ସ୍ୱାସ୍ଥ୍ୟ କର୍ମୀଙ୍କ ଅବହେଳାଯୋଗୁଁ ସରକାରଙ୍କ ନିରାମୟା ଯୋଜନା ବିଫଳ

Spread the love

ସୁନ୍ଦରଗଡ ତା:୪/୮/୨୦୨୧ ( ସନ୍ଧାନ ନିଉଜ / ରାଜୁ ପଟେଲ ) ନିରାମୟା ଯୋଜନା ମାଧ୍ୟମରେ ସମସ୍ତ ସ୍ଵାସ୍ଥ୍ୟ କେନ୍ଦ୍ରରେ ମାଗଣାରେ ଔଷଧ ବଣ୍ଟନର ସୁବିଧା କରାଯାଇଛି । ଏହା ଫଳରେ ଗରିବ ଓ ଖଟିଖିଆ ଦିନମଜୁରିଆ ଉପକୃତ ହୋଇପାରିବେ ।ମାତ୍ର ଦାଇତ୍ୱରେ ଥିବା ଅଧିକାରୀଙ୍କ ମାତ୍ରାଧିକ କର୍ମହିନତା ଓ ଖାମଖିଆଳି ମନୋଭାବ ଯୋଗୁଁ ଅସହାୟ ରୋଗୀ ତଥା ଗରିବ ଲୋକେ ଏଥିରୁ ବଂଚିତ ହେଉଛନ୍ତି ଓ
ବାହାରେ ଔଷଧ କିଣି ଗ୍ରସିତ ହେବା ଦେଖିବାକୁ ମିଳିଛି । ଏପରି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ହେମଗିର ବ୍ଲକ ଅନ୍ତର୍ଗତ
ବିଳେଇମୁଣ୍ଡା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ । ଏହି ସ୍ବାସ୍ଥ୍ୟ କେନ୍ଦ୍ରରେ ନିରାମୟା ଯୋଜନା ଫେଲ ମାରିବା ତଥା ଯୋଜନାର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠୁଛି । ଏହି ବିଲେଇ ମୁଣ୍ଡା ସ୍ଵାସ୍ଥ୍ୟ କେନ୍ଦ୍ର ଉପରେ କୁଚେଡେଗା, ଟପରିଆ,ଗର୍ଜନଜୋର, ଝାଡ଼ ତରଙ୍ଗ,କେନ୍ଦୁଡ଼ିହି ସମେତ ପଡୋଶୀ ଛତିଶଗଡ଼ ସୀମାନ୍ତ ଅଂଚଳର ଗରିବ ଲୋକ ନିର୍ଭର କରନ୍ତି । ଏହି ସ୍ଵାସ୍ଥ୍ୟ କେନ୍ଦ୍ରରେ ଦିନକୁ ପ୍ରାୟ ୧୦୦ ରୁ ଉର୍ଦ୍ଧ ରୋଗୀ ଆସୁଠୁଲେ ମଧ୍ୟ ଯୋଜନାର ଲାଭ ପାଇପାରୁ ନାହାନ୍ତି । ଫଳରେ ରୋଗୀ ବାହାରୁ ଔଷଧ କିଣି ଅସୁବିଧାରେ ପଡୁଛନ୍ତି । ହିମଗିର ମୁଖ୍ୟ ସ୍ବାସ୍ଥ୍ୟ କେନ୍ଦ୍ରରେ ମାଗଣାଔଷଧ ପଡିରହିଥିବା ଅଭିଜିଗ ହେଉଛି । ଏଥିରେ ସ୍ଵାସ୍ଥ୍ୟ କେନ୍ଦ୍ର
ଅଧିକାରୀ ଶକ୍ତି ପ୍ରସାଦ ଦାସଙ୍କ ମତାମତ ନିଆଯିବାରୁ ଏଥିରେ ପରୋକ୍ଷ ତ୍ରୁଟିଥିବା ଦର୍ଶାଇଛନ୍ତି ।ଆଗାମୀ ଦିନରେ ଏହି ତ୍ରୁଟିକୁ
ସୁଧାର କରାଯାଇ ରୋଗୀଙ୍କ ପାଇଁ ତାହା ସୁଚାରୁ ରୁପେ ବ୍ୟବହୃତ ହେବ ବୋଲି ସୂଚନା ଦେଇଛନ୍ତି ।

Related Posts

About The Author

Add Comment