୧୦୦ ଫୁଟର ଗାାତ କରି ବେଆଇନ୍ ମାଙ୍କଡା ପଥର ଲୁଟ, ହାତୀଙ୍କ ପ୍ରତି ବିପଦ,ଜଙ୍ଗଲ ବିଭାଗ ନିଘୋଡ ନିଦ୍ରାରେ

Spread the love

ଚଣ୍ଡିଖୋଲ, ୦୯/୧୨ (ସନ୍ଧାନ ନିୟୁଜ/ମାନସ ରାଉତ) ରାଜ୍ୟରେ ସ୍ୱଚ୍ଛ ସରକାର ପ୍ରଣୟନ କରିବା ଲକ୍ଷ୍ୟରେ ସରକାର ବିଭିନ୍ନ ଯୋଜନା କରୁଥିବା ବେଳେ ୫ଟି ଶାସନ ଲାଗୁ କରିଛନ୍ତି । ଏପରକି ଏହି ଶାସନ ବଳରେ ବହୁବଡବଡିଆ ସରକାରୀ ବାବୁ ମାନଙ୍କୁ ରାତାରାତି ବହିଷ୍କାର କରିବା ଦ୍ୱାରା କର୍ମଚାରୀ ମହଲରେ ଛନକା ପଶିଛି । ମାତ୍ର ଏହାକୁ ତିଳେମାତ୍ର ଭୁକ୍ଷେପ ନକରି ଯାଜପୁର ଜିଲ୍ଲାର ଦର୍ପଣ ତହସିଲ ପ୍ରଶାସନ ଏବଂ ଜଙ୍ଗଲ ବିଭାଗ ନିଜର ଦାୟିତ୍ୱ ନିର୍ବାହ ନକରି ଲଘୁ ଖଣିଜ ଦବ୍ର ଉତ୍ତୋଳନ ପାଇଁ ମାଫିଆ ମାନଙ୍କ ହାତକୁ ଟେକି ଦେଉଛନ୍ତି ଶହ ଶହ ଜଙ୍ଗଲ କିସମ ଏବଂ ସରକାରୀ ଜମି । ଫଳରେ ଏହି ଅଂଚଳରୁ ମାଫିଆ ମାନେ ପ୍ରତିଦିନ ଶହ ଶହ ସଂଖ୍ୟାରେ ମାଙ୍କଡା ପଥର କାଟି ଖୋଳି ନେବା ସହିତ ବିରାଟ ବିରାଟ ଗର୍ତ୍ତ ସୃଷ୍ଟି କରୁଛନ୍ତି । ଏହି ଗର୍ତ୍ତ ଗୁଡିକ ନିକଟସ୍ଥ ଗ୍ରାମବାସୀ ଏବଂ ଗୃହ ପାଳିତ ପଶୁମାନଙ୍କ ନିମନ୍ତେ ଯେତିକି ବିପଦ ଜନକ ସେତିକି ବିପଦ ଜନକ ମଧ୍ୟ ଜଙ୍ଗଲରେ ବାସ କରୁଥିବା ବନ୍ୟଜନ୍ତୁ ମାନଙ୍କ ପ୍ରତି ଦେଖାଦେଇଛି ।
ବଡଚଣାର ପଶ୍ଚିମାଂଚଳରେ ଏହି ମାଫିଆ ମାନେ ସକି୍ରୟ ଭାବେ ପ୍ରତିଦିନ ମେସିନ ଲଗାଇ ମାଙ୍କଡା କାଟି ନେବା ସହିତ ପରିବେଶ ପଦୃଷଣ କରିବା ଏବଂ ୧୦୦ଫୁଟ ଭଳି ବଡବଡ ଗାତ କରି ଛାଡିଦେଉଛନ୍ତି । ରାତ୍ରୀ କାଳିନ ବନ୍ୟଜନ୍ତୁମାନେ ଚଳପ୍ରଚଳ କରିବା ଏବଂ ଖାଦ୍ୟ ଅନେଷ୍ୱଣରେ ଗ୍ରାମାଭୀମୁଖୀହେବା ସମୟରେ ଏହି ଗାତରେ ପଡି ମୃତୁ୍ୟ ବରଣ କରୁଛନ୍ତି । ଏହି ଅଂଚଳମାନଙ୍କରେ ହାତୀପଲ ବୁଲାବୁଲି କରୁଥିବା ବେଳେ ଅନେକ ସମୟରେ ଧାନ ଖାଇବା ନିମନ୍ତେ ବିଲଅଭିମୁଖେ ଆସିଥାନ୍ତି । ମାତ୍ର ଏବେ ଏତେବଡ ଗର୍ତ୍ତ ସେମାନଙ୍କ ପାଇଁ ବଡ ବିପଦର ଆଶଙ୍କା ରହିଛି । ଏଭଳି ଚୋରା ମାଙ୍କଡା ମାଫିଆ ମାନଙ୍କ ହାତକୁ ସରକାରୀ ବିଭାଗ ଟେକି ଦେଇ ନିଜର କର୍ତ୍ତବ୍ୟ ସାରିଛି । ପୂର୍ବରୁ ଏହି ମାଫିଆ ମାନଙ୍କ ଉପରେ ଅଙ୍କୁଶ ନଲଗେଇବା କାରଣରୁ ତତକାଳୀନ ଆରଡିସି ଅରବିନ୍ଦ ପାଢ଼ୀ ଅଂଚଳ ବୁଲିବା ସହିତ ତହସିଲବିଭାଗର ୪ଜଣ ସରକାରୀ କର୍ମଚାରୀଙ୍କୁ ନିଲମ୍ବନ କରିଥିଲେ । କିନ୍ତୁ ଏବେ ୫ଟି ଲାଗିବା ପରେ ମଧ୍ୟ ଏହି ସରକାରୀ ବାବୁ ମାନଙ୍କ ଉପରେ ଅଙ୍କୁଶ ଲାଗିନାହିଁ । ଏପରକି ମାଫିଆ ମାନଙ୍କୁ ଗିରଫ କରାଯାଉନାହିଁ । ଫଳରେ ମାଫିଆ ମାନେ ନିର୍ଧଡକ ଭାବେ ଦିନ ରାତି ମାଙ୍କଡା ଖନନ କରିବାରେ ଲାଗିପଡିଛନ୍ତି । ଯଦିଓ କାଁ ଭାଁ କିଛି ମାଫିଆ ମାନଙ୍କୁ ଗିରଫ କରାଯାଉଛି ତୁରନ୍ତ ସେମାନେ କୋର୍ଟରୁ ଜାମିନରେ ଆସି ପୁଣି ଲୁଟିବାରେ ଲାଗିପଡିଛନ୍ତି । ଏହାଦ୍ୱାରା ସରକାର କୋଟିକୋଟି ଟଙ୍କାର ରାଜସ୍ୱ ହରାଉଥିବା ବେଳେ ରାଜ୍ୟରେ ବିକାଶ ମୂଳକ କାର୍ଯ୍ୟରେ ସହଭାଗୀତା ହୋଇପାରୁନାହିଁ । ଅନ୍ୟପଟରେ ବଡଚଣା ପୋଲିସ ମଧ୍ୟ ଏହି ଦିଗରରେ ବେଶ ତତ୍ପରତା ଦେଖାଉନାହିଁ । ଯାହାର ସୁଯୋଗନେଇ ମାଫିଆ ମାନେ ଅଧିକରୁ ଅଧିକ କି୍ରୟଶୀଳ ହୋଇ ଲୁଟିବାରେ କୌଣସି ହେଳା କରୁନାହାନ୍ତି । ଯଦି ଏବେଠାରୁ ଏହାକୁ ପୋତିବାକୁ ପ୍ରୟାସ ନକରାଯାଏ ତେବେ ଆଗମୀ ଦିନରେ ଅନେକ ବନ୍ୟଜନ୍ତୁ ମୃତୁ୍ୟ ମୁଖରେ ପଡିବେ ବୋଲି ସ୍ଥାନୀୟ ପରିବେଶବିତ ମାନେ କହିଛନ୍ତି । ଏହା ଉପରେ ତୁରନ୍ତ କାର୍ଯ୍ୟନୁଷ୍ଠାନ ନେବା ପାଇଁ ସାଧରଣରେ ଦାବି ହେବା ସହିତ ୫ଟି ସଚିବ ଏହାର ସରଜମିନ ତଦନ୍ତ କରିବା ସହିତ ଖିଲାପ ଅଧିକାରୀଙ୍କ ଉପରେ କାର୍ଯ୍ୟନୁଷ୍ଠାନ ନେବା ପାଇଁ ଦୃଢ଼ ଦାବି ହେଉଛି ।

Related Posts

About The Author

Add Comment