୧୧ରୁ ଖୋଲିବ ଇଞ୍ଜିନିୟରିଂ ଏବଂ ଡିପ୍ଲୋମା କଲେଜ

Spread the love
  •  
  •  
  •  
  •  
  •  

ଭୁବନେଶ୍ବର, ୦୮.୦୧.୨୦୨୧(ସନ୍ଧାନ ନିଉଜ୍ / ଲିଙ୍ଗରାଜ ପଣ୍ଡା):- ସ୍କୁଲ କଲେଜ, ବିଶ୍ଵ ବିଦ୍ୟାଳୟ ଖୋଲିବା ନିଷ୍ପତି ପରେ ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିବା ନେଇ ନିଷ୍ପତି ନେଲେ ରାଜ୍ୟ ସରକାର । ୧୧ରୁ ଖୋଲିବ ବୈଷୟିକ ବିଶ୍ବ ବିଦ୍ୟାଳୟ ବିଦ୍ୟାଳୟର ଇଞ୍ଜିନିୟରିଂ ଏବଂ ଡିପ୍ଲୋମା କଲେଜ। ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତି ସୁଧୁରୁଥିବା ବେଳେ ଖୋଲୁଛି ଶିକ୍ଷାନୁଷ୍ଠାନ । ଏବେ ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିବାକୁ ଅନୁମତି ଦେଇଛି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ । ଆସନ୍ତା ୧୧ ତାରିଖ ଅର୍ଥାତ୍ ସୋମବାର ଠାରୁ ସମସ୍ତ ବୈଷୟିକ ବିଶ୍ବ ବିଦ୍ୟାଳୟ, ଇଞ୍ଜିନିୟରିଂ ଏବଂ ଡିପ୍ଲୋମା କଲେଜ୍ ଖୋଲିବ । କଲେଜ ଖୋଲିବାକୁ ଅନୁମତି ମିଳିଥିଲେ ମଧ୍ୟ ସମସ୍ତ ଛାତ୍ରଛାତ୍ରୀଙ୍କୁ କ୍ଲାସ୍ ଆସିବାକୁ ଅନୁମତି ମିଳିନାହିଁ । କେବଳ ପିଜି, ୟୁଜି ଏବଂ ଡିପ୍ଲୋମା ଶେଷବର୍ଷର ଛାତ୍ରଛାତ୍ରୀ କ୍ଲାସ ଆସି ପାରିବେ । ଏଥିପାଇଁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଏସଓପି ଜାରି କରାଯାଇଛି । ସିଲାବସର ସମସ୍ତ ବିଷୟ ସାରିବାକୁ ନିୟମିତ କ୍ଲାସ୍ ହେବ । ଅନଲାଇନ୍ କ୍ଲାସ୍ ବି ହେବ । ସମ୍ଭବ ହେଲେ କ୍ଲାସରୁମ୍ ପାଠପଢ଼ାର ଭିଡିଓ ରେକର୍ଡ କରି ଅନୁପସ୍ଥିତ ଶିକ୍ଷାର୍ଥୀଙ୍କୁ ପଠାଯିବ । କଣ୍ଟନମେଣ୍ଟ ଜୋନରେ ଥିବା ଶିକ୍ଷକ, କର୍ମଚାରୀ, ଛାତ୍ରଛାତ୍ରୀ ଶିକ୍ଷାନୁଷ୍ଠାନ ଆସିବେ ନାହିଁ । ସମସ୍ତେ ଫେସ୍ ମାସ୍କ ପିନ୍ଧିବା ସହ ନିୟମିତ ବ୍ୟବଧାନରେ ସାନିଟାଇଜର ବ୍ୟବହାର କରିବେ । ଶ୍ରେଣୀଗୃହ, ଲାଇବ୍ରେରୀ, ଲାବ୍ରୋଟୋରୀରେ ପରସ୍ପର ମଧ୍ୟରେ ୬ ଫୁଟ୍ ଦୂରତା ରକ୍ଷା କରିବେ । ଶ୍ରେଣୀଗୃହରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା କମାଇ ବ୍ୟାଚରେ ବିଭକ୍ତ କରାଯିବ । ଆବଶ୍ୟକ ସ୍ଥଳେ ଶିକ୍ଷାଦାନ ସମୟ ବୃଦ୍ଧି କରାଯାଇ ପାରିବ ।

Related Posts

About The Author

Add Comment