୧୫ କ୍ରସରକୁ ନୋଟିସ କଲା ପ୍ରଶାସନ

ଜେନାପୁର, ୨୫/୨/୨୦ (ସନ୍ଧାନ ନିଉଜ) : ଧର୍ମଶାଳା ତହସିଲ ଅନ୍ତର୍ଗତ ଅଞ୍ଜିରା ଓ ଚକ୍ରଧରପୁର ପଞ୍ଚାୟତର ୧୫ଟି କ୍ରସରକୁ ଆଜି ପ୍ରଶାସନ ପକ୍ଷରୁ ନୋଟିସ ଜାରି କରାଯାଇଛି। ଧର୍ମଶାଳାର ଅତିରିକ୍ତ ତହସିଲଦାର ଶୀତଲ ଅଗ୍ରୱାଲ, ବଳରାମପୁର-୨ ଆରଆଇ ସୁଶାନ୍ତ କୁମାର ସ୍ବାଇଁ, ଆରୁହା ଏଆରଆଇ ଜଗବନ୍ଧୁ ଜେନା, କାଏମା ଆରଆଇ ବିରଞ୍ଚି କୁମାର ବୋଇତେଇଙ୍କ ସମେତ ରାଜସ୍ବ ବିଭାଗର ଅଧିକାରୀ, ଜେନାପୁର ପୁଲିସ ତଥା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀ ଅଞ୍ଜିରା ଓ ଚକ୍ରଧରପୁର ପଞ୍ଚାୟତରେ ଥିବା ୧୫ ଟି ବେଆଇନ କ୍ରସରକୁ ସପ୍ତାହକ ମଧ୍ୟରେ କାଗଜପତ୍ର ସହ ତହସିଲ କାର୍ଯ୍ୟାଳୟରେ ହାଜର ହେବା ପାଇଁ ନୋଟିସ ଜାରି କରିଛନ୍ତି।

Related Posts

About The Author

Add Comment