ଏକାଅଶି ବର୍ଷ ବୃଦ୍ଧା ଙ୍କୁ ଏ ପର୍ଯ୍ୟନ୍ତ ମିଳିନି ପକ୍କାଘର l ବି.ଡି.ଓ. ଙ୍କ ଦ୍ୱାରସ୍ଥ ହୋଇ ଜଣାଇଲେ ବୃଦ୍ଧା ନିଜର ଦୁଃଖ

Spread the love

ସୁନ୍ଦରଗଡ଼ ତା:୧୮-୦୭-୨୦୨୬ରିଖ (ସନ୍ଧାନ ନ୍ୟୁଜ)ଏକାଅଶି ବର୍ଷ ବିତିଗଲାଣି ବୃଦ୍ଧା ଙ୍କୁ ମିଳିନି ପକ୍କାଘର l ଏ ନେଇ ଆଜି ବାଲିଶଙ୍କରା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କୁ ଭେଟି ନିଜର ଦୁଃଖ ଜଣାଇଥିବା ସୂଚନା ମିଳିଛି l ସୂଚନା ଅନୁସାରେ ବାଲିଶଙ୍କରା ବ୍ଲକ ତଲସରା ଗ୍ରାମ ପଞ୍ଚାୟତ ତଲସରା ସଉନାପଡା ଗ୍ରାମ ର ଏଲବିନା କିରୋ (୮୧)ଆଜି ପର୍ଯ୍ୟନ୍ତ ସରକାର ଙ୍କ ଠାରୁ ପକ୍କାଘର ଟିଏ ପାଇ ନାହାନ୍ତି l ମାଟି ଛପର ଘରରେ ସେ ଦିନ କାଟୁଛନ୍ତି l ତାଙ୍କର ଏକ ମାତ୍ର ଝିଅ ଥିଲେ ତାଙ୍କୁ ବାହା ଦେଇ ବୃଦ୍ଧା ଏକା ଅଛନ୍ତି l ଗରିବ ବୃଦ୍ଧା ହୋଇଥିବା ରୁ ସେ ଭଲ ଘର ଖଣ୍ଡେ ତିଆରି କରି ପାରୁ ନାହାନ୍ତି l ସରକାର ଙ୍କ ଠାରୁ ମିଳୁଥିବା ଜାତୀୟ ଅନ୍ନ ଯୋଜନା ରୁ ଚାଉଳ ଓ ମାସକ ରେ ଏକ ହଜାର ଭତ୍ତା ଟଙ୍କା ର ଭରସା ରେ କଷ୍ଟେ ମଷ୍ଟେ ଚଳୁଛନ୍ତି l ଏପରି ପରିସ୍ଥିତି ରେ ସେ ଘର ଟିଏ ତିଆରି କରି ପାରୁ ନ ଥିଲା ସେ କହିଛନ୍ତି l ତା ଛଡା ତାଙ୍କୁ ଏକାଅଶି ବର୍ଷ ହୋଇ ଥିବା ବେଳେ ତାଙ୍କର ଭତ୍ତା ଟଙ୍କା ଏକ ହଜାର ମିଳୁଛି l ଏ ସବୁ ସମସ୍ୟା କୁ ନେଇ ଆଜି ସେ ବାଲିଶଙ୍କରା ବ୍ଲକ ଉନ୍ନୟନ ଅଧିକାରୀ ଜ୍ୟୋତିର୍ମୟୀ ପ୍ରଧାନ ଙ୍କୁ ସାକ୍ଷାତ କରି ବୃଦ୍ଧା ଜଣକ ନିଜର ଦୁଃଖ ଜଣାଇଥିବା ସୂଚନା ମିଳିଛି l ଅଭିଯୋଗ ପାଇଲା ପରେ ବିଡିଓ ମହାଦୟା ଅତିଶୀଘ୍ର ଏହାର ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ।

Related Posts

About The Author

Add Comment