ସ୍ଵାମୀ ମାଡ଼ରେ ପତ୍ନୀ ମୃତ

Spread the love
  •  
  •  
  •  
  •  
  •  

ଠାକୁରମୁଣ୍ଡା, ୧୫/୦୯/୨୦ (ସନ୍ଧାନ ନ୍ୟୁଜ୍/ଲିଙ୍ଗରାଜ ପଣ୍ଡା) : ସ୍ଵାମୀଙ୍କ ମାଡ଼ରେ ପତ୍ନୀଙ୍କ ମୃ ତୁ ହୋଇଛି । ଏ ଭଳି ଏକ ଅଭାବନୀୟ ଘଟଣା ଘଟିଛି ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ପଡ଼ି ଆବେଡ଼ା ପଞ୍ଚାୟତ ନୂଆଗାଁ ଗାଁରେ । ମୃତକ ଜଣଙ୍କ ନୂଆଗାଁ ଗାଁର ଲକ୍ଷ୍ମଣ ଟୁଡ଼ୁଙ୍କ ପତ୍ନୀ ମାନକ ଟୁଡୁ(୪୫)। ଖବରପାଇ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ କରଞ୍ଜିଆ ପଠାଇଛି । ସୂଚନା ଅନୁସାରେ ଲକ୍ଷ୍ମଣ ଓ ତାଙ୍କ ପତ୍ନୀ ମାନଙ୍କ ମଧ୍ୟରେ ସବୁବେଳେ ଗଣ୍ଡଗୋଳ ଲାଗି ରହୁଥିଲା । ଗତ ୧୧ ତାରିଖ ସକାଳେ ଉଭୟଙ୍କ ମଧ୍ୟରେ ଝଗଡ଼ା ଲାଗିଥିଲା । ଲକ୍ଷ୍ମଣ ଉକ୍ତ ହୋଇ ମାଡ଼ ଦେବାରୁ ମାନକଙ୍କ ମୃତ୍ୟୁ ହୋଇଥିଲା। ଖବରପାଇ ମାନଙ୍କ ଭାଇମାନେ ଠାକୁରମୁଣ୍ଡା ଥାନାରେ ୧୧ ତାରିଖ ସନ୍ଧ୍ୟାରେ ଏତଲା ଦେଇଥିଲେ । ଏହି ଘଟଣାରେ ପୁଲିସ ଲକ୍ଷ୍ମଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଲକ୍ଷ୍ମଣର ୪ଟି ଝିଅ ଓ ଗୋଟିଏ ପୁଅ । ସେମାନଙ୍କ ମଧ୍ୟରୁ ୩ଟି ଝିଅ ବିବାହ କରିଛନ୍ତି ।

Related Posts

About The Author

Add Comment