୨୦ ଆସନ ପୋଛି ନେଲା ବିଜେପି ଲୋକସଭାରେ ଖାତା ବି ଖୋଲି ପାରିଲାନି ବିଜେଡି

Spread the love
  •  
  •  
  •  
  •  
  •  

ଭୁବନେଶ୍ୱର/ସନ୍ଧାନ ନ୍ୟୁଜ: ଓଡିଶାରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ଭୋଗିଛି ୨୫ ବର୍ଷର ଶାସକ ଦଳ ବିଜେଡି । ବିଧାନସଭାରେ ୫୧ ସିଟ୍ ଜିତି ନିଜର ସମ୍ମାନ ରଖି ପାରିଥିବା ବିଜେଡି କିନ୍ତୁ ଲୋକସଭା ନିର୍ବାଚନରେ ମାଟି କାମୁଡିଛି । ଦଳ ଅତି ଲଜ୍ଜାଜନକ ପରାଜୟ ଭୋଗିଛି । ଓଡିଶାର ୨୧ ଲୋକସଭା ସିଟରୁ ଦଳ ଗୋଟିଏ ହେଲେ ଜିତି ପାରିଲା ନାହିଁ । ଅର୍ଥାତ ଦଳ ଖାତା ବି ଖୋଲି ପାରିଲା ନାହିଁ । ୨୦ଟି ଆସନ ବିଜେପି ପୋଛି ନେଇଥିବା ବେଳେ କଂଗ୍ରେସ ନିଜର କୋରାପୁଟ ଆସନ ବଞ୍ଚାଇବାରେ ସଫଳ ହୋଇଛି ।୨୦୧୪ ଲୋକସଭା ନିର୍ବାଚନରେ ଯେଉଁ ବିଜେଡି ୨୦ ଏବଂ ୨୦୧୯ରେ ୧୨ଟି ସିଟ୍ ଜିତିଥିଲା ସେହି ଦଳ ଆଜି ଖାତା ବି ଖୋଲି ପାରିନି । ବିଜେଡି ଏମିତି ଧରାଶାୟୀ ହେବ କେହି କେବେ ହେଲେ ଭାବି ପାରି ନ ଥିଲେ । ଆଉ ଇଣ୍ଡିଆ ଟୁଡେ ଏକ୍ସିସ ମାଇ ଇଣ୍ଡିଆର ଏକଜିଟ୍ ପୋଲ ସତ ପ୍ରମାଣିତ ହୋଇଛି । ଏହି ପୋଲରେ କୁହାଯାଇଥିଲା ଯେ, ବିଜେଡି ୧୮ରୁ ୨୦ ଏବଂ ବିଜେଡି ୧ରୁ ୩ ଆସନ ଜିତିବ । କିନ୍ତୁ ବିଜେପି ତ ୨୦ ଜିତିଲା ହେଲେ ବିଜେଡି ଗୋଟିଏ ହେଲେ ଜିତି ପାରିଲା ନାହିଁ । ଯେଉଁ ଗୋଟିଏ ଆସନରେ ଦଳ ଶେଷ ପର୍ଯ୍ୟନ୍ତ ଅଗ୍ରଣୀ ଥିଲା ସେହି ଯାଜପୁର ସିଟରେ ବି ହାତରୁ ଖସିଛି । ଯାଜପୁର ସିଟରେ ଶର୍ମିଷ୍ଠା ସେଠୀ ଆଗରେ ଥିଲେ। ହେଲେ ତାଙ୍କ ପରାଜୟ ସହ ବିଜେଡି ଓଡିଶାରେ ଲୋକସଭାରୁ ଖାତା ଖୋଲିବାରେ ବିଫଳ ହୋଇଛି।

ବିଜେପିର ବିଜୟୀ ପ୍ରାର୍ଥୀ

ଆସ୍କା- ଅନିତା ଶୁଭଦର୍ଶିନୀ
ବାଲେଶ୍ଵର- ପ୍ରତାପ ଷଡ଼ଙ୍ଗୀ
ବରଗଡ଼- ପ୍ରଦୀପ ପୁରୋହିତ
ବ୍ରହ୍ମପୁର- ପ୍ରଦୀପ ପାଣିଗ୍ରାହୀ
ଭଦ୍ରକ- ଅଭିମନ୍ୟୁ ସେଠୀ
ଭୁବନେଶ୍ଵର- ଅପରାଜିତା ଷଡ଼ଙ୍ଗୀ
ବଲାଙ୍ଗୀର- ସଙ୍ଗୀତା କୁମାରୀ ସିଂହ ଦେଓ
କଟକ- ଭର୍ତ୍ତୃହରି ମହତାବ
ଢେଙ୍କାନାଳ- ରୁଦ୍ର ନାରାୟଣ ପାଣି
ଜଗତସିଂହପୁର- ବିଭୂ ପ୍ରସାଦ ତରାଇ
ଯାଜପୁର- ରବୀନ୍ଦ୍ର ନାରାୟଣ ବେହେରା
କଳାହାଣ୍ଡି- ମାଳବିକା ଦେବୀ
କନ୍ଧମାଳ- ସୁକାନ୍ତ କୁମାର ପାଣିଗ୍ରାହୀ
କେନ୍ଦ୍ରାପଡ଼ା- ବୈଜୟନ୍ତ ପଣ୍ଡା
କେନ୍ଦୁଝର- ଅନନ୍ତ ନାୟକ
ମୟୂରଭଞ୍ଜ- ନବଚରଣ ମାଝୀ
ନବରଙ୍ଗପୁର- ବଳଭଦ୍ର ମାଝୀ
ପୁରୀ- ସମ୍ବିତ ପାତ୍ର
ସମ୍ବଲପୁର- ଧର୍ମେନ୍ଦ୍ର ପ୍ରଧାନ
ସୁନ୍ଦରଗଡ଼- ଜୁଏଲ ଓରାମ

କଂଗ୍ରେସର ବିଜୟୀ ପ୍ରାର୍ଥୀ

କୋରାପୁଟ- ସପ୍ତଗିରି ଉଲାକା

Related Posts

About The Author

Add Comment