ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ନାମା

Spread the love
  •  
  •  
  •  
  •  
  •  

ବାରିପଦା ୨୧/୮/୨୦(ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା):- ବାରିପଦା ଓ ଉଦଳା ଶିକ୍ଷା ଜିଲ୍ଲାର ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ପିଛିଲା ଭାବରେ ୨୦୧୪ ମସିହାରୁ ପଞ୍ଚମ ବର୍ଗରୁ ୪ର୍ଥ ବର୍ଗକୁ ପଦୋନ୍ନତି ଦିଅ । ଉଚ୍ଚ ନ୍ୟାୟାଳୟରେ ଏନେଇ ରୁଜୁ ହୋଇଥିବା ମାମଲାର ଶୁଣାଣି କରି ହାଇକୋର୍ଟ ବିଚାରପତି ଏଭଳି ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି । ସମଗ୍ର ରାଜ୍ୟରେ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶରେ ୨୦୧୨ରୁ ୨୦୧୪ ମସିହା ମଧ୍ୟରେ କରଞ୍ଜିଆ, ରାଇରଙ୍ଗପୁର, ବେତନଟୀ ଶିକ୍ଷା ଜିଲ୍ଲାର ପ୍ରାଥମିକ ଶିକ୍ଷକଙ୍କୁ ପଦୋନ୍ନତି ଦିଆଯାଇଥିଲା । ବାରିପଦା ଓ ଉଦଳା ଶିକ୍ଷା ଜିଲ୍ଲାର ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଏଥିରୁ ବଞ୍ଚିତ ହୋଇଥିଲେ । ସୂଚନାଯୋଗ୍ୟ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଗତ ୨୦୧୯ ମସିହା ମାର୍ଚ୍ଚ ୮ରେ ପ୍ରକାଶିତ ବିଜ୍ଞାପନ ଅନୁସାରେ ଶିକ୍ଷା ଜିଲ୍ଲାଓ୍ବାରିରୁ ରାଜସ୍ବ ।ଜିଲ୍ଲାୱାରିକୁ ପଦୋନ୍ନତି ଦେବା ପାଇଁ ବ୍ୟବସ୍ଥା କରାଯାଇଥିଲା । ମୟୁରଭଞ୍ଜ ଜିଲ୍ଲାର ବିଭିନ୍ନ । ଶିକ୍ଷା ଜିଲ୍ଲାର ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଏହାର ଲାଭ ପାଇଥିବା ବେଳେ ବାରିପଦା ଓ ଉଦଳା ଶିକ୍ଷା ଜିଲ୍ଲାର ବହୁ ଗରିଷ୍ଠ ଶିକ୍ଷକ ଓ ଶିକ୍ଷୟିତ୍ରୀ ଉପଯୁକ୍ତ ପଦୋନ୍ନତିରୁ ବଞ୍ଚିତ ରହି ଥିଲେ ଏନେଇ ଉଚ୍ଚ ନ୍ୟାୟଳୟରେ ଏକ ମାମଲା ରୁଜୁ ହେବା ପରେ ଚଳିତ ମାସ ୧୪ ତାରିଖରେ ବିଚାରପତି ଉକ୍ତ ରାୟ ଦେଇଛନ୍ତି । ଏହାଦ୍ୱାରା ବାରିପଦା ଓ ଉଦଳା ଶିକ୍ଷା ଜିଲ୍ଲାର ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ମଧ୍ୟରେ । ପଦୋନ୍ନତିର ଆଶା ସଞ୍ଚାର ହୋଇଛି ଜିଲ୍ଲା ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି । ଅଦାଲତଙ୍କ ନିର୍ଦ୍ଦେଶକ୍ରମେ ୮ ସପ୍ତାହ ମଧ୍ୟରେ ୨୦୧୪ ମସିହା ମାର୍ଚ୍ଚରୁ ପଛଲା ଭାବେ ବଦ୍ଧିତ ଦରମା ଦେବା ସହ ପଦୋନ୍ନତି ଦେବାକୁ ନିର୍ଦ୍ଦେଶନାମା ଜାରି ହୋଇଛି ।

Related Posts

About The Author

Add Comment