୫ଟି ବାଲି ବୋଝେଇ ଗାଡି ଜବତ, ୩୪ହଜାର ଟଙ୍କା ଜରିମାନା ଆଦାୟ

Spread the love

ରସୁଲପୁର,୧୧/୦୩,(ସନ୍ଧାନ ନିୟୁଜ)  ରସୁଲପୁର ତହସିଲଦାର ଜ୍ୟୋତିକାନ୍ତ ଭୁଜବଳ ଆଜି ବଢିଭୋରୁ ବେଆଇନ ଲଘୁ ଖଣିଜ ଜାତ ପରିବହନ କରୁଥିବା ଗାଡି ଗୁଡିକ ଉପରେ ଚଢାଉ କରିଛନ୍ତି । ଏହିକ୍ରମରେ ସେ ୪ଟି ହାଇୱା ଓ ଗୋଟିଏ ୪୦୭କୁ ଜବତ କରିଛନ୍ତି । ଜବତ ଗାଡି ଗୁଡିକ ମଧ୍ୟରୁ ୩ଟି ହାଇୱାଠାରୁ ୩୦ହଜାର ଓ ୪୦୭ ଟ୍ରକରଠାରୁ ୪ହଜାରଟଙ୍କା ଜରିମାନା ଆଦାୟ କରାଯାଇଛି । ଜରିମାନା ବାବଦକୁ ମୋଟ ୩୪ହଜାର ଟଙ୍କା ଆଦାୟ କରାଯାଇଛି । ଅନ୍ୟ ଏକ ହାଇୱା ମାଲିକ ତହସିଲ କାର୍ଯ୍ୟାଳୟରେ ପହଁଚି ନଥିବାରୁ ତାଠାରୁ କୌଣସି ପାଉଣ ଆଦାୟ କରାଯାଇ ନାହିଁ । ଉକ୍ତ ହାଇୱା ଉପରେ ୧୫ହଜାର ଟଙ୍କା ଜରିମାନ ଲାଗୁ ହୋଇଛି । ତହସିଲଦାର ଏ ସମସ୍ତ ଗାଡିକୁ କୁଆଖିଆ ଛକ ନିକଟରୁ ଜବତ କରିଥିଲେ । ଏ ଦିଗରେ କୁଆଖିଆ ପୋଲିସ ପକ୍ଷରୁ ସହାୟତା ପ୍ରଦାନ କରାଯାଇଥିଲା ।

Related Posts

About The Author

Add Comment