ଧର୍ମଶାଳା, ୧୩/୦୧/୨୦୧୯ (ସନ୍ଧାନ ନିଉଜ) ଧର୍ମଶାଳା ବ୍ଲକ ଅନ୍ତର୍ଗତ ମା ମୋତେଇ ପଡିଆରେ ଚାଲିଥିବା ୨୬ତମ ସୁନ୍ଦରିଆ ପ୍ରିମିୟର ଲିଗ୍ ୬ଷ୍ଠ ଦିବସ ମ୍ୟାଚ ମୁକନ୍ଦପୁର ଏବଂ ଏବଂ ବଡବାଘସାହି ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ବଡବାଘସାହି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ଓଭର ସୁଧା ନିଜର ୬ଟି ୱକେଟ ହରାଇ ୨୪୨ ରନ୍ କରିଥିବା ବେଳେ ଦଳ । ଜବାବରେ ମୁକୁନ୍ଦପୁର ଦଳ ବ୍ୟାଟିଂ ଆରମ୍ଭ କରି ନିର୍ଦ୍ଧାରିତ ୨୦ଓଭର ସୁଧା ନିଜର ୮ ୱେକେଟ ହରାଇ ମାତ୍ର ୧୯୫ ରନ୍ କରିପାରି ପରାଜୟ ବରଣ କରିଥିଲେ । ବଡବାଘସାହି ଦଳର ଅନୁପ ପାଳଙ୍କୁ ମ୍ୟାନ ଅଫ ଦି ମ୍ୟାଚ ବିବେଚନା କରାଯାଇ ଟ୍ରଫି ପ୍ରଦାନ କରିଥିଲେ । ଖେଳକୁ ପ୍ରଶନ୍ତ ଦାସ ଏବଂ ଏମ୍ଡି ହିରା ପରିଚାଳନା କରିଥିଲେ । ସବ୍ୟସାଚୀ ପୃଷ୍ଟି, ବଂଟି ପରିଡା, ସଂଜୟ ଦାସ, ସାଗର ସାମଲ ଖେଳକୁ ପରିଚାଳନା କରିଥିଲେ । ଅସନ୍ତା ୧୫ତାରିଖ ବମ୍ପୁ ଏବଂ ବଡବାଘସାହି ମଧ୍ୟରେ ିଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ବୋଲି ନିୟୁ ଲାଇଫ ୟୁଥ୍ କ୍ଲବ ସଭାପତି ସପ୍ତ ସାଗର ଦାସ ପ୍ରକାଶ କରିଛନ୍ତି । ଫାଇନାଲ ମ୍ୟାଚରେ ଓଲିଉଡ ଜଗତର ବହୁ କଳାକାର ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି ।
ସୁନ୍ଦରିଆ ପ୍ରିମିୟର ଲିଗ୍ ମୁକୁନ୍ଦପୁରକୁ ହରାଇ ବଡବାଘସାହି ଫାଇନାଲରେ
|
January 13, 2020 |