ହାତୀପଲ ଦଳିଦେଲେ ମକା ଫସଲ: ଏକର ଏକର ଫସଲ ନଷ୍ଟ

Spread the love
  • 13
    Shares

କେନ୍ଦୁଝର ୯/୬ (ସନ୍ଧାନ ନିୟୁଜ୍) କେନ୍ଦୁଝର ଜିଲ୍ଲାରେ ଗଜରାଜଙ୍କ ଗୁଣ୍ଡାରାଜ ଯୋଗୁଁ ଏକର ଏକର ଫସଲ ନଷ୍ଟ ହୋଇଛି। ଗତକାଲି ୨୩ ହାତୀପଲ କେନ୍ଦୁଝର ଜିଲା ପାଟଣା ରେଞ୍ଜକୁ ଧସେଇ ପଶିଆସି ପାଟଣା ବ୍ଲକର ଭୃଙ୍ଗ ରାଜପଶି ଗ୍ରାମରେ ମକା ଚାଷ ନଷ୍ଟ କରିବା ସହିତ କଇଣ୍ଡା ଗ୍ରାମଧାନ ଚାଷ ନଷ୍ଟ କରିଛନ୍ତି। ଭୃଙ୍ଗରାଜ ପଶି ଗ୍ରାମର ୫ ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ମିଶି ସ୍ୱାମ୍ବଲମ୍ବୀ ହେବା ଉଦ୍ଦେଶ୍ୟରେ ସ୍ୱୟଂ ସହାୟକ ଗୋଷ୍ଠି ମାଧ୍ୟମରେ ଋଣ କରି କଠିନ ପରିଶ୍ରମ କରି ମୁଣ୍ଡଝାଳକୁ ତୁଣ୍ଡରେ ମାରି ୧୦ ଏକର ଜାଗାରେ ଫସଲ ଫଳାଇବା ଆଶାରେ ଚାଷ କରିଥିଲେ। କିନ୍ତୁ ଏହି ଫସଲକୁ ହାତୀ ପୋଲ ଦଳିଚକଟି ନଷ୍ଟ କରିଦେଇଛନ୍ତି। ଏବେ ମହିଳାମାନେ ଋଣ ଚିନ୍ତାରେ ନିଜ ଜମିରେ ମୁଣ୍ଡରେ ହାତ ଦେଇ ବସି ସରକାରୀ ସହାୟତା ପାଇଁ ଦାବି କରିଛନ୍ତି। ସେହିପରି କଇଣ୍ଡା ଗ୍ରାମରେ ମଧ୍ୟ ହାତୀ ପଲ ଏକର ଏକର ଧାନ ଫସଲ ନଷ୍ଟ କରିଛନ୍ତି। ପାଟଣା ରେଞ୍ଜର ମୁକ୍ତିକାନ୍ତ ରାୟ ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ କ୍ଷୟକ୍ଷତିର ଆକଳନ କରାଯାଉଛି। ତୁରନ୍ତ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ସ୍ୱୟଂ ସହାୟକ ଗୋଷ୍ଠିର ସଦସ୍ୟା ଦ୍ରୌପଦୀ ମହାନ୍ତ, ସରସ୍ୱତୀ ମହାନ୍ତ, ମିନତୀ ମହାନ୍ତ, ଲଳିତ ମହାନ୍ତ ଶାନ୍ତିଲତା ମହାନ୍ତ ସସ୍ମିତା ମହାନ୍ତ, ଉର୍ମିଳା ମହାନ୍ତ, ପ୍ରମିଳା ମହାନ୍ତ, ପ୍ରମୁଖ ଦାବି କରିଛନ୍ତି।

news by ananta jena keonjhar

  • 13
    Shares

Related Posts

About The Author

Add Comment