ହାତୀ ଆକ୍ରମଣରେ ବୃଦ୍ଧ ମୃତ

Spread the love
  •  
  •  
  •  
  •  
  •  

ମୟୂରଭଞ୍ଜ, ୧୭/୬ (ସନ୍ଧାନ ନିଉଜ) ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ଅର୍ନ୍ତଗତ ଡାଙ୍କରବିଲା ଗ୍ରାମରେ ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବାର ଜଣାପଡିଛି । ଖବର ଅନୁଯାୟୀ ଝାଡଖଣ୍ଡ ଅଞ୍ଚଳରୁ ଆସିଥିବା ହାତୀଙ୍କ ଆକ୍ରମଣରେ ହରିଆ ସୋରେନ(୫୦) ନାମକ ଜଣେ ବୃଦ୍ଧ ମୃତ୍ୟୁବରଣ କରିଛନ୍ତି । ଗତକାଲି ରାତିରେ ଝାଡ଼ଖଣ୍ଡ ଦଲମା ଜଙ୍ଗଲରୁ ୧୨ଟିରୁ ଉର୍ଦ୍ଧ୍ବ ହାତୀ ପଶ୍ଚିମବଙ୍ଗ ଦେଇ ରାସଗୋବିନ୍ଦପୁର ରେଞ୍ଜରେ ପ୍ରବେଶ କରିଥିଲେ । ଆଜି ସକାଳ ସମୟରେ ଏହି ହାତୀପଲ ଡ଼ାଙ୍ଗରବିଲା ଗ୍ରାମ ଦେଇ ଯାଉଥିବା ବେଳେ ହରିଆ ହାତୀପଲଙ୍କ ସମ୍ମୁଖକୁ ଚାଲିଆସିଥିଲେ । ଫଳରେ ହାତୀପଲ ହରିଆଙ୍କୁ ପାଦରେ ଦଳି ଦେଇଥିଲେ ଓ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ଘଟଣାର ଖବର ପାଇ ବନବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛନ୍ତି ।

Related Posts

About The Author

Add Comment