ଚାନ୍ଦବାଲି, 21/08/2021 (ସନ୍ଧାନ ନ୍ୟୁଜ୍) ଆରଡ଼ି: ଭକ୍ତ ମାନଙ୍କର ଦୀର୍ଘ ଦିନ ର ଭକ୍ତି ପୂର୍ଣ୍ଣ ଅପେକ୍ଷା ର ଅନ୍ତ ଘଟିବାକୁ ଯାଉଛି ଅର୍ଥାତ୍ ଆସନ୍ତା ୨୩ରେ କୋଭିଡ କଟକଣା ମଧ୍ୟରେ ଖୋଲିବ ଆରଡିପୀଠର ବାବା ଆଖଣ୍ଡଳମଣିଙ୍କ ମନ୍ଦିର। ଏଥିପାଇଁ ସ୍ୱତନ୍ତ୍ର ଏସଓପି ଜାରି କରିଛନ୍ତି ଭଦ୍ରକ ଜିଲାପାଳ । ମନ୍ଦିରର ସାନିଟାଇଜ ପାଇଁ ପ୍ରତି ଶନିବାର ସର୍ବସାଧାରଣ ଭକ୍ତଙ୍କ ଦର୍ଶନ ବନ୍ଦ ରହିବ। ସେହିପରି କୋଭିଡ_୧୯ର ନିୟମ ଅନୁଯାୟୀ ୧୦ବର୍ଷରୁ କମ୍ ଓ ୬୫ବର୍ଷରୁ ଉର୍ଦ୍ଧ ବ୍ୟକ୍ତିଙ୍କୁ ମନ୍ଦିର ପ୍ରବେଶ ଉପରେ ରୋକ ଲଗାଇଛି ଜିଲ୍ଲା ପ୍ରଶାସନ। ଦର୍ଶନ ନିମନ୍ତେ ସକାଳ ୬ଟାରୁ ସନ୍ଧ୍ୟା ୮ଟା ଯାଏଁ ମନ୍ଦିର ଖୋଲା ରହିବ। ଭକ୍ତ ସେବାୟତମାନେ ମାସ୍କ ବ୍ୟବହାର କରିବା ସହ ସାମାଜିକ ଦୂରତା ରକ୍ଷା କରିବା ପାଇଁ ପରାମର୍ଶ ଦେଇଛି ପ୍ରଶାସନ। ତାହାସହ ଭକ୍ତମାନେ କେବଳ ବାବାଙ୍କୁ ଦର୍ଶନ କରିବେ। ଭୋଗଡାଲା , ଫୁଲ, ବେଲପତ୍ର ଆଦି ଭକ୍ତମାନେ ନେଇ ପାରିବେ ନାହିଁ। ଏଥିସହ ପାର୍ଶ୍ୱଦେବାଦେବୀଙ୍କ ଛୁଇଁ ପାରିବେନାହିଁ । ମଣିବାବାଙ୍କ ନୀତିକାନ୍ତି ପୂର୍ବପରି ସେବାୟତଙ୍କ ଦ୍ୱାରା ସମ୍ପନ୍ନ କରାଯିବ। ମନ୍ଦିର ମଧ୍ୟରେ ବିବାହ, ମେଳା ଆଦି ପୂଜାର୍ଚ୍ଚନା ଉପରେ ପୂର୍ବପରି କଟକଣା ବଳବତ୍ତର ରହିବ । ଦୀର୍ଘ ଦିନ ଧରି ରୋଜଗାର ହରାଇଥିବା ସେବାୟତ ର ପରିବାର ର ଅଧିକ ଖୁସି ଦେଖିବାକୁ ମିଳି ବା ସହିତ ଆରଡ଼ି ରେ ଥିବା ଛୋଟ ବଡ ବ୍ୟବସାୟୀ ମାନେ ଜିଲ୍ଲା ପ୍ରଶାସନ କୁ ଧନ୍ୟବାଦ୍ ଜଣାଇଛନ୍ତି।
Report- Prasanta Barik