ହାଟ ଭିତରେ ପକେଟ୍ ମାର କରି ଖସି ପଳାଉ ଥିଲା ଦୁର୍ବୃତ୍ତ, ପଡିଗଲା ଲୋକଙ୍କ ହାତରେ ଧରା

Spread the love
  •  
  •  
  •  
  •  
  •  

ମୋରଡା, 09.01.2021(ସନ୍ଧାନ ନିଉଜ୍ /ଲିଙ୍ଗରାଜ ପଣ୍ଡା): କିଛିଦିନ ହେବ ମୟୂରଭଞ୍ଜ ଜିଲ୍ଲା ମୋରଡା ଅଞ୍ଚଳରେ ଲଗାତାର ପ୍ରତ୍ୟେକ ଦିନ ରାସ୍ତାରେ ଛିନତାଇ ସହ ଗାଁରେ ଚୋରି ମାମଲା ବୃଦ୍ଧି ପାଇଚାଲିଛି। ରାସ୍ତା ଘାଟ ଠାରୁ ଆରମ୍ଭ କରି ଘରେ ବି ଲୋକ ଏବଂ ଲୋକଙ୍କ ଧନ ଜୀବନ ଆଉ ସୁରକ୍ଷିତ ନୁହେଁ। ଆଜି ଅପରାହ୍ନରେ ଏକ ସାପ୍ତାହିକ ହାଟ ଭିତରୁ ଜନୈକ ବ୍ୟକ୍ତିଙ୍କ ପକେଟରୁ ଜଣେ ଦୁର୍ବୃତ୍ତ ତିନି ହଜାର ଟଙ୍କା ଲୁଟିନେଇ ଖସି ପଳାଇଯାଉଥିବା ବେଳେ ଲୋକଙ୍କ ହାବୁଡ଼ରେ ଧରାପଡିଛନ୍ତି। ଲୋକେ ଦୁର୍ବୃତ୍ତକୁ ଧରି ପୋଲିସ ଜିମା ଦେଇଥିବା ବେଳେ ବାଇକ୍ ମଧ୍ୟ ଜବତ ହୋଇଛି। ଖବରରୁ ପ୍ରକାଶ କି ଆଜି ଅପରାହ୍ନରେ ମୋରଡ଼ା ଥାନା ତଥା ଚିତ୍ରଡ଼ା ଫାଣ୍ଡି ଅନ୍ତର୍ଗତ ଚିତ୍ରଡ଼ା  ସାପ୍ତାହିକ ହାଟରେ ଡାଙ୍ଗରବିଲାର ଦୀନବନ୍ଧୁ ହାସଦାଃ ନାମକ ଜନୈକ ବ୍ୟକ୍ତି ମାଛ ଦୋକାନରେ ଛିଡା ହୋଇ ମାଛ କିଣୁଥିବା ସମୟରେ ହଠାତ ତିନିଜଣ ଦୁର୍ବୃତ୍ତ ଆସି ବ୍ୟକ୍ତିଙ୍କ ପକେଟରୁ ତିନି ହଜାର ଟଙ୍କା ଲୁଟି ନେଇ ଦୌଡ଼ି ପଳାଇ ଯାଉଥିଲେ। ଏହି ସମୟରେ ଲୋକଙ୍କ ହାବୁଡ଼ ଜଣେ ଦୁର୍ବୃତ୍ତ ପଡିଯାଇଥିଲା। ଯାହାଫଳରେ ଲୋକେ ଦୁର୍ବୃତ୍ତ ଜଣକୁ  କାବୁ କରି  ପୋଲିସକୁ ଖବର ଦେଇଥିଲେ।

 ଖବର ପାଇ ପୋଲିସ ଘଟଣା ସ୍ଥଳରେ ସଦଳ ବଳେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ଦୁର୍ବୃତ୍ତ ଜଣକୁ ଥାନାକୁ ନେଇ ଅଟକ ରଖି ପଚରାଉଚୁରା କରୁଛନ୍ତି। ପୋଲିସ ବାଇକକୁ ମଧ୍ୟ ଜବତ କରିଥିବା ଜଣାପଡିଛି। ଦୁର୍ବୃତ୍ତ ଜଣଙ୍କ ହେଉଛି ଭଦ୍ରକ ଜିଲ୍ଲାର ଧାମନଗର ଥାନା ଅନ୍ତର୍ଗତ ନୂଆପଡା ଗ୍ରାମର ରମାକାନ୍ତ ଦାସଙ୍କ ପୁଅ ରାଜେଶ ଦାସ । ତେବେ ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ଥାନାରେ ମାମଲା ରୁଜୁ ହୋଇନଥିବା ବେଳେ   ତଦନ୍ତ ଜାରି ରହିଛି ଏବଂ ମାମଲା ରୁଜୁ ହେବ ବୋଲି ଆଇଆଇସି କୁନି ବେଶ୍ରା ପ୍ରକାଶ କରିଛନ୍ତି।

Related Posts

About The Author

Add Comment