ବରଗଡ, 13.01.2021 (ସନ୍ଧାନ ନିଉଜ୍ ) :– ବରଗଡ଼ସ୍ଥିତ ବିନାୟକ ହୋଟେଲ ପରିସରରେ ଲୁଟ୍ ହୋଇଥିବା ଘଟଣାର ପର୍ଦ୍ଦାଫାଶ ହୋଇଛି। ସିସିଟିଭି ଫୁଟେଜ ଆଧାରରେ ୨ ଲୁଟେରାଙ୍କୁ ପୋଲିସ ଗିରଫ କରିଛି। ଗିରଫ ଲୁଟେରା ହେଲେ ବରଗଡ଼ ପୌର ପରିଷଦ ଅଧୀନ ୱାର୍ଡ଼ ନଂ-୫ର ରାମ ଓରଫ ରାଘବ ନାଏକ ଏବଂ ହର୍ଲୁ ଗୁର୍ଲା। ଗିରଫ ପରେ ଦୁର୍ବୃତ୍ତଙ୍କଠାରୁ ୨ ଲକ୍ଷ ୩୫ ହଜାର ଟଙ୍କା, ଗୋଟିଏ ବାଇକ୍, ୨ଟି ଛୁରୀ ଏବଂ ୪ଟି ମୋବାଇଲ ଫୋନ ଜବତ୍ କରିଛି। ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ। ସୂଚନାଯୋଗ୍ୟ ଯେ ଛତିଶଗଡ଼ ରାଜ୍ୟର ବ୍ୟବସାୟିକ ପ୍ରତିଷ୍ଠାନ ପ୍ରକାଶ ମାର୍କେଟିଙ୍ଗ ନାମକ କମ୍ପାନୀର କର୍ମଚାରୀ ଆଲୋକ ଭଟ୍ଟଙ୍କୁ ଛୁରୀ ଦେଖାଇ ଦୁର୍ବୃତ୍ତମାନେ ଲୁଟ୍ କରିଥିଲେ। ଗତ ରବିବାର ଆଲୋକ ସହରର ବିଭିନ୍ନ ବ୍ୟବସାୟିକ ଅନୁଷ୍ଠାନରୁ ଟଙ୍କା ସଂଗ୍ରହ କରି ଫେରିଥିଲେ। ବରଗଡ଼ସ୍ଥିତ ଏକ ହୋଟେଲରେ ସେ ପହଞ୍ଚିଥିଲେ। ହୋଟେଲ ରିସେପ୍ସସରେ ଛିଡା ପାଖରେ ଆଲୋକ ଛିଡା ହୋଇଥିବା ବେଳେ ୨ ଜଣ ଦୁର୍ବୃତ୍ତ ଭୁଜାଇ ଧରି ସେଠାରେ ପହଞ୍ଚିଥିଲେ। ଦୁର୍ବୃତ୍ତମାନେ ଅତର୍କିତ ଭାବେ ଆଲୋକଙ୍କ ଉପରକୁ ଆକ୍ରମଣ କରିଥିଲେ। ଏହାପରେ ତାଙ୍କଠୁ ୪୮ ହଜାର ଟଙ୍କା ସହ ମୋବାଇଲ ଲୁଟି ନେଇଥିଲେ ଦୁର୍ବୃତ୍ତ। ଏହି ଲୁଟ୍ର ସମସ୍ତ ଦୃଶ୍ୟ ସିସିଟିଭି ଫୁଟେଜ୍ରେ କଏଦ ହୋଇଛି। ସିସିଟିଭି ଫୁଟେଜ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା ତଦନ୍ତ ।
ତାଜା ଖବର
- ଗ୍ରାମାଞ୍ଚଳ ରେ ଚାଲିଛି ନିଶା ମୁକ୍ତ ଅଭିଯାନ l
- ଲଘୁଚାପ ବର୍ଷା ଯୋଗୁଁ ଧସିଲା ମାଟି ଘର
- ଗ୍ୟାସ ଫିଲିଙ୍ଗ କୁ ନେଇ ଅଞ୍ଚଳରେ ବାଟମାରଣା
- ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଘରେ ଆଇଟି ରେଡ, ୨୦ ଟିମ୍ ସାମିଲ
- ଫୁଲବାଣୀରେ ରଥ ଯାତ୍ରା ଓ ବାହୁଡ଼ାଯାତ୍ରା ପାଇଁ ବୈଠକ
- ମୌଳିକ ସୁବିଧରୁ ବଞ୍ଚିତ ଗଦାପୁର ପଞ୍ଚାୟତ: ବୃଦ୍ଧାଙ୍କ ମୃତ୍ୟୁରୁ ଉତ୍ତେଜନା, ରାସ୍ତା ଅବରୋଧ
- ବିଭାଗ ଓ ଠିକାସଂସ୍ଥାର ଅବହେଳା ଯୋଗୁଁ ରାସ୍ତା କାଦୁଅ ରେ ପଚ ପଚ: ଚଳାଚଳ ବନ୍ଦ, ଲୋକେ ହଟହଟା
- ସ୍ମାର୍ଟ ମଡେଲ ସବ ଷ୍ଟେସନ ନିର୍ମାଣରେ ବିଳମ୍ବ : ତୁହାକୁ ତୁହା ବିଦ୍ୟୁତ କାଟ ଯୋଗୁଁ ଉପଭୋକ୍ତା ହନ୍ତସନ୍ତ
- ମଦ ବନାମ ପରକୀୟା ପ୍ରୀତି : ସ୍ତ୍ରୀର ଟାଙ୍ଗିଆ ମାଡ଼ରେ ସ୍ବାମୀର ମୃତ୍ୟୁ: ପୁଲିସର ଛାନବିନ ଆରମ୍ଭ
- ମୋବାଇଲ ଦୋକାନ ରୁ ଚୋରୀ ଘଟଣା ରେ ଲୁଟେରାଙ୍କୁ ବାନ୍ଧିଲା ପୋଲିସ: ୧୩ ମୋବାଇଲ ଜବତ