କଟକ /୧୩/୧୧/ସନ୍ଧାନ ନିଉଜ୍ /ଜଗତପୁର ସତ୍ୟଭାମାପୁର ଠାରେ ଘଟିଥିବା ଏସ ବି ଆଇ ର ଗ୍ରାହକ ସେବା କେନ୍ଦ୍ର ରେ ଘଟିଥିବା ଡକାୟତି ଘଟଣା ର ତଦନ୍ତ କରୁଥିବା ଜଗତପୁର ପୋଲିସ କୁ ଏକ ବଡ଼ ସଫଳତା ମିଳିଛି। ଏହି ଘଟଣାରେ ପୋଲିସ ୪ ଜଣ ଡକାୟତଙ୍କୁ ଗିରଫ କରିବା ସହ ଡକାୟତି ରେ ବ୍ୟବହାର କରାଯାଇ ଥିବା ବନ୍ଧୁକ ଓ ଏକ ଖଣ୍ଡା ଏବଂ ଲୁଟ ହୋଇଥିବା ଏକ ଲକ୍ଷ ଟଙ୍କା କୁ ମଧ୍ୟ ଜବତ କରିଛି ପୋଲିସ। ପୋଲିସ ପକ୍ଷରୁ ମିଳିଥିବା ସୂଚନା ମୁତାବତ ଗତ ମାସ ୪ ତାରିଖରେ ଏହି ଡକାୟତି ଘଟିଥିଲା। ସେଦିନ ଅପରାହ୍ନ ପ୍ରାୟ ୧୨ ବେଳେ ଅଭିଯୁକ୍ତ ମାନେ ଗ୍ରାହକ ସେବା କେନ୍ଦ୍ର ଭିତରକୁ ପଶି ଗୁଳି ଚାଳନା କରିବା ସହ ସମସ୍ତ କର୍ମଚାରୀ ଙ୍କୁ ବନ୍ଧକ ରଖିଥିଲେ। ଏବଂ ଏହା ପରେ ଗ୍ରାହକ ସେବା କେନ୍ଦ୍ରରୁ ଏକ ଲକ୍ଷ୍ୟ ୩୦ ହଜାର ଟଙ୍କା ଲୁଟ କରି ନେଇଥିଲେ। ଏହି ମାମଲାର ତଦନ୍ତ କରୁଥିବା ପୋଲିସ ଗତକାଲି ଏହି ଗାଙ୍ଗ ର ଦୁଇ ଜଣ ସଦସ୍ୟ ଙ୍କୁ ଧରିବା ପରେ ଅନ୍ୟ ଦୁଇ ଡକାୟତ ମଧ୍ୟ ଧାରା ପଡ଼ିଥିଲେ। ତେବେ ଏହି ଗ୍ୟାଙ୍ଗ ସାଲେପୁର ଓ ଟାଙ୍ଗୀ ଅଞ୍ଚଳରେ ଥିବା ଅନେକ ବ୍ୟାଙ୍କ ଡକାୟତି ରେ ସାମିଲ ଥିବା ପୋଲିସ ପକ୍ଷରୁ କୁହାଯାଇଛି। ଏହା ସହ ଏହି ଗାଙ୍ଗ କୁ ଗୋବିନ୍ଦପୁର ବାସିନ୍ଦା ଦୁଇ ଭାଇ ଦିପୁ ଓ ଲିପୁ ଏହି ଲୁଟ ର ମାଷ୍ଟର ମାଇଣ୍ଡ ଥିଲେ।
୪ ଜଣ ଡକାୟତଙ୍କୁ ଗିରଫ୍ କଲା ଜଗତପୁର ଥାନା ପୋଲିସ୍
|
November 13, 2021 |