୫୨୬ ପ୍ରାର୍ôଥ ନାମାଙ୍କନ ପତ୍ର ଦାଖଲ କଲେ

Spread the love

ଯାଜପୁର ସଦର, ୨୧/୦୧/୨୦୧୨ (ସନ୍ଧାନ ନିଉଜ): ଯାଜପୁର ଜିଲ୍ଲାରେ ପ୍ରଥମ ଦିନରେ ୫୨୬ ପ୍ରାର୍ଥି ନାମଙ୍କନ ପତ୍ର ଦାଖଲ କରିଥିବା ବେଳେ, ତହିଁ ମଧ୍ୟରୁ ୪୨୬ ଜଣ ୱାର୍ଡ଼ ସଭ୍ୟ, ସଭ୍ୟା, ୭୧ଜଣ ସରପଂଚ, ୨୬ଜଣ ସମିତି ସଭ୍ୟ, ସଭ୍ୟା ଏବଂ ୫ଜଣ ଜିଲ୍ଲା ପରିଷଦ ସଭ୍ୟ, ସଭ୍ୟା ରହିଥିବା ସୂଚନା ମିଳିଚି । ସେଥି ମଧ୍ୟରୁ ଜିଲ୍ଲା ପରିଷଦ ପ୍ରାର୍ଥି, ପ୍ରାର୍ଥିନୀ ଉପଜିଲ୍ଲାପାଳ ଶରତ ଚନ୍ଦ୍ର ମିଶ୍ରଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ, ପ୍ରଥମ ଦିନରେ ୫ଜଣ ପ୍ରାର୍ଥିନୀ ନାମାଙ୍କନ ପତ୍ର ଦାଖଲ କରିଥିବା ୩୯ଜଣ ପ୍ରାର୍ଥି ପ୍ରାର୍ଥି ପତ୍ର ଦାଖଲ ନିମନ୍ତେ ଫର୍ମ କିଣିଥିବା ସୂଚନା ମିଳିଚି । ଦାନଗଦି ବ୍ଲକରେ ପ୍ରଥମ ଦିନରେ କେହି ପ୍ରାର୍ଥି ପତ୍ର ଦାଖଲ କରିନାହାଁନ୍ତି । ରଲୁପୁର ଓ ସୁକିନ୍ଦା ବ୍ଲକରେ ପ୍ରଥମ ଦିନରେ ସମିତି ସଭ୍ୟ ପାଇଁ କେହି ପ୍ରାର୍ଥିପତ୍ର ଦାଖଲ କରିନଥିବା ଜଣାଯାଇଚି । ବଡ଼ଚଣାରେ ସରପଂଚ ୧୬, ବରୀ ୧୪, ବିଞ୍ଝାରପୁର ୯, ଦାନଗଦି ନାହିଁ, ଦଶରଥପୁର ୧୧, ଧର୍ମଶାଳା ୮, ଯାଜପୁର ୬, ରସୁଲପୁର ୫, ସୁକିନ୍ଦା ୨ ଜିଲ୍ଲାପରିଷଦ ପ୍ରାର୍ଥି ବଡ଼ଚଣା ୫, ସେହିପରି ଦ୍ୱିତୀୟ ଦିନରେ ଜିଲ୍ଲାରେ ୭ଜଣ ଜିଲ୍ଲା ପରିଷଦ ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ଦାଖଲ କରିଥିବା ବେଳେ, ୭୨ଜଣ ସରପଂଚ ପଂଚାୟତରେ ଦାଖଲ କରିଥିଲେ । ୪୧ଜଣ ସମିତି ସଭ୍ୟ ବ୍ଲକ ମାନଙ୍କରେ ଦାଖଲ କରିଥିବା ବଳେ, ୬୪୩ଜଣ ୱାର୍ଡ଼ ସଭ୍ୟ ଓ ସଭ୍ୟା ପଂଚାୟତ କାର୍ଯ୍ୟାଳୟରେ ସେମନାଙ୍କର ନାମାଙ୍କନ ପତ୍ର ଦାଖଲ କରିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ୧୭ ତାରିଖ ଠାରୁ କରାଯାଇଥିବା ନାମାଙ୍କନ ପତ୍ର ଦାଖଲ ମଙ୍ଗଳବାର ୧୮ତାରିଖ ଦିନ ଦ୍ୱିତୀୟ ଦିନରେ ନାମଙ୍କନ ପତ୍ର ଦାଖଲ ହୋଇଥିଲା । ସେଥିମଧ୍ୟରୁ ୭ଜଣ ଜିଲ୍ଲା ପରିଷଦ ସଭ୍ୟ ଦାଖଲ କରିଥିବା ବେଳେ, ୭୨ଜଣ ସରପଂଚ ପ୍ରାର୍ଥି ନାମାଙ୍କନ ପତ୍ର ଦାଖଲ କରିଥିଲେ । ୪୧ ସମିତି ସଭ୍ୟ ନାମାଙ୍କନ ଦାଖଲ କରିଥିବା ବେଳେ, ୬୪୩ ୱାର୍ଡ଼ ସଭ୍ୟ ସଭ୍ୟା ନାମାଙ୍କନ ଦାଖଲ କରିଛନ୍ତି । ଏହି ନାମାଙ୍କନ ପତ୍ର ଦାଖଲ ୧୭ରୁ ଆରମ୍ଭ କରାଯାଇ ୨୧ତାରିଖ ମଧ୍ୟରେ ଶେଷ କରାଯିବ ବୋଲି ନିର୍ବାଚନ କମିଶନ ଘୋଷଣା କରିଛନ୍ତି ।

Related Posts

About The Author

Add Comment