ହ୍ଵାଟସ୍‌ ଆପ୍‌ ହଟାଇଲା ୩ଲକ୍ଷ ଆକାଉଣ୍ଟ

Spread the love

ନୂଆଦିଲ୍ଲୀ, ୭/୨ (ସନ୍ଧାନ ନିୟୁଜ) : ପପୁଲାର ମେସେଜିଂ ପ୍ଲାଟଫର୍ମ ହ୍ଵାଟସ୍‌ ଆପ୍‌ ମିଥ୍ୟା ଖବର ପ୍ରଚାରକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏଥିପାଇଁ ପ୍ରତି ମାସରେ ପାଖାପାଖି ୨୦ଲକ୍ଷ ହ୍ଵାଟସ୍‌ ଆପ୍‌ ଆକାଉଣ୍ଟ ଡିଲିଟ କରି ଦେଉଛି।

ସୂଚନାଯୋଗ୍ୟ, କମ୍ପାନି ଏକ ମେସିନ୍‌ ଲର୍ଣ୍ଣିଙ୍ଗ ସିଷ୍ଟମ ପ୍ରସ୍ତୁତ କରିଛି। ଏହାଜରିଆରେ ଏମିତି ଆକାଉଣ୍ଟର ଚିହ୍ନଟ କରୁଛି, ଯିଏକି ଏକାସଙ୍ଗେ ଅନେକ ଲୋକଙ୍କୁ ମେସେଜ ପଠାଉଛି। ଏହାକୁ ବଲ୍କ ମେସେଜିଂ ବି କୁହାଯାଇପାରେ। ଏଥିସହିତ ଏହି ମେସିନ୍‌ ସେହି ନମ୍ବରକୁ ବି ଚିହ୍ନଟ କରିପାରୁଛି, ଯିଏକି ଅଲଗା ଅଲଗା ଆକାଉଣ୍ଟ ବନାଇ କମ୍ପାନିଙ୍କ ନୀତି ବିରୋଧି କାମ କରୁଛି। ମେସିନ୍‌ ଲର୍ଣ୍ଣିଙ୍ଗ ସିଷ୍ଟମ ସେହି ନମ୍ବରକୁ ଧରିଥାଏ, ଯାହା କି ଭୁଲ ଓ ସନ୍ଦିଗ୍ଧ କଣ୍ଟେଟ୍‌ ପାଇଁ ରିପୋର୍ଟ କରିଥାଏ।

ଏହି ମ୍ୟାସିନ୍‌ ଜରିଆରେ ସେହି ବ୍ୟବହାରକାରୀଙ୍କୁ ଟାଗେର୍ଟ କରାଯାଇଥାଏ, ଯେଉଁମାନେ କି ମିଥ୍ୟା ଖବର ପ୍ରଚାର କରି ଥାଆନ୍ତି। ଏମିତିରେ ଯେତେବେଳେ ବ୍ୟବହାରକାରୀ ସେହି ନମ୍ବର ଦ୍ୱିତୀୟଥର ରେଜିଷ୍ଟ୍ରେସନ୍‌ କରିବାକୁ ଚେଷ୍ଟା କରିଥାଏ, ଏହି ସିଷ୍ଟମ ଜରିଆରେ ତାକୁ ବ୍ୟାନ୍‌ କରି ଦିଆଯାଏ।

ବ୍ୟାନ୍‌ ହୋଇଥିବା ୨୦ଲକ୍ଷ ଆକାଉଣ୍ଟ ମଧ୍ୟରୁ ୭୫ ପ୍ରତିଶତ ଆକାଉଣ୍ଟ ଏମିତି ରହିଛି ଯାହାକୁ ବିନା ରିପୋର୍ଟ କରି ବ୍ୟାନ୍‌ କରାଯାଇଛି। ସେହିପରି ୨୫ ପ୍ରତିଶତ ଆକାଉଣ୍ଟ ଏମିତି ରହିଛି, ବ୍ୟବହାରକାରୀ ପରିଚୟ କେବଳ ରେଜିଷ୍ଟେସନ୍‌ ସମୟରେ ହୋଇଥିଲା, ଏହାପରେ ତାହାକୁ ବ୍ୟାନ୍‌ କରାଯାଇଛି।

Related Posts

About The Author

Add Comment