ରସୁଲପୁର, (ସନ୍ଧାନ ନିୟୁଜ) ସ୍ୱଚ୍ଛ ଭାରତ ମିଶନ ପ୍ରର୍ଯ୍ୟୟ-୨ ଅର୍ନ୍ତଗତ ସମୁହିକ ସଫେଇ ପରିପ୍ରେକ୍ଷୀରେ ଏକ ତାରିଖ ଏକ ଘଂଟା କାର୍ଯ୍ୟକ୍ରମ ବନ୍ଧଢିହ ଗ୍ରାମ ପଂଚାୟତରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଆନୁଷ୍ଠାନିକ ଭାବେ ବନ୍ଧଢିହ ଗ୍ରାମ ପଂଚାୟତର ସରପଂଚ ବିକ୍ରମ ବେହେରା ଉଦଘାଟନ କରିବା ପରେ ଉପସ୍ଥିତ ସ୍ୱଚ୍ଛାସେବୀ, ମହିଳା ସଂୟ ସହାୟକ ଗୋଷ୍ଠୀର ସଦସ୍ୟା, ୱାର୍ଡ ସଭ୍ୟ/ସଭ୍ୟା, ଏଏନଏମ, ପଂଚାୟତ ସ୍ୱାସ୍ଥ୍ୟ ଅଧିକାରୀ, ଆଶା, ଅଙ୍ଗନୱାର୍ଡି କର୍ମୀ ପ୍ରମୁଖ ପଂଚାୟତ ପରିସର ସଫା କରିଥିଲେ । ପରେ ପଂଚାୟତ ଠାରୁ ବନ୍ଧଢିହ ବିଦ୍ୟାଳୟ ପ୍ରର୍ଯ୍ୟନ୍ତ ରାସ୍ତାକୁ ସଫା କରିଥିଲେ । ପରେ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ନେଇ ଏକ ସ୍ୱଚ୍ଛତା ସମ୍ବଦ୍ଧୀୟ ଶପଥ ପାଠ ଏବଂ ହାତ ଧୁଆ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଥିରେ ବିଦ୍ୟାଳୟର ଛତ୍ରଛାତ୍ରୀ, ଶିକ୍ଷୟ ଶିକ୍ଷୟତ୍ରୀ, ପଂଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ, ଏବଂ ଗ୍ରାମ ରୋଜଗାର ସେବକ ଉପସ୍ଥିତ ରହି ଏହାକୁ ପରିଚାଳନା କରିଥିଲେ ।
ସେହିପରି ବାରବାଟୀ ଗ୍ରାମ ପାଂଚୟତରେ ସରପଂଚ ଆୟୁସ୍ମତୀ ଦାସ ଏବଂ ସମିତିସଭ୍ୟ ସୌଦାମିନି ସ୍ୱାଇଁଙ୍କ ତତ୍ୱାବଧାନରେ ଏକ ତାରିଖ ଏକ ଘଂଟା କାର୍ଯ୍ୟକ୍ରମରେ ଶ୍ରମ ଦାନ କରି ରାସ୍ତାଘାଟ,ବଜାର ଆଦି ସଫା କରିଥିଲେ । ଏହାକୁ ପିଇଓ ସୁଧିର କୁମାର ମହାନ୍ତି ପରିଚାଳନା କରିଥିବା ବେଳେ ଏଥିରେ ଏମବିକେ, ସିଆରପି ଏବଂ ଅନ୍ୟାନ କର୍ମଚାରୀ ମହିଳା ଗୋଷ୍ଠୀର ସଦସ୍ୟା ମାନେ ଯୋଗଦେଇ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।