ସୁବାଷ ବୋଷ ଯୁବସଂଗଠନ ରକ୍ତଦାନ ଶିବିର ପ୍ରସ୍ତୁତି ବୈଠକ

Spread the love

ଧର୍ମଶାଳା ୨୨/୧୦ (ସନ୍ଧାନ ନିଉଜ) : ଧର୍ମଶାଳା ବ୍ଲକ୍ ଜାରକା ପଂଚାୟତ ଉତର ଶାସନ ସ୍ଥିତ ଅମରେଶ୍ୱରୀ ହାଇସ୍କୁଲରେ ଆସନ୍ତା ୩ ତାରିଖରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହେବ । ଜାରକାର ସୁଭାଷ ବୋଷ ଯୁବ ସଂଗଠନ ଆନୁକୂଲ୍ୟରେ ଏହି ରକ୍ତଦାନ ଶିବିର ପାଇଁ ଆଜି ହାଇସ୍କୁଲ ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଗଠନର ସଭାପତି ପବିତ୍ର କୁମାର ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ସଂପାଦକ ଡ. ସାର୍ଥକ ଶତପଥୀ, ଉପସଭାପତି ପୃଥ୍ôୀରାଜ ରାଉତ, କୋଷାଧ୍ୟକ୍ଷ ରଚିକାନ୍ତ ବାରିକ, ସଭ୍ୟ ଦୀପକ କୁମାର ବାରିକ, ସୂର୍ଯ୍ୟପ୍ରତାପ ସାହୁ, ସୁବାସ ମହାନ୍ତି, ହରିହର ମହାନ୍ତି, ଜିତେନ୍ଦ୍ର ମହାନ୍ତି, ଅୟସକାନ୍ତ ବାରିକ, ଅନନ୍ତ ରାଉତ, ରୁଦ୍ରପ୍ରସାଦ ସାହୁ, ପ୍ରୀତମ୍ ବେହେରା, ଶୁଭମ୍ ରାଉତ, ଅବିନାଶ ବେହେରା, ପ୍ରମୁଖ ଯୋଗ ଦେଇ ରକ୍ତଦାନ ଶିବିର ପାଇଁ ବ୍ୟାପକ ଜନସଚେତନତା ସୃଷ୍ଟିକରିବାକୁ ଭିନ୍ନ ଭିନ୍ନ ମତ ଦେଇଥିଲେ । ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ରକ୍ତ ସଂଗ୍ରହ କରାଯିବାକୁ ନିଷ୍ପତି ହୋଇଥିଲା । ସାମାଜିକ କର୍ମୀ ମୋହନ ମହାରଣା, ସଭ୍ୟ ଭାଗୀରଥି ସାହୁ, ଶୁଭମ୍ ମହାନ୍ତି , ଭରତ ବେହେରା, ମକର ଦ୍ୱଜ ଦାସ, ଉମାକାନ୍ତ ମହାନ୍ତି, ସତ୍ୟସାଗର ମହାନ୍ତି, ବୈଠକରେ ଯୋଗଦେଇଥିଲେ । ଶେଷରେ ସାମ୍ବାଦିକ ସୀତାକାନ୍ତ ସାମଲ ରକ୍ତଦାନ ଶିବିରର ସଫଳତା ପାଇଁ ସମସ୍ତଙ୍କ ସହଯୋଗ କାମନା କରିବା ସହ ଧନ୍ୟବାଦ ଦେଇଥିଲେ ।

Related Posts

About The Author

Add Comment