୩୧ ବର୍ଷ ଧରି ହୋମିଓପାଥିକ ଚିକିତ୍ସା ରୁ ଅଞ୍ଚଳବାସୀ ବଞ୍ଚିତ

Spread the love

 

ସୁନ୍ଦରଗଡ ତା: ୩୧/୩/୨୦୨୫( ସନ୍ଧାନ ନ୍ୟୁଜ/ ରାଜୁ ପଟେଲ) ଆଙ୍ଗନବାଡ଼ି କେନ୍ଦ୍ରରେ ଲାଗିଛି ସରକାରୀ ହୋମିଓ ପାଥିକ ଚିକିତ୍ସାଳୟ ର ଫଳକ। ଆଜକୁ ୩୧ ବର୍ଷରୁ ହୋମିଓପାଥିକ ଚିକିତ୍ସା ବିପର୍ଜସ୍ତ୍ ।ସରକାରୀ ଅଧିକାରୀ ସହିତ ଅଞ୍ଚଳ ପ୍ରଶାସନର ମଧୁଚନ୍ଦ୍ରିକା ସାଜିଛି ଚିକିତ୍ସାରେ ବାଧକ । ଟଙ୍କା ଓ ଯୋଜନା ମାଲ ମାଲ ହେଲେ କାମ ପୁରା ଦୁର୍ବଳ।ସୁନ୍ଦରଗଡ ଜିଲ୍ଲା ନୂଆ ଗାଁ ବ୍ଲକ ଅନ୍ତର୍ଗତ ଲହଣ୍ଡା ଗ୍ରାମରେ ।ବିଗତ ୩୧ ବର୍ଷ ରୁ ଅଧୋନ୍ତରିଆ ହୋଇ ଖତ ଖାଉଛି ହୋମିଓପାଥିକ ଚିକିତ୍ସାଲୟ। ଘର୍ ଭିତରେ ଜନ୍ମ ନେଇ ବଡ ହୋଇସାରିଛି ଅକ୍ ବିଶାଳ ବୃକ୍ଷ ତା ସହିତ ଚିକିତ୍ସାଲୟ ବୋର୍ଡ ଲାଗିଛି ଅଙ୍ଗନବାଡ଼ି କେନ୍ଦ୍ରରେ । ଏଥିରୁ ଜଣାପଡିଛି ସରକାର ଚିକିତ୍ସା ପ୍ରତି କେତେ ଦୃଷ୍ଟି ଦେଉଥିବା ସହିତ ପ୍ରଶାସନ କେତେ ସଜାଗ । ଆଦିବାସୀ ଅଞ୍ଚଳ ହେବା କାରଣରୁ ଚିକିତ୍ସାରେ ବାଟ ମାରଣା ହୋଇଥିବା ସୂତ୍ରରୁ ଜଣାପଡିଛି । ଏତେ ବଡ ଅବହେଳା ପାଇଁ କାର୍ଯ୍ୟର ତଦନ୍ତ ପାଇଁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କିଛି ଫଳ ନ ମିଳିବା ଅଞ୍ଚଳବାସୀ ପ୍ରକାଶ କରିଛନ୍ତି।ଦେଖିବାକୁ ବାକି ରହିଲା ବିଗତ ୩୨ବର୍ଷ ର ସରକାରଙ୍କ ଅବହେଳା ର କେବେ ସମାଧାନ ହେବ ।

Related Posts

About The Author

Add Comment