ହ୍ଵାଟ୍‌ସଆପ୍‌ର ଗ୍ରୁପ୍‌ ଭିଡିଓ କଲିଂ ସେବା

Spread the love

ନୂଆଦିଲ୍ଲୀ 1/8(ସନ୍ଧାନ ନିୟୁଜ): ହ୍ଵାଟ୍‌ସଆପ୍‌ ପକ୍ଷରୁ ଗ୍ରୁପ୍‌ ଭଏସ୍‌ ଓ ଭିଡିଓ କଲିଂ ସେବା ଆରମ୍ଭ କରାଯାଇଛି। ଆଇଓଏସ୍‌ ଓ ଆଣ୍ଡ୍ରଏଡ୍‌ ବ୍ୟବହାରକାରୀଙ୍କ ପାଇଁ ଏହି ସେବା ଉପଲବ୍ଧ କରାଯାଇଛି। ଗ୍ରୁପ୍‌ କଲିଂ ସୁବିଧାରେ ୪ ଜଣ ପର୍ଯ୍ୟନ୍ତ ବ୍ୟବହାରକାରୀ ଏକସଙ୍ଗରେ କଥା ହୋଇପାରିବେ। ଭିଡିଓ କଲିଂ ସୁବିଧା ମଧ୍ୟ ସେମାନେ ପାଇପାରିବେ। ଗତକିଛି ବର୍ଷ ହେଲା ହ୍ଵାଟ୍‌ସଆପ୍‌ ପକ୍ଷରୁ ୟୁଜରମାନଙ୍କୁ ଭଏସ୍‌ ଓ ଭିଡିଓ କଲିଂ ସୁବିଧା ପ୍ରଦାନ କରାଯାଇ ଆସୁଛି। ହ୍ଵାଟ୍‌ସଆପ୍‌ର ବ୍ୟବହାରକାରୀମାନେ ଦିନକୁ ୨ ବିଲିଅନ ମିନିଟ୍‌ରୁ ଅଧିକ ସମୟ କଥା ହେବାରେ ବିତାଉଛନ୍ତି। ଏସବୁକୁ ଦୃଷ୍ଟିରେ ରଖି ଆଜିଠାରୁ ଗ୍ରୁପ୍‌ ଭଏସ୍‌ ଓ ଭିଡିଓ କଲ୍‌ ସେବା ଆରମ୍ଭ କରୁଛି ବୋଲି କମ୍ପାନି ଏହାର ବ୍ଲଗ୍‌ ପୋଷ୍ଟ୍‍ରେ ଉଲ୍ଲେଖ କରିଛି। ଓ୍ଵାନ୍‌-ଟୁ-ଓ୍ଵାନ ଭଏସ୍‌ ବା ଭିଡିଓ କଲ୍‌ ଆରମ୍ଭ କରିଲେ ସ୍କି୍ରନ୍‌ର ଡାହାଣ ପଟ ଉପରିଭାଗରେ ‘ଆଡ୍‌ ପାର୍ଟିସିପାଣ୍ଟ୍‌’ ନାମରେ ଏକ ବଟନ୍‌ ଆସିବ। ଫଳରେ ଅଧିକ ବ୍ୟକ୍ତିଙ୍କୁ ଏହି କଥାବାର୍ତ୍ତାରେ ସାମିଲ କରାଯାଇପାରିବ।

Related Posts

About The Author

Add Comment