ସୁନ୍ଦରଗଡ ସନ୍ଧାନ ନିଉଜ ( ଶୁଭ୍ରାଂଶୁ ପଣ୍ଡା) ୧୯/୦୫/ ୨୦୨୫ – ଆଜି ପ୍ରାୟ ୪ ଟା ସମୟରେ ସୁନ୍ଦରଗଡ ଏବଂ ସୁନ୍ଦରଗଡ ନିକଟତମ ଅଞ୍ଚଳରେ ପ୍ରବଳ ମାତ୍ରାରେ ପବନ ସହ ବର୍ଷା ଦେଖାଦେଇଥିଲା I ବର୍ଷା ସାଙ୍ଗକୁ ପବନ ଏତେ ଜୋର ରେ ହୋଇଥିଲା ଯେ ସୁନ୍ଦରଗଡ କିଛି ଅଞ୍ଚଳରେ ଗଛପଡ଼ିବା ସହ ବିଦ୍ୟୁତ ବାଧାପ୍ରାପ୍ତ ଦେଖା ଯାଇଥିଲା I ହଠାତ ଏତେ ଜୋରରେ ବର୍ଷା ସହ ପ୍ରବଳ ମାତ୍ରାରେ ପବନ ବହିବା ଯୋଗୁ ହଠାତ ୫ ଟା ବେଳେ ହିଁ ସୁନ୍ଦରଗଡ ଟାଉନ ଜନ ଶୂନ୍ୟ ହୋଇଯାଇଥିଲା I ରାସ୍ତା ପାର୍ଶ୍ୱରେ ଗଛ ଗୁଡାକ ଭାଙ୍ଗି ପଡିବା ହେତୁ ଯାନ ବାହାନ ଚଳାଚଳରେ ମଧ୍ୟ ବାଧାପ୍ରାପ୍ତ ଦେଖାଯାଇଥିଲା I
ସୁନ୍ଦରଗଡ ଏବଂ ସୁନ୍ଦରଗଡ ନିକଟତମ ଅଞ୍ଚଳରେ ପ୍ରବଳ ମାତ୍ରାରେ ପବନ ସହ ବର୍ଷା
|
May 20, 2025 |
