୨୪ ଚୋରା ମୋଟର ସାଇକେଲ୍ ଜବତ, ୯ ଗିରଫ

Spread the love

 ସାନଖେମୁଣ୍ଡି, 17.01.2021(ସନ୍ଧାନ ନିଉଜ୍): ଗଂଜାମ ଜିଲ୍ଲା ଆସିକା ପୋଲିସକୁ ପୁଣି ମିଳିଛି ଆଉ ଏକ ବଡ ସଫଳତା । ଗଲା କିଛି ଦିନ ଧରି ଆସିକା ତଥା ଜିଲ୍ଲାର ବିଭିନ୍ନ ଅଂଚଳରେ କ୍ରମାଗତ ଭାବେ ମୋଟର ସାଇକେଲ ଚୋରି ହେଉଥିବା ବେଳେ ପୋଲିସ ଏବେ ୯ ଜଣକୁ ଗିରଫ କରିବା ସହ ୨୪ ଚୋରା ମୋଟରସାଇକେଲକୁ ଜବତ କରିଛି । ଆସିକା ତଥା କବିସୂର୍ଯ୍ୟନଗର ପୋଲସରା ସମେତ ବିଭିନ୍ନ ଅଂଚଳରେ ଗଲା କିଛି ଦିନ ଧରି ଚାଲିଥିଲା ମୋଟରସାଇକେଲ ଚୋରା ଅଭିଯାନ । ପୋଲିସ ପାଖକୁ ଚୋରି ଘଟଣା ବଢୁଥିଲା ଅନେକ ଅଭିଯୋଗ ଆସୁଥିଲା। ତେବେ ଏହି ମୋଟରସାଇକେଲ ଚୋରା ଅଭିଯାନକୁ ମୂଳରୁ ମାରିବା ପାଇଁ ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁଙ୍କ ନେତୃତ୍ବରେ ଗଠନ ହୋଇଥିଲା ଏକ ଟିମ । ଆଉ ଏହି ଟିମ ଜିଲ୍ଲା ତଥା ପଡୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶ ବିଭିନ୍ନ ଅଂଚଳରେ ଚଢାଉ କରି ନଅ ଜଣ ଅଭିଯୁକ୍ତଙ୍କୁ  ଗିରଫ କରିବାରେ ସକ୍ଷମ ହୋଇଛି । ଖାଲି ସେତିକି ନୁହେଁ ୨୪ ମୋଟରସାଇକେଲ ଜବତ ମଧ୍ୟ ହୋଇଥିବା ବେଳେ ନଅଟି ଭଙ୍ଗା ଇଞ୍ଜିନକୁ ମଧ୍ୟ ଜବତ କରିଛି ପୋଲିସ । ଗିରଫ ଅଭିଯୁକ୍ତ ମାନେ କେବଳ ଯେ ଗଂଜାମ ଜିଲ୍ଲାରେ ଚୋରି କରୁନଥିଲେ ତାହା ନନୁହେଁ ଏମାନଙ୍କ ଗ୍ୟାଙ୍ଗ୍  ଆନ୍ଧ୍ର ପ୍ରଦେଶର ବିଭିନ୍ନ ଥାନା ଇଲାକାରେ ମୋଟରସାଇକେଲ ଚୋରା ଅଭିଯାନ କାର୍ଯ୍ୟ ଚଳାଇ ଆସୁଥିଲେ । ଏବେ ମଧ୍ୟ ଘଟଣାରେ ଆହୁରି ତଦନ୍ତ  ଆବଶ୍ୟକତା ତଥା ଯିଏବି ଏହି ଚୋରି  କାର୍ଯ୍ୟକ୍ରମରେ ସାମିଲ ଥିବ ସେମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ଆସିକା ପୋଲିସ କହିଛନ୍ତି। ତେବେ ପୋଲିସର ଏହି ସଫଳତା ପରେ ଲୋକେ ଟିକିଏ ମୋଟରସାଇକେଲ ଚୋରି ହୁରିରୁ ତ୍ରାହି ପାଇବେ ବୋଲି ଆଶା କରାଯାଉଛି ।

Related Posts

About The Author

Add Comment