ସୁନ୍ଦରଗଡ ତା:୪/୬/୨୦୨୬( ସନ୍ଧାନ ନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ବ୍ଲକ ହାତୀବନ୍ଧା ଗ୍ରାମ ପଞ୍ଚାୟତକୁ ମିଳିଛି ଜାତୀୟ ସ୍ୱୀକୃତି। ନୂଆଦିଲ୍ଲୀରେ ଆୟୋଜିତ ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ ଉତ୍ସବରେ ବର୍ଷ ୨୦୨୩-୨୪ ପାଇଁ ‘ଦୀନ ଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର’ ଅନ୍ତର୍ଗତ “ସ୍ୱଚ୍ଛ ଓ ସବୁଜ ପଞ୍ଚାୟତ” ବର୍ଗରେ ହାତିବନ୍ଧା ଦେଶରେ ଦ୍ୱିତୀୟ ସ୍ଥାନ ହାସଲ କରିଛି। କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ ଓ ରାଜ୍ୟମନ୍ତ୍ରୀ ଏସପି ସିଂହ ବାଘେଲଙ୍କ ଠାରୁ ହାତିବନ୍ଧା ପଞ୍ଚାୟତର ସରପଞ୍ଚ ଭାରତୀ ମୁଣ୍ଡାରୀ, ପିଇଓ ଜୟଶ୍ରୀ ସ୍ୱାଇଁ ଏବଂ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ସୁରଞ୍ଜନ କୁମାର ସାହୁ ଏହି ସମ୍ମାନଜନକ ପୁରସ୍କାର ଗ୍ରହଣ କରିଛନ୍ତି। ଜିଲ୍ଲାପାଳ ଡା ଶୁଭଙ୍କର ମହାପାତ୍ରଙ୍କ ମାର୍ଗଦର୍ଶନ, ଜିଲ୍ଲା ପ୍ରଶାସନ ଓ ସମସ୍ତ ବିଭାଗର ସମନ୍ୱିତ ପ୍ରୟାସ ଯୋଗୁଁ ଗ୍ରାମାଞ୍ଚଳରେ ସ୍ୱଚ୍ଛତା ଏବଂ ପରିବେଶ ସୁରକ୍ଷା କ୍ଷେତ୍ରରେ ଏହି ବଡ଼ ସଫଳତା ମିଳିପାରିଛି।
ସୁନ୍ଦରଗଡ ଜିଲ୍ଲା ହାତୀବନ୍ଧା ପଞ୍ଚାୟତ ପଞ୍ଚାୟତିରାଜ ମନ୍ତ୍ରାଳୟ ପକ୍ଷରୁ ଦିନ ଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର(ଦ୍ୱିତୀୟ) ୨୦୨୩-୨୪ ମିଲିଲା
|
June 4, 2026 |



