କେନ୍ଦୁଝର୩/୭(ସନ୍ଧାନ ନିୟୁଜ): କେନ୍ଦୁଝର ଜିଲ୍ଲା ପାଟଣା ଥାନା ସାହାରପଡା ନିକଟସ୍ଥ ଆହାରପଡା ଫକିରା ସାହିରେ ଘଟଛି ଅଭାବନୀୟ ଘଟଣା । ନିଜ ସ୍ତ୍ରୀ ର ଚରିତ୍ର କୁ ସନ୍ଦେହ କରି ସ୍ବାମୀ ପଥରରେ ଛେଚି ହତ୍ଯା କରିଛି । ସୂଚନା ଅନୁସାରେ ସାହାରପଡା ଫକୀର ସାହିର ଗୋବିନ୍ଦ ମୁଣ୍ଡା ଗତକାଲି ରାତି ହାଣ୍ଡିଆ ନିଶାରେ ଘରକୁ ଫେରିବା ପରେ ସ୍ତ୍ରୀ ମୋବାଇଲ ରେ କଥା ହେଉଥିବା ଦେଖି ମୋତେ କେବେ ଫୋନ କରୁନାହିଁ ତୁ କାହା ସହ ପ୍ରେମ କରୁଛୁ କହି ମଦ ନିଶାରେ ରାଗିଯାଇ ପଥର ଓ ଟାଙ୍ଗିଆରେ ସ୍ତ୍ରୀ ମାଳତୀ ମୁଣ୍ଡକୁ ଛେଚି ମାରିବା ପରେ ଘରେ ପକାଇ ରଖିଥିଲା । ଆଜି ଖବରପାଇ ପାଟଣା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିବା ସହ ବ୍ୟବଛେଦ କରାଇଛନ୍ତି । ଏନେଇ ପାଟଣା ଥାନା କେଶ ନମ୍ବର ୯୬/ ତା୦୩/୦୭/୨୦୧୮ ମୁଳେ ସ୍ତ୍ରୀ ହତ୍ୟାକାରୀ ଗୋବିନ୍ଦ ମୁଣ୍ଡା ନାମରେ ୩୦୨ ଦଫାରେ ମାମଲା ରୁଜୁ କରିବା ସହ ଗୋବିନ୍ଦ କୁ ପୋଲିସ ଗିରଫ କରିଛି ।
Report by Ananta Jena Keonjhar