ଜେନାପୁର/୨୭/୦୪/ସନ୍ଧାନ ନିଉଜ୍/(ପ୍ରଶାନ୍ତ ସାମଲ):)ବୃତ୍ତି ଏଠି ମୋର ପୋଷେ କୁଟୁମ୍ବ ଧର୍ମଶାଳା ବ୍ଲକର ଏଣ୍ଡଳବା ପଞ୍ଚାୟତ ଅଧୀନରେ ଥିବା କୁମ୍ଭକାର ପରିବାର ମାନେ ମାଟିର ପାତ୍ର ମାନ ପ୍ରସ୍ତୁତ କରି ନିଜ ପରିବାର ଭରଣ ପୋଷଣ କରିଥାନ୍ତି। କିନ୍ତୁ ଏବେ ଏହି ବୃତ୍ତି ପରିବାର ଚଳାଇବା ପାଇଁ ଅସମ୍ଭବ ହେଇ ପଡୁଛି।କୁମ୍ଭକାର ମାନେ ସେମାନଙ୍କର ବୃତ୍ତି ହରାଉଥିବା ଭଳି ଦୃଶ୍ୟ ସମ୍ନାକୁ ଆସିଥିବା ଦେଖିବାକୁ ମିଳୁଛି। ମାଟିର ପାତ୍ର ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ କାଞ୍ଚମାଲ ଆଉ ବିଲ ବାଡିରୁ ମିଳୁ ନ ଥିବା ବେଳେ କରୋନାର ଦ୍ୱିତୀୟ ଲହରୀ ମହାମାରୀ ପାଇଁ ଲାଗିଥିବା କଟକଣା ସେମାନଙ୍କୁ ଅନ୍ୟ ବୃତ୍ତି ଆପଣେଇବାକୁ ବାଧ୍ୟ କରିଦେଉଛି। ଅନ୍ୟ ପଟେ ସରକାରୀ ପ୍ରୋତ୍ସାହନ ଅଭାବରୁ କୁମ୍ଭକାର ପରିବାର ବ୍ୟୟ ତୁଳନାରେ ଆୟ କରିପାରୁ ନ ଥିବା ପ୍ରକାଶ କରିଛ ନ୍ତି। ଧର୍ମଶାଳା ବ୍ଲକ ଏଣ୍ଡଳବା ପଞ୍ଚାୟତର ପାଟପୁର ଗ୍ରାମର, ବହୁ କୁମ୍ଭକାର ପରିବାର ବସବାସ କରୁଛନ୍ତି। ସେମାନେ ରାତି ପାହିଲେ ମାଟିର ପାତ୍ର ତିଆରି କରି ଗାଁରୁ ବଜାର ହାଟ ଆଦି ବୁଲି ବୁଲି ମାଟି ତିଆରି ଜିନିଷ ବିକ୍ରିକରି ପରିବାର ଚଳାଇଥାନ୍ତି। ଶୁଭ କାର୍ଯ୍ଯ ହେଉ ଅବା ଶୁଦ୍ଧିକ୍ରିୟା ସବୁଠି ମାଟି ପାତ୍ର ର ଆବଶ୍ୟକ ରହୁଥିବା ବେଳେ ଏହି ପରିବାର ସେମାନଙ୍କ ମାଟି ତିଆରି ଜିନିଷ ପହଞ୍ଚାଇ ଥାନ୍ତି। ହେଲେ ଆବଶ୍ୟକ କାଞ୍ଚମାଲ ସାଙ୍ଗକୁ ପ୍ରୋତ୍ସାହନ ଅଭାବରୁ ଏବଂ କରୋନା ପ୍ରବେଶ ଦିନରୁ ମାଟି ପାତ୍ରର ଚାହିଦା କମି ଯାଇଥିବାରୁ ଏବେ କୁମ୍ଭକାର ତିଆରି କରିଥିବା ହାଣ୍ଡି, ମାଠିଆ,କଳସ, ଦୀପ, ଝୁଣା ଦୀପ, ମାଟି ତାୱା,ଉଠାଚୁଲି,ଆଦି ଘର ଭିତରେ ପଡ଼ି