର ଫିଲଙ୍ଗ କାର୍ଯ୍ୟରେ ବ୍ୟବହୃତ ହୋଇଥାଏ ସେପରି ବାଲିରେ ଘରର ନିର୍ମାଣ କାର୍ଯ୍ୟ କରାଯାଉଥିବା ବେଳେ ଏହି ବାଲିରେ ମୁଣ୍ଡା ମୁଣ୍ଡା ମାଟି ମିଶା ରହିଥିବା ଦେଖିବା ପାଇଁ ମିଳିଛି | ସେହିପରି ଘର ପାଇଁ ପାଇଲିଙ୍ଗ ପିଲାର ଖୋଳା ଯାଇ ଢ଼ଳେଇ ପକାଯାଇ ଥିବା ବେଳେ ଢ଼ଳେଇ କାର୍ଯ୍ୟରେ ଅତ୍ୟନ୍ତ ନିମ୍ନ ମାନର ସିମେଣ୍ଟ ବ୍ୟବହାର କରାଯାଇ ଥିବା ବେଳେ ଏଷ୍ଟିମେଟ ଅନୁଯାଇ ସିମେଣ୍ଟ ଦିଆଯାଇ ନଥିବା ନେଇ ସାଧାରଣରେ ଅଭିଯୋଗ ହୋଇଛି | କାର୍ଯ୍ୟ ତଦାରଖ କରିବା ପାଇଁ ବିଭାଗୀୟ ଜେଇ ଆସୁଥିବା ସମୟରେ ତାଙ୍କ ସମ୍ମୁଖରେ ନିୟମ ଅନୁଯାଇ ଠିକାଦାର ଜଣକ ଅତି ଚତୁରତାର ସହ କାର୍ଯ୍ୟ କରୁଥିବା ବେଳେ କାର୍ଯ୍ୟ ସ୍ଥଳରୁ ଜେଇ ପଳାଇ ଯିବା ପରେ ଠିକାଦାର ସବୁ ଆଇନକୁ ଉଲଂଘନ କରି ଅତି ନିମ୍ନ ମାନର ଭାବେ କାର୍ଯ୍ୟ କରୁଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି | ଶିକ୍ଷାବିତ ଓ ବୁଦ୍ଧିଜୀବୀ ମାନଙ୍କ ଅଭିଯୋଗ ଅନୁଯାଇ ଏହି କାର୍ଯ୍ୟକୁ ତଦାରଖ କରିବା ପାଇଁ ମହାବିଦ୍ୟାଳୟର ଅଧକ୍ଷ ଏକ ତଦାରଖ କମିଟି ଗଠନ କରି ଉକ୍ତ କାର୍ଯ୍ୟର ତଦାରଖ କରନ୍ତୁ ବୋଲି ଶିକ୍ଷାବିତ ଓ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି | ବହୁ ପ୍ରତିକ୍ଷୀତ ପରେ ଏହି ମହାବିଦ୍ୟାଳୟର ଶ୍ରେଣୀ ଗୃହ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର ହୋଇଥିବା ବେଳେ ଶ୍ରେଣୀ ଗୃହ ନିର୍ମାଣ କାର୍ଯ୍ୟରେ କିପରି ସ୍ୱଛତା ରକ୍ଷା ହୋଇପାରିବ ସେଥିନେଇ ପୁରାତନ ଛାତ୍ର ସଂଗଠନ ପକ୍ଷରୁ ଏହା ଉପରେ ଦୃଷ୍ଟି ଦିଆଯିବ ବୋଲି ପୁରାତନ ଛାତ୍ର ସଂଗଠନ ପକ୍ଷରୁ କୁହାଯିବା ସହ ଏଥିନେଇ ଆଗାମୀ ଦିନରେ ମହାବିଦ୍ୟାଳୟର ଅଧକ୍ଷଙ୍କ ସହ ଆଲୋଚନା କରାଯାଇ କାର୍ଯ୍ୟର ତଦାରଖ କରାଯିବ ବୋଲି ମହାବିଦ୍ୟାଳୟର ପ୍ରାକ୍ତନ ଛାତ୍ର ସଂସଦ ସଭାପତି ରାକେଶ କୁମାର ସାହୁ କହିଛନ୍ତି |ତେବେ ଏହି ଗୃହ ନିର୍ମାଣ କାର୍ଯ୍ୟରେ ହେଉଥିବା ଅନିୟମିତତାର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ପୁରାତନ ଛାତ୍ର ସଂଗଠନ ପକ୍ଷରୁ ଦାବି ହୋଇଛି |

Related Posts

About The Author

Add Comment