୧୬ ନଂ ଜାତୀୟ ରାଜପଥ କାର୍ଯ୍ୟ ଅଧାପନ୍ତରିଆ ବଢ଼ୁଛି ଦୁର୍ଘଟଣା

Spread the love

ଧର୍ମଶାଳା, ୨୯/୧୦ (ସନ୍ଧାନ ନିଉଜ) : ୧୬ ନଂ ଜାତୀୟ ରାଜପଥ ଧର୍ମଶାଳା ବ୍ଲକ୍ ଚଣ୍ଡିଖୋଲଠାରୁ ଭଦ୍ରକ ପର୍ଯ୍ୟନ୍ତ ୬ ଥାକିଆ ରାସ୍ତା ଏକ ଘରୋଇ କଂପାନୀ କରୁଛି । ଘରୋଇ କଂପାନୀର ମନୋମୁଖୀ କାର୍ଯ୍ୟ ଯୋଗୁଁ ପ୍ରତ୍ୟହ ବହୁ ଯାତ୍ରୀ ଦୁର୍ଘଟଣାଗ୍ରସ୍ତ ହୋଇ ଆହତ ହେଉଥିବା ଦେଖିବାକୁ ମିଳୁଛି । ଚଣ୍ଡିଖୋଲ ଛକଠାରୁ ଜାରକା ପର୍ଯ୍ୟନ୍ତ ଜାତୀୟ ରାଜପଥ ସଂଯୋଗ କରୁଥିବା ଗ୍ରାମ୍ୟ ରାସ୍ତା ରହିଛି ଯାହା ୬ ମାସ ପୂର୍ବରୁ ଜାତୀୟ ରାଜପଥର ଉଭୟ ପାଶ୍ୱର୍ ମେସିନ୍ ଦ୍ୱାରା ଖୋଳାଯାଇ ଅଧାପନ୍ତରିଆ ଅବସ୍ଥାରେ କତୃପକ୍ଷ ରଖୁଥିବାରୁ ଯାତାୟତରେ ଘୋର ବାଧା ଘଟୁଛି । ଚଣ୍ଡିଖୋଲ ଛକ ଠାରୁ ୧ କିଲୋମିଟର ଦୂରରେ ଧର୍ମଶାଳା ଭବନ, ଜାତୀୟ ରାଜପଥ କାର୍ଯ୍ୟାଳୟ, ପ୍ରାଥମିକ ପ୍ରକଳ୍ପ ବିଦ୍ୟାଳୟ, ଇଣ୍ଡେନ୍ ଗ୍ୟାସ୍ ବିତରଣ କେନ୍ଦ୍ର ରହିଛି । ଅନ୍ୟ ପକ୍ଷରେ ଦୁର୍ଘଟଣାଜନିତ ସ୍ୱାସ୍ଥ୍ୟକେନ୍ଦ୍ରର ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଓ ସିଦ୍ଧିପୁର ,ଗୋପାଳପୁର, ନୂଆପଡା ଓ କଂଟିଗଡିଆ ଗ୍ରାମକୁ ସଂଯୋଗ ରାସ୍ତା ରହିଛି । ଜାତୀୟ ରାଜପଥ ଉଭୟ ପାଶ୍ୱର୍ରେ ବିଭିନ୍ନ ଗ୍ୟାରେଜ୍, ଜଳଖିଆ ଦୋକାନ, ହୋଟେଲ୍, ପେଟ୍ରୋଲପମ୍ପ, ଇଟାକାରଖାନା ରହୁଛି । ଯାହାଦ୍ୱାରା ସାଇକେଲ ଓ ବାଇକ୍ ଆରୋହୀ କିମ୍ବା ପଥଚାରୀ ଏଠାରେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ୧୬ ନଂ ଜାତୀୟ ରାଜପଥର କାର୍ଯ୍ୟକୁ ଠିକ୍ ଭାବରେ ତ୍ୱରାନ୍ୱିତ କରିବା ପାଇଁ ଜାତୀୟ ରାଜପଥ ପ୍ରାଧିକରଣ ଅଧିକାରୀ ଓ ଯାଜପୁର ଜିଲ୍ଲାପାଳଙ୍କ ନିକଟରେ ସ୍ଥାନୀୟ ବାସିନ୍ଦା ସମେତ ଧର୍ମଶାଳା ଦଳିତ ସଂଘର ସଭାପତି ହରିହର ମଲ୍ଲିକ ଦୃଢ଼ ଭାବରେ ଦାବୀ କରିଛନ୍ତି ।

Related Posts

About The Author

Add Comment