ସୁଖୋଇ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ: ମୃତ୍ୟୁମୁଖର ବର୍ତ୍ତିଲେ ୨ ପାଇଲଟ୍‍,

Spread the love

ମହାରାଷ୍ଟ୍ର, ୨୭/୬  (ସନ୍ଧାନ ନିୟୁଜ) : ମହାରାଷ୍ଟ୍ରର ନାସିକ୍‍ ନିକଟରେ ବୁଧବାର ଏକ ସୁଖୋଇ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନର ଦୁଇ ଜଣ ପାଇଲଟ୍‍ ନିଶ୍ଚିତ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏହି ଘଟଣାରେ କେହି ମୃତାହତ ହୋଇନାହାନ୍ତି। ପାଇଲଟ୍‍ ଦ୍ୱାୟ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍‍ (ହାଲ୍‍)ର ସୁଖୋଇ ଏସ୍‍ୟୁ- ୩୦ଏମ୍‍କେଆଇ ଟ୍ୱିନ୍‍ଜେଟ୍‍କୁ ନେଇ ନିୟମିତ ପରୀକ୍ଷାମୂଳକ ଉଡାଣ କରିଥିଲେ। ପୂର୍ବହ୍ଣ ୧୧ଟା ୫ ମିନିଟ୍‍ରେ ବିମାନ ଅବତରଣ କରିବା ବେଳେ ଏହା ଦୁର୍ଘଟଣାଗ୍ରସ୍ତ ହୋଇ ପିମ୍ପଲାଗାଓଁ ବାସ୍ୱନ୍ତ ସହର ଅନ୍ତର୍ଗତ ୱାଭି-ତୁଶିସ୍ଥିତ ଏକ ଖୋଲା ପଡିଆରେ ଖସିପଡିଥିଲା। ପାଇଲଟ୍‍ଦ୍ୱୟ ଜୀବନ ରକ୍ଷା ନିମନ୍ତେ ତୁରନ୍ତ ପାରାଚୁଟ୍‍ ସହ ବିମାନରୁ ଲମ୍ଫ ପ୍ରଦାନ କରିଥିଲେ। ଦୁର୍ଘଟଣାରେ ବିମାନଟି ଜଳି ଯାଇଛି। ଏ ସମ୍ବନ୍ଧରେ ଖବର ପାଇ ଓଝାର ବାୟୁସେନା ଘାଟିରୁ ବାୟୁସେନା ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ। ତେବେ ଦୁର୍ଘଟଣାର କାରଣ ସମ୍ବନ୍ଧରେ ତଦନ୍ତ ଆରମ୍ଭ ହୋଇଛି।

Related Posts

About The Author

Add Comment