ଗଡମଧୁପୁର, ୨୭/୭ (ସନ୍ଧାନ ନ୍ୟୁଜ୍/ବସନ୍ତ ନାୟକ) : ଧର୍ମଶାଳା ବ୍ଲକ ଅନ୍ତର୍ଗତ ବାଉଁଶ ଅଣ୍ଟା ପ୍ରଥମିକ ବିଦ୍ୟାଳୟ ଅଞ୍ଚଳିକ ସାଧନ କେନ୍ଦ୍ର ଠାରେ ସ୍ୱାଗତ ଓ ବିଦାୟ କାଳିନ ସମ୍ବର୍ଦ୍ଧନା ସଭା ଅନୁଷ୍ଠି ତ ହୋଇଯାଇଛି ।୧୯ଟି ବିଦ୍ୟାଳୟକୁ ନେଇ ଗଠିତ ଏହି ଅଞ୍ଚଳିକ ସାଧନ କେନ୍ଦ୍ରର ପୁର୍ବତନ ସିଆରସିସି କାଶିନାଥ ଜେନାଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିବା ବେଳେ ନୁତନ ଭାବେ କର୍ଯ୍ୟଭାର ଗ୍ରହଣ କରିଥିବା ଗୁରୁଚରଣ ରାଉତଙ୍କୁ ସ୍ୱାଗତ କରାଯାଇଥିଲା । ବିଦ୍ୟାଳୟର ବରିଷ୍ଟ ଶିକ୍ଷକ ରମାକାନ୍ତ ମିଶ୍ର ପ୍ରଦୀପ ପ୍ରଜ୍ୱୋଳନ କରି ଆନୁଷ୍ଟାନିକ ଭାବେ ସଭାକାର୍ଯ୍ୟ ଆରମ୍ଭ କରିଥିଲେ । ଆୟୋଜିତ ସଭାରେ ନାରାୟଣପୁର ପ୍ରାଥମିକ ପ୍ରକଳ୍ପ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଧର ପ୍ରଧାନ ସାଭାପତିତ୍ୱ କରି ବିଦାୟୀ ପ୍ରଧାନ ଶିକ୍ଷକଙ୍କର କାର୍ଯ୍ୟଦକ୍ଷତାର ଭୁୟଶି ପ୍ରଶଂସା କରିଥିଲେ । ଏହି ସଭାରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରବିନ୍ଦ୍ର ଶତପଥି ଯୋଗଦେଇ ବିଦାୟୀ ସିଆରସିସି ଜେନାଙ୍କ ବହୁ ମୁଖି ପ୍ରତିଭାର ଗୁଣଗାନ କରିଥିଲେ । ଏହି ଅବସରରେ ଉପଢୌକନ ଓ ମାନପତ୍ରଦେଇ ଉଭୟଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟମାନଙ୍କ ମାଧ୍ୟରେ ଶିକ୍ଷକ ରଘୁନାତ ରାଉତ, ହିରଣ୍ଣ୍ୟ ରାଉତ,ମେଘନାଦ ପାତ୍ର,ବଲି ଚରଣ ସାମଲ,ବିଜୟ କୁମାର ମିଶ୍ର, ଶିକ୍ଷୟତ୍ରୀ ସସ୍ମିତା ସାହୁ, ତପନକୁମାର ମିଶ୍ର, ଅନନ୍ତଚରଣ ରଣା, ରଘୁନାଥ ଦେହୁରି, ପ୍ରକାଶଚନ୍ଦ୍ର ଦାସ, ପ୍ରମୁଖ ସଭାକାର୍ଯ୍ୟରେ ସହଯୋଗ କରିଥିଲେ । ଶିକ୍ଷକ ପ୍ରଦିପ୍ତକୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।
ସ୍ୱାଗତ ଓ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା
|
July 27, 2019 |