ରହିଛି। ବର୍ତମାନ କରୋନାର ଦ୍ୱିତୀୟ ଲହରୀ ଆସିବାରୁ କୁମ୍ଭକାର ମାନେ ତିଆରି କରିଥିବା ଜିନିଷ ଗୁଡ଼ିକ କିପରି ବିକ୍ରି କରିବେ ଚିନ୍ତାରେ ପଡ଼ି ଯାଇଛନ୍ତି। କୁମ୍ଭକାର ମାନଙ୍କୁ ସରକାରୀ ପ୍ରୋତ୍ସାହନ ଯୋଗାଇବାକୁ ସାଧାରଣରେ ଦାବି ହେଉଛି।
ତାଜା ଖବର
- ସାର୍ବଜନୀନ ଦୁର୍ଗାପୂଜା ପୂର୍ବରୁ ଦର୍ଲିପାଲି ଚଢାଉରେ ବାଣ ସହ ଜଣେ ଅଟକ
- ବ୍ରାହ୍ମଣୀ ଉପରେ ସେତୁର ସ୍ୱପ୍ନକୁ ସରକାରୀ ମୋହର ୧୭୯.୧୬ କୋଟି ବ୍ୟୟରେ ନିର୍ମାଣ ହେବ ୧୬୩୯.୯୨ ମିଟର ହାଇଲେଭେଲ ବ୍ରିଜ୍ ଧର୍ମଶାଳା–ସୁକିନ୍ଦା ମଧ୍ୟରେ ଯୋଗାଯୋଗ ହେବ ସୁଗମ, ଡଙ୍ଗା ଯାତ୍ରାରୁ ମିଳିବ ମୁକ୍ତି
- ଜିଲ୍ଲା ସ୍ତରୀୟ ଇଂରାଜୀ ଭାଷା ସମୃଦ୍ଧି ପାଠ୍ୟକ୍ରମ ପ୍ରଶିକ୍ଷଣ ଶିବିର ଉଦଯାପିତ
- ଯାଜପୁର ଜିଲ୍ଲାରେ ବନ୍ୟା ପରିସ୍ଥିତି: ୨ଟି ବ୍ଲକର ୩୬ଟି ଗ୍ରାମ/ୱାର୍ଡ ପ୍ରଭାବିତ
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ – ପେପର ଡାଉନ ଲୋଡ କରନ୍ତୁ
- ବାଲି ଶଙ୍କରା ପଞ୍ଚାୟତ ସମିତି ପକ୍ଷରୁ ଲୋକଙ୍କ ଟଙ୍କାରେ ଜଙ୍ଗଲରେ ତିଆରି ହେଉଛି ଦୋକାନ ଗୃହ
- ଭାଗବତ ଜନ୍ମ କଥା, ଓଡ଼ିଶାର ସାଂସ୍କୃତିକ ଓ ଆଧ୍ୟାତ୍ମିକ ଜୀବନର ମେରୁଦଣ୍ଡ।
- ତଲସରା ପୋଲିସ ପକ୍ଷରୁ “ଆମ ପୋଲିସ ସମିତି “କାର୍ଯ୍ୟକ୍ରମ ଅନୁଷ୍ଠିତ
- ପଦ୍ମପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ‘ବନ୍ଦେ ମାତରମ୍’ ଗୀତ ୧୫୦ ବର୍ଷ ପୂର୍ତ୍ତି ଅବସରରେ ସ୍ମାରକ କାର୍ଯ୍ୟକ୍ରମ
- JAJPUR SUB-COLLECTOR OFFICE STAFFER NABBED BY ODISHA VIGILANCE WHILE TAKING BRIBE RS. 40,000/- TO FACILITATE PERMISSION FOR PURCHASE OF LAND OF A SCHEDULED CASTE LAND OWNER.


