ରାଉରକେଲା, ୯/୯ (ସନ୍ଧାନ ନିୟୁଜ/ସୁବୋଧ ନାୟକ) : କଥାରେ ଅଛି ବୃତି ମୋର ପୋଷେ କୁଟୁମ୍ବ । ପେଟ ଚାଖଣ୍ଡକଙ୍କ ପାଇଁ ମନୁଷ୍ୟ ବିଭିନ୍ନ ପ୍ରକାର ବୃତି କରିଥାଏ । ଏହି ବୃତିରୁ ଦୁଇ ପଇସା ରୋଜଗାର କରି ନିଜ ତଥା ପରିବାରର ଭରଣ ପୋଷଣ କରିଥାଏ ବ୍ୟକ୍ତିଜଣଙ୍କ । ମାତ୍ର ଯେତେବେଳେ ବ୍ୟକ୍ତିଟି ଶାରୀରିକ ସ୍ତରରେ ଅପଙ୍ଗ ହୋଇ ପଡେ, ତେବେ ଭିକ୍ଷାବୃତି କରି ନିଜର ଜୀବନ ବଂଚାଇବା ବ୍ୟତିତ ତାର ଅନ୍ୟ କିଛି ଉପାୟ ନଥାଏ । ଜୀବନ ଯୁଦ୍ଧରେ ସଂଗ୍ରାମ କରି ଚାଲିଥାନ୍ତି ଏପରି ବ୍ୟକ୍ତି ମାନେ । ଦକ୍ଷିଣ ରାଉରକେଲାର ଦେଓଗାଁ ରେ ଥିବା କୁଷ୍ଠ ବସ୍ତିର ଲୋକମାନଙ୍କୁ ପ୍ରତିଦିନ ଭିକ୍ଷା ବୃତି ଉପରେ ନିର୍ଭର କରିବାକୁ ପଡିଥାଏ । ଏମାନେ ଦକ୍ଷିଣ ରାଉରକେଲାର ତରକେରା ଶିବ ମନ୍ଦିର ସମେତ ଅନ୍ୟ ମନ୍ଦିର ଗୁଡିକ ନିକଟରେ ଭିକ୍ଷା ମାଗୁ ଥିବା ଦେଖିବାକୁ ମିଳେ । ସାରନଗରୀ ଗୋଲେଇ ଛକ ସ୍ଥିତ ମା ମଙ୍ଗଳା ମନ୍ଦିରରେ ଭିକ୍ଷୁକ ମାନଙ୍କୁ ଭିକ୍ଷାବୃତ୍ି କରିବା ଦୃଷ୍ଟିଗୋଚର ହୋଇଥାଏ । ପ୍ରବଳ ଖରା ସତ୍ୱେ ମୁଣ୍ଡରେ ଛତାର ଆଶ୍ରୟ ନେଇ ଏମାନେ ବସିଥାନ୍ତି ମନ୍ଦିର ବେଢାରେ । ଚାତକ ଭଳି ଚାହିଁ ବସିଥାନ୍ତି ପୂଜା ସାରି ମନ୍ଦିରରୁ ଫେରୁଥିବା ଭକ୍ତ ମାନଙ୍କୁ । ସେମାନେ ଧରିଥିବା ରସ ତାଟିକାରେ କିଏ ୨ଟଙ୍କା ତ ପୁଣି କିଏ ୫ଟଙ୍କା ପକାଇ ଚାଲିଯାଉଥିବା ବେଳେ ଭିକ୍ଷୁକ ମାନେ ‘ତମକୁ ଭଗବାନ ଭରସା ହୁଅନ୍ତୁ ବାବୁ’ ବୋଲି କହିଥାନ୍ତି । କେହି କେହି ଭକ୍ତ ଭୋଗ ହୋଇ ସାରିଥିବା ନଡିଆ କି କଦଳୀ ଭିକ୍ଷୁକ ମାନଙ୍କୁ ପ୍ରଦାନ କରିବା ଦେଖିବାକୁ ମିଳିଥାଏ । ରାଉରକେଲାରେ ଥିବା ଶିବ ମନ୍ଦିର, ସାଇ ମନ୍ଦିର, ଜଗନ୍ନାଥ ମନ୍ଦିର, ହନୁମାନ ମନ୍ଦିର ଗୁଡିକରେ ପ୍ରତିଦିନ ଭିକ୍ଷୁକ ମାନଙ୍କୁ ଦେଖିବାକୁ ମିଳିଥାଏ । ମା ମଙ୍ଗଳା ଓ ଅନ୍ୟ ଦେବାଦେବୀଙ୍କ କୃପାରୁ ତାଙ୍କର ତେଲ ଲୁଣ ସଂସାର ଚାଲୁଛି ବୋଲି ଜଣେ ଭିକ୍ଷୁକ ମତ ଦିଅନ୍ତି । ସରକାରଙ୍କ ପକ୍ଷରୁ କରାଯାଇଥିବା କେତେକ ଯୋଜନାର ସୁଫଳ ଏମାନଙ୍କୁ ମିଳୁଥିବା ବେଳେ, ଆଉ କେତେକ ଯୋଜନା ଏବେ ବି ଅପହଂଚ ଏମାନଙ୍କ ପାଖରେ । ରାତି ପାହିଲେ ପ୍ରସ୍ତୁତ ହୋଇ ରହିଥାନ୍ତି ଏପରି ଭିକ୍ଷାବୃତିକୁ ଆପଣାଇବା ପାଇଁ । ପୁଣିଖୋଜି ବୁଲନ୍ତି ଆଜି କେଉଁ ମନ୍ଦିର ଓ ଦେବାଦେବୀଙ୍କ କୃପା ଦୃଷ୍ଟି ତାଙ୍କ ଉପରେ ପଡିବ!
ସ୍ମାର୍ଟ ସିଟି ଭିକ୍ଷୁକ: ତମକୁ ଭଗବାନ ଭରସା ହୁଅନ୍ତୁ ବାବୁ…
|
September 9, 2019 |