ହିଞ୍ଜିଳି ଥାନା ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମ ପୋଖରୀରେ ବୁଡ଼ି ବ୍ୟକ୍ତିଙ୍କ ମୃତ୍ୟୁ

Spread the love
  •  
  •  
  •  
  •  
  •  

ହିଞ୍ଜିଳିକାଟୁ,ତା-୦୯/୦୯ (ସନ୍ଧାନ ନିଉଜ) ହିଞ୍ଜିଳି ଥାନା ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ସେହି ଗ୍ରାମର ଉଦୟ ପ୍ରଧାନ (୬୫) ଙ୍କ ପୋଖରୀରେ ବୁଡ଼ି ମୃତ୍ୟୁ ହୋଇଛି ।ସୁଚନାପ୍ରକାରେ ଭୋର ସକାଳ ପ୍ରାୟ ୪ଘଣ୍ଟ ସମୟରେ ଉଦୟ ପ୍ରଧାନ  ପ୍ରତିଦିନ ଗାଧେଇବା ପାଇଁ ପୋଖରୀକୁ ଯାଇଥାନ୍ତି।ପୁର୍ବ ଭଳି ମଙ୍ଗଳବାର ଦିନ ଭୋର ସମୟ ପ୍ରାୟ ୪ ଘଣ୍ଟରେ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ। ଗାଁ ଲୋକେ ସକାଳୁ  ପୋଖରୀରେ ଗାଧୋଇବା ସମୟରେ ମୃତ ଦେହକୁ ଦେଖି ଜାଣିବାକୁ ପାଇଥିଲେ ଯେ, ମୃତ ଦେହଟି ଉଦୟ ପ୍ରଧାନ ନରେନ୍ଦ୍ରପୁର ଗ୍ରାମର ବୋଲି ଚିହ୍ନଟ କରିଥିଲେ । କୌଣସି କାରଣରୁ ଉଦୟଙ୍କ ମୃତ୍ୟୁ ହୋଇଥିଲା ତାହା ସ୍ପଷ୍ଟ ପ୍ରମାଣିତ ହୋଇପାରିନାହିଁ । ହିଞ୍ଜିଳି ଥାନାରେ ୨୪/୨୦ ଅନୁଯାଇ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ ହୋଇ ଶବ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ ଡାକ୍ତରଖାନା କୁ ପଠାଯାଇଥିବା ଜଣାପଡିଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ପରେ ମୃତବ୍ଯକ୍ତି ଉଦୟ ପ୍ରଧାନଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ହିଞ୍ଜିଳି ଥାନା ତରଫରୁ ଜଣାପଡିଛି ।

Related Posts

About The Author

Add Comment