ଚଣ୍ଡିଖୋଲ, ୨୪/୧୦ (ସନ୍ଧାନ ନିୟୁଜ/ମାନସ ରାଉତ) ଯାଜପୁର ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପ୍ରୟାସ ପକ୍ଷରୁ ଆସନ୍ତା ଅକ୍ଟୋବର ୨୫ତାରିଖ ଦିନ ଚଣ୍ଡିଖୋଲ କୋର୍ଟ ନିକଟ ଚଣ୍ଡିଖୋଲ ପ୍ରେସ କ୍ଲବ ପରିସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହେବ । ଏଥିରେ ବହୁ ସଂଖ୍ୟାରେ ରକ୍ତଦାତା ମାନଙ୍କ ଯୋଗଦେଇ ରକ୍ତଦାନ ଭଳି ମହତ ଦାନ କାର୍ଯ୍ୟରେ ଅଂଶ ଗ୍ରହଣ କରିବାକୁ ନିବେଦନ କରାଯାଇଛି । ଏହି ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠାନର କୋଷାଧ୍ୟକ୍ଷ ଅମୀୟ ମହାରଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ସମ୍ପାଦକ ଭାରତ ଭୂଷଣ ପଣ୍ଡା, ସଭାପତି ଆଶିଷ କୁମାର ମହାପାତ୍ର, ସୁଶାନ୍ତ ନାୟକ, ପ୍ରତାପ ଗୋଚ୍ଛାୟତ, ମକରଧ୍ୱଜ ଦାସ, ମାନସ ରାଉତ, ସୁରେନ୍ଦ୍ର ସାମଲ, ଭବତୋଷ ବିଶ୍ୱାଳ, ବସନ୍ତ ପଲେଇ, ଅଞ୍ଜନ ସାମଲ, ଅନୀଲ କୁମାର ସାମନ୍ତରାୟ, ସନ୍ତୋଷ ବିଶ୍ୱାଳ ପ୍ରମୁଖଙ୍କ ସମେତ ଅନ୍ୟ ସମସ୍ତ ସଭ୍ୟ ମାନେ ଉପସ୍ଥିତ ରହି ଏହାକୁ କିଭଳି ସଫଳ କରାଯାଇପାରିବ ତାହା ଉପରେ ଆଲୋଚନା କରିଥିଲେ ।
୨୫ରେ ପ୍ରୟାସ ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର, ବହୁ ସଂଖ୍ୟାରେ ରକ୍ତଦାତା ମାନେ ଯୋଗଦେବାକୁ ନିବେଦନ
|
October 24, 2019 |