ସୁନ୍ଦରଗଡ ତା:୩୦/୮/୨୦୨୬(ସନ୍ଧାନ ନ୍ୟୁଜ) ଅନେକ ସମୟ ଧରି ଜିଲ୍ଲା ରେ ଚୋରି ଲାଗିରହିଥିବା ବେଳେ ସୁନ୍ଦରଗଡ ପୋଲିସ କୁ ଏକ ବଡ ସଫଳତା ମିଳିଛି । ସମ୍ବଲପୁର ସହିତ ସୁନ୍ଦରଗଡ ଜିଲ୍ଲାରେ ଅତ୍ୟଧିକ ସମୟ ଧରି ଚୋରି ମାମଲାରେ ଆତଙ୍କ ଖେଳାଇ ଥିବା ଚୋର ଦଳକୁ ସୁନ୍ଦରଗଡ ପୋଲିସ ଗିରଫ କରିଛି । ସୂଚନା ଅନୁସାରେ ଏହି ଚୋର ଦଳକୁ ଧରିବାପାଇଁ ସୁନ୍ଦରଗଡ ଏସପି ଙ୍କ ନିର୍ଦ୍ଦେଶରେ ଏକ ଟିମ୍ ଗଠନ କରାଯାଇ ଜିଲ୍ଲା ଏସ. ଡି.ପି.ଓ ଶ୍ରୀଯୁକ୍ତ ନିର୍ମଳ କୁମାର ମହାପାତ୍ର ନେତୃତ୍ୱ ନେଇଥିଲେ । ଏହି କ୍ରମରେ ଚୋର ଦଳକୁ ଲେଫ୍ରୀପଡ଼ା ଥାନା ଅଧିକାରୀ ସସ୍ମିତା ଦେବତା ତଦନ୍ତ ଚଳାଇଥିବା ବେଳେ ପାଞ୍ଚ ଜଣ ଅଭିଯୁକ୍ତ ଧରାପଡ଼ିବା ସହ ଜଣେ ବାଳ ଅପରାଧୀଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି । ଅଭିଯୁକ୍ତ ମାନେ ହେଲେ ଆଜେନ୍ଦ୍ର ରୋହିଦାଶ,ହେମନ୍ତ ମୁଣ୍ଡା,ଅନିଲ ରୋହିଦାସ,ରାଜୁ ବିଶ୍ୱକର୍ମା ଓ ପାର୍ଥିବ ମଣ୍ଡଳ। ଗିରଫ କରିବା ସହିତ ବିପୁଳ ପରିମାଣର ଚୋରି ସାମଗ୍ରୀ ଜବତ କରାଯାଇଛି । ତାଙ୍କ ନିକଟରୁ ୬ ଟି ବାଇକ୍, ୧୦ଟି ଗ୍ୟାସ ସିଲିଣ୍ଡର,ବିଭିନ୍ନ ରୋଷେଇ ସାମଗ୍ରୀ,କମ୍ପ୍ୟୁଟର,ବ୍ୟାଟେରୀ ସିପିୟୁ,ମୋବାଇଲ ଫୋନ ସହ ଅନ୍ୟାନ୍ୟ ବିପୁଳ ସାମଗ୍ରୀ ଜବତ କରାଯାଇଛି । ଏହି ଚୋର ଦଳର ପୁରୁଣା ଅପରାଧିକ ମାମଲା ଉପରେ ଯାଞ୍ଚ କରୁଥିବା ବେଳେ ଅଭିଯୁକ୍ତ ୨୨ ଗୋଟି ମାମଲା ରହିଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି । ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି ।
ସୁନ୍ଦରଗଡ ଓ ସମ୍ବଲପୁର ଜିଲ୍ଲାରେ କ୍ରମାଗତ ଜଡିତ ଥିବା ଚୋର ଦଳ ଗିରଫ, ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ
|
August 30, 2026 |



