ହୁଟୁପାନି ଗ୍ରାମରୁ ଅବକାରୀ ବିଭାଗ ତରଫରୁ ଅତର୍କିତ ଚଢାଉ, ୫୧୦ କେଜି ମହୁଲ ଫୁଲ ଜବତ

Spread the love

ସୁନ୍ଦରଗଡ ତା:୧୩-୫-୨୦୨୬ରିଖ (ସନ୍ଧାନ ନ୍ୟୁଜ )ଆଜି ସ୍ଥାନୀୟ ଅବକାରୀ ବିଭାଗ  ଉଚ୍ଚ ନିରୀକ୍ଷକ ଅଧିକାରୀ ଶ୍ରୀ ସିଦ୍ଧେଶ୍ୱର ବେସ୍ରା ଙ୍କ ନିର୍ଦେଶ କ୍ରମେ ଉପ ନିରୀକ୍ଷକ ଅଧିକାରୀ ଶ୍ରୀ ପ୍ରମୋଦ କୁମାର ପଣ୍ଡା ଙ୍କ ତତ୍ୱାବଧାନ ରେ ସବଡେଗା ଅବକାରୀ ଥାନା ଅଧିକାରୀ ସୁଶୀଲ କୁମାର ମିର୍ଦ୍ଧା ଓ ଷ୍ଟାପ ଗାୟତ୍ରୀ ସା, ରଜନୀକାନ୍ତ ବେହେରା ବିଶେଷ ସୂତ୍ରରୁ ଖବର ପାଇ ହୁଟୁପାନି ଗ୍ରାମ ରେ ଅତର୍କିତ ଚଡ଼ାଉ କରିଥିଲେ । ଏହି ଚଢ଼ାଉରେ ହୁଟୁପାନି ଗ୍ରାମର ଡମ୍ବରୁଧର ସିଂ ପିତା ସ୍ବର୍ଗତ ଲାଲ ସିଂ ଙ୍କ  ଘରୁ ୧୭ ଗୋଟି ବସ୍ତାରେ ମହୁଲ ଫୁଲ ଥିବା ମିଳିଥିଲା ।ପ୍ରତି ବସ୍ତାରେ ପ୍ରାୟ ୩୦ କେଜି ମହୁଲ ଫୁଲ ଥିବା ଜଣାପଡିଥିଲା । ସମୁଦାୟ ୫୧୦ କେଜି ମହୁଲ ଫୁଲ ଏକ ଟେମ୍ପୁ ଗାଡ଼ି(ଓ. ଡି ୧୬ ଏଚ ୦୩୨୭)ମିଳିଥିବା ବିଭାଗୀୟ ସୂତ୍ରରୁ ପ୍ରକାଶ ।ଏହି ଘଟଣା ଟି ସକାଳ ସମୟ ପ୍ରାୟ ୭.୩୦ମିନିଟ ରୁ ୯.୧୫ ମିନିଟ  ମଧ୍ୟରେ ହୋଇଥିବା ବେଳେ ଓଡ଼ିଶା ଅବକାରୀ ଆକଟ ୨୦୦୮ ଅନୁଯାୟୀ ପି.ଆର କେଶ ନମ୍ବର ୩୩/୨୦୨୬-୨୭ ରେ ଏକ ମାମଲା ରୁଜୁ କରିଥିବା ସୂଚନା ରହିଛି ।

Related Posts

About The Author

Add Comment