୩୩ କେଭି ବିଦ୍ୟୁତ ଖୁଣ୍ଟରେ ଚଢ଼ି ଆତ୍ମହତ୍ୟା ଉଦ୍ୟମ

Spread the love

ରାଉରକେଲା, 11.01.2021(ସନ୍ଧାନ ନିଉଜ୍): ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ। ୩୩ କେଭି ଇଲେକ୍ଟ୍ରି ଟାଓ୍ବାର ଉପରେ ଚଢ଼ି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଫର୍ଟିଲାଇଜର ଗାନ୍ଧୀ ସ୍କୁଲ ପରିସରରେ ଏହି ଟାଓ୍ବାରଟି ରହିଛି। ଯୁବକ ଜଣଙ୍କ କଣ ପାଇଁ ଆତ୍ମହତ୍ୟା କରିବାକୁ ଚାହୁଁଥିଲେ, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ। ପାରିବାରିକ କଳହ ଯୋଗୁଁ ଏଭଳି ନିଷ୍ପତ୍ତି ନେଇପାରିଥାଆନ୍ତି ବୋଲି ସନ୍ଦେହ କରାଯାଉଛି। ଯୁବକଙ୍କ ଏଭଳ ଉନ୍ମତ୍ତ କାଣ୍ଡ ଦେଖିବା ପରେ ସ୍ଥାନୀୟ ଲୋକ ଅଗ୍ନିଶମ ବାହିନୀ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରିଥିଲା।

Related Posts

About The Author

Add Comment