ସ୍ମାର୍ଟ ସିଟି ରାଉରକେଲାର ବିକାଶ କୋମାରେ !

Spread the love

ରାଉରକେଲା ସିଟି, ୬/୧/୨୦୨୦ (ସନ୍ଧାନ ନିୟୁଜ/ସୁରଥ ବାରିକ ) : ସହରକୁ ସ୍ମାର୍ଟ ସିଟି ଘୋଷଣା ପରେ ବିକାଶ ନେଇ ଯେଉଁ ପରିକଳ୍ପନା କରାଯାଇ ଥିଲା ତାହା ଆଖିଦୃଶିଆ ହୋଇପାରିନାହିଁ । ସହରର ରାସ୍ତା ଘାଟ ଅବସ୍ଥା ବେଶ ଖରାପ ଥିବା ଦେଖିବାକୁ ମିଳିଛି । ଆସନ୍ତା 2023ରେ ହକି ବିଶ୍ବକପ ଆୟୋଜିତ ହେବାକୁ ଥିବାବେଳେ ଭିତ୍ତିଭୂମି ବିକାଶକୁ ନେଇ ପ୍ରଶ୍ନ ଉଠିଛି । ରାଉରକେଲା ମହାନଗର ନିଗମ ଗଠନ ପରଠାରୁ ବିବାଦ ଲାଗି ରହିଛି । ମାମଲା କୋର୍ଟରେ ଥିବା ଯୋଗୁ ନିର୍ବାଚନ ହୋଇପାରି ନାହିଁ । ତେଣୁ କେହି ଜନ ପ୍ରତିନିଧି ନାହାଁନ୍ତି । ଏପରି ସ୍ଥିତିରେ ସ୍ମାର୍ଟ ସିଟି ପାଇଁ ଶହ ଶହ କୋଟି ଟଙ୍କା ଆସି ପଡିରହିଛି । ରାଉରକେଲା ମହାନଗର ନିଗମ କମିଶନର ତଥା ସ୍ମାର୍ଟ ସିଟି ସିଇଓ ଯେଦୁଲ୍ଲା ବିଜୟଙ୍କ ବଦଳି ପରେ 5 ବର୍ଷ ମଧ୍ୟରେ ଆରଏମସିର 6 କମିଶନର ତଥା 4 ବର୍ଷରେ ସ୍ମାର୍ଟ ସିଟିର 5 ଜଣ ସିଇଓ ବଦଳି ହୋଇଥିବା ଦେଖିବାକୁ ମିଳିଛି । ଏପରିକି ଏକ ଡିପିଆରଓ ପ୍ରତିଷ୍ଠା କରାଯାଇ ନାହିଁ ।

Related Posts

About The Author

Add Comment