ସୁବାଷିଶର ମରଶରୀର ଗ୍ରାମରେ ପହଁଞ୍ôଚଲା

Spread the love

ଯାଜପୁର ସଦର, ୦୨ା୦୩: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ବନ୍ଧଡିହ ପଂଚାୟତର ଭଗବତୀପୁର ଗ୍ରାମର ସୁବାଷିଶ ନାୟକ ଭଦ୍ରକକୁ ଯାଉଥିବା ବେଳେ, ସଡ଼କ ଦୃଘଟଣାରେ ମୃତ୍ୟୁବରଣ କରିଥିବାରୁ ମୃତ ଶରୀରକୁ ନିଜ ଗ୍ରାମ ବନ୍ଧଡିହ ପଂଚାୟତ ଭଗବତୀପୁରକୁ ସ୍ୱର୍ଗରଥ ମଧ୍ୟରେ ଅଣାଯାଇ ବରୁଆଁଠାରୁ ଏକ ବିରାଟ ଶୋଭାଯାତ୍ରାରେ ବ୍ରହ୍ମବରଦା, ସାହାପଡ଼ା ଦେଇ ଅଣାଯାଇ ବନ୍ଧଡିହ ହାଟ ପରିଶରରେ ସୁବାଷିଶର ମୃତ ଦେହ ପହଁଞ୍ôଚଥିଲା । ହଜାର ହଜାର ଲୋକଙ୍କ ମଧ୍ୟରେ ଶୋକାକୁଳ ପରିବେଶରେ ତାଙ୍କ ଘର ଭଗବତୀପୁରକୁ ଅଣାଯାଉଥିବା ବେଳେ, ବିଜୁ ଜନତା ଦଳର ଜିଲ୍ଲାପରିଷଦ ପ୍ରାର୍ଥିନୀ ଭାତରୀ ବିଶ୍ୱାଳଙ୍କ ପ୍ରତିନିଧି ଶ୍ରୀଯୁକ୍ତ ବିଶ୍ୱାଳ ସୁବାଷିଶଙ୍କ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ବହୁ ବିଶିଷ୍ଟ ବ୍ୟକ୍ତିମାନେ ଶେଷ ଦର୍ଶନ କରିବା ସହିତ ବାଜା ବାଣରେ ସୁବାଶିଷର ମରଶରୀରକୁ ଗ୍ରାମ ପରିକ୍ରମା କରାଯାଇଥିଲା । ଏହି ଅବସରରେ ବନ୍ଧଡିହ ଛକ ବଡ଼ଦଶଭୂଜା ତାରିଣୀ ମଣ୍ଡପ ଦେଇ ତାଙ୍କ ନିଜଘର ଭଗବତୀପୁର ଗ୍ରାମରେ ସୁବାଶିଷର ମରଶରୀର ପହଁଞ୍ôଚଥିଲା । ଶୋକାକୁଳ ପରିବେଶରେ ଭଗବତୀପୁର ସ୍ତବ୍ଧ ହୋଇଯାଇଥିଲା । ଶେଷ ଦର୍ଶନପାଇଁ ସୁବାଶିଷର ମରଶରୀରକୁ ନିଜ ବାସଭବନକୁ ଅଣାଯାଇଥିଲା । ଶେଷଦର୍ଶନ ପରେ ଶୋକାକୁଳ ପରିବେଶରେ ସୁବାଶିଷଙ୍କର ମରଶରୀରକୁ ଦଶମେଧ ବାରୁଣୀ ଘାଟକୁ ନିଆଯାଇ ଶବସଂସ୍କାର କରାଯାଇଥିଲା । ସୁବାଶିଷ ଅମର ରହେ ଧ୍ୱନିରେ ପ୍ରକମ୍ପିତ ହୋଇଯାଇଥିଲା । ସୁବାଶିଷର ସାଙ୍ଗମାନେ ଅଶୃଳ ନୟନରେ ସୁବାଶିଷକୁ ବିଦାୟ ଦେଇଥିଲେ ।

Related Posts

About The Author

Add Comment