ବାରିପଦା, ୨୫/୯(ସନ୍ଧାନ ନ୍ୟୁଜ୍ /ଲିଙ୍ଗରାଜ ପଣ୍ଡା) : ଅର୍ଥ ଲୋଭ ମଣିଷକୁ ଅନ୍ଧ କରିଛି । ମାନବିକତା, ଦୟା, କ୍ଷମା ଭଳି ଗୁଣଠାରୁ ଦୂରେଇ ଯାଉଛି ମଣିଷ । କେବଳ ଅର୍ଥ ହିଁ ମଣିଷ ନିକଟରେ ମୁଖ୍ୟ ବସ୍ତୁଭାବେ ଉଭା ହୋଇଥିବାବେଳେ ହିତାହତ ଜ୍ଞାନ ହରାଇ ମଣିଷ ପଣିଆକୁ ଭୁଲି ନିର୍ଦ୍ଦୟ ଓ ହିଂସ୍ର ଆଚରଣ ପ୍ରଦର୍ଶନ କରୁଛି । ଏଭଳି ଏକ ଘଟଣା ମୟୁରଭଞ୍ଜ ଜି ଲୁ। କରଞ୍ଜିଆ ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି । କିଆପାଣପୋଶୀ ଗାଁରେ ସପ୍ତମ ଶ୍ରେଣୀରେ ପଢୁଥିବା ଜଣେ ୧୪ ବର୍ଷିୟ ଛାତ୍ରକୁ ମାତ୍ର ୫୦୦ ଟଙ୍କା ଚୋରି ଅଭିଯୋଗରେ ପଡୋଶୀମାନେ ପିଟି ପିଟି ମାରିଦେଇଥିବା ଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି । କରୋନା ମହାମାରୀବେଳେ ଏଭଳି ହୃଦୟବିଦାରକ ହତ୍ୟାକାଣ୍ଡ ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଅନୁଯାୟୀ, ଗ୍ରାମର ସ୍ବର୍ଗତ ଯୋଗେଶ୍ବର ବେହେରାଙ୍କ ସାନ ପୁଅ ତା’ର ମୃତ୍ୟୁ ଘଟିଥିଲା । ତାକୁ ମାରପିଟ୍ କରି ଥିବା ସମ୍ପୂକ୍ତ ମହିଳା ସ୍ବୀକାର କରିଥିଲେ ବି କିପରି ମୃତ୍ୟୁ ଘଟିଲା ତାହା ଜାଣି ନଥିବା କହିଛନ୍ତି । ଖବର ପାଇ କରଞ୍ଜିଆ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ଲାଗି ପଠାଇବା ସହିତ ସାଇଣ୍ଟିଫିକ ଟିମ୍ ସହାୟତାରେ ତଦନ୍ତ ଚଳାଇଛି । ପାରିପାର୍ଶିକ ସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ ବୋଲି ପୁଲିସ୍ ସନ୍ଦେହ କରୁଛି । ତେବେ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବା ବୋଲି ପୁଲିସ୍ ପକ୍ଷରୁ କୁହାଯାଇଛି । ନାବାଳକ ହତ୍ୟାକାଣ୍ଡକୁ ସବୁ ମହଲରେ ନିନ୍ଦା କରାଯାଇଛି ।
ତାଜା ଖବର
- ରାଜି କାରାମ ପୂଜା-ପର୍ବରେ ପ୍ରକୃତି ପ୍ରତି ଆସ୍ଥାର ଝଲକ, ୪୦ଟି ଗାଁର ଲୋକଙ୍କ ସମାଗମ
- ପବିତ୍ର ସୁନିଆ ଅବସରରେ ମା ଦୁର୍ଗାଙ୍କ ମୂର୍ତ୍ତି ନିର୍ମାଣ ମୃତ୍ତିକା ଅନୁକୂଳ
- ଶ୍ରୀ ଜଗନ୍ନାଥ ଚାରଣ ଗୋଷ୍ଟି ଓଡ଼ିଶା ପକ୍ଷରୁ ବୃକ୍ଷ ରୋପଣ।
- ବିଞ୍ଝାରପୁର ବ୍ଲକ କାର୍ଯ୍ୟାଳୟଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ
- ଯାଜପୁରର ଶିବାଙ୍ଗୀଙ୍କୁ ମିଳିଲା ତ୍ୱରିତ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହାୟତା ଏମ୍ସ ଭୁବନେଶ୍ୱରରେ ହେଲା ହାତର ଅସ୍ତ୍ରୋପଚାର
- ଜିଲ୍ଲାରେ ଜନଜାତିଙ୍କ ସର୍ବାଙ୍ଗୀଣ ବିକାଶ ଉପରେ ଗୁରୁତ୍ୱ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ବୈଠକ
- *ଯାଜପୁରରେ ରାଜ୍ୟସ୍ତରୀୟ ପାଲା ଓ ଦାସକାଠିଆ ମହୋତ୍ସବ-୨୦୨୬ ଉଦ୍ଘାଟିତ*
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ – ପେପର ଡାଉନ ଲୋଡ କରନ୍ତୁ
- ତଳସରା ଫାଟକ ଛକରେ ସ୍ବଚ୍ଛତା ହିଁ ସେବା ୨୦୨୬ ଶୁଭାରମ୍ଭ
- ବିଜୁ ପଟ୍ଟନାୟକ ମାର୍ଗରେ ଓଲଟିଲା ୧୮ ଚକିଆ ଟ୍ରଲର, ଅଳ୍ପକେ ବର୍ତ୍ତିଲେ ଚାଳକ



