Homeଜିଲ୍ଲା ପରିକ୍ରମାକଟକସିମେଣ୍ଟ କାରଖାନା ସଂପ୍ରସାରଣ ଉପରେ ପ୍ରଶାସନ ନିକଟରେ ଆପତ୍ତି ଉଠାଇଲା ପ୍ରଭାବିତ ଜନମଞ୍ଚ ସିମେଣ୍ଟ କାରଖାନା ସଂପ୍ରସାରଣ ଉପରେ ପ୍ରଶାସନ ନିକଟରେ ଆପତ୍ତି ଉଠାଇଲା ପ୍ରଭାବିତ ଜନମଞ୍ଚ Manas Kumar Rout | November 29, 2018 | Spread the love34 34Sharesଯାଜପୁର ତା ୨୯/୧୧ (ସନ୍ଧାନ ନିୟୁଜ/ମାନସ ରାଉତ ) -ଯାଜପୁର ଓ କଟକ ଜିଲ୍ା ସୀମାନ୍ତରେ ଥିବା ଡାଲମିଆଁ ସିମେଣ୍ଟ ଗ୍ରୁପର ଓଡ଼ିଶା ସିମେଣ୍ଟ ଲିମିଟେଡ ପକ୍ଷରୁ ଚାଲୁଥିବା କପିଳାସ ସିମେଣ୍ଟ ମେନୁଫ୍ୟାକ୍ଚରିଙ୍ଗ୍ ୱାର୍କ୍ସ ସିମେଣ୍ଟ କାରଖାନାର ବାର୍ଷିକ ଉତ୍ପାଦନ କ୍ଷମତା ୧.୭ରୁ ୪.୨ ମିଲିୟନ ଟନକୁ ବୃଦ୍ଧି କରିବା ନିମନ୍ତେ ରାଜ୍ୟ ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡରୁ ଆବଶ୍ୟକୀୟ ପରିବେଶ ମଞ୍ଜୁରୀ ନିମନ୍ତେ ଗତକାଲି ଯାଜପୁର ଜିଲ୍ା ଦର୍ପଣ ତହସିଲ ଅନ୍ତର୍ଗତ ଅମୀୟଝରୀ ଗ୍ରାମ ଭୂୟାଁ ପଡ଼ିଆ ଠାରେ ଏକ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଥିଲା । ଏଥି ପୂର୍ବରୁ ମଙ୍ଗଳବାର ଦିନ କଟକ ଜିଲ୍ା ଟାଙ୍ଗୀ- ଚୌଦ୍ୱାର ତହସିଲ ଅନ୍ତର୍ଗତ ସୁନିଆପଦା ଠାରେ ମଧ୍ୟ ସମ ଭାବେ ଏକ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଥିଲା । ଉଭୟ ଜନଶୁଣାଣୀ ଶିବିରରେ କାରଖାନା ସଂପ୍ରସାରଣ ସପକ୍ଷରେ ବିପୁଳ ମତ ପ୍ରକାଶ ପାଇଥିବା ନେଇ କମ୍ପାନୀ ପକ୍ଷରୁ ଦୃଢୋକ୍ତି ପ୍ରକାଶ କରାଯାଉଥିଲେ ମଧ୍ୟ ଏହାକୁ କମ୍ପାନୀ ଦ୍ୱାରା ପ୍ରାୟୋଜିତ ଜନଶୁଣାଣୀ ବୋଲି ଅଭିଯୋଗ ହୋଇଛି । କପିଳାସ ସିମେଣ୍ଟ ମେନୁଫ୍ୟାକ୍ଚରିଙ୍ଗ୍ ୱାର୍କ୍ସ ପ୍ରଭାବିତ ଜନମଞ୍ଚର ଆବାହକ ଆଇନ୍ିଜିବୀ ଉଦୟନାଥ ସାହୁ ଅଭିଯୋଗ କରିଛନ୍ତି ଯେ କମ୍ପାନୀ ଦ୍ୱାରା ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଲାଭାନ୍ୱିତ ହୋଇ ଆସିଥିବା ନିର୍ଦ୍ଧିଷ୍ଟ କିଛି ମୁଷ୍ଟିମେୟ ଓ ରାଜନୈତିକ ବ୍ୟକ୍ତିଙ୍କୁ ଉଭୟ ଜନଶୁଣାଣୀରେ ମତ ଦେବାକୁ ସୁଯୋଗ ଦିଆଯାଇଥିବା ବେଳେ ପ୍ରକୃତ ପକ୍ଷେ ଯେଉଁ ଲୋକମାନେ ଏହି କାରଖାନା ଏଠାରେ ଚାଲିବାର ୧୦ ବର୍ଷ ମଧ୍ୟରେ ବିଭିନ୍ନ ବାଟରେ ପ୍ରଭାବିତ ହୋଇଆସିଛନ୍ତି ସେମାନଙ୍କୁ ଏଠାରେ ମତ ଦେବାର ସୁଯୋଗ ଦିଆଯାଇ ନଥିଲା । ତେଣୁ ସ୍ୱଭାବିକ୍ ଭାବେ କମ୍ପାନୀ ନିୟୋଜିତ କରିଥିବା ନିର୍ଦ୍ଧିଷ୍ଟ କିଛି ଲୋକଙ୍କ ମତ ଆଧାରରେ ଆଗାମୀ ସଂପ୍ରସାରଣ ସପକ୍ଷରେ ଜନମତ ରହିଥିବା ବିବେଚନା କରିବା ବାହୁଲ୍ୟ ମାତ୍ର । କାରଣ ୨୦୧୧ ମସିହାରେ ଏହି କାରଖାନା ଯେତେବେଳେ ତାର ଉତ୍ପାଦନ କ୍ଷମତା ୦.୯ ରୁ ବୃଦ୍ଧି କରିବା ନିମନ୍ତେ ପ୍ରସ୍ତାବ ରଖିଥିଲା ସେତେବେଳେ ଏଥିନିମନ୍ତେ ଅନୁଷ୍ଠିତ ଜନଶୁଣାଣୀରେ ସ୍ଥାନୀୟ ବାସିନ୍ଦା ଏବଂ ସରକାରଙ୍କ ନିକଟରେ ସ୍ଥାନୀୟ ଅଞ୍ଚଳରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ପରିମଳ, ମହିଳା ଓ ଯୁବ ସଶକ୍ତିକରଣ, ଭିତ୍ତିଭୂମୀ ବିକାଶ ଏବଂ ପରିବେଶ ସୁରକ୍ଷା ନିମନ୍ତେ ୫ ବର୍ଷ ମଧ୍ୟରେ ମୋଟ ୪.୮୦ କୋଟି ଟଙ୍କା ବ୍ୟୟ କରିବାକୁ କମ୍ପାନୀ ଯେଉଁ ଲୋଭାଣୀଆ ପ୍ରତିଶୃତି ମାନ ଦେଇ ଆବଶ୍ୟକୀୟ ପରିବେଶ ମଞ୍ଜୁରୀ ହାସଲ କରିଥିଲା ଅଦ୍ୟାବଧି ତାହାକୁ ପାଳନ କରିନାହିଁ । କର୍ପୋରେଟ ସାମାଜିକ ଦାୟୀତ୍ୱ (ସି ଏସ ଆର) ସଂକଳ୍ପକୁ ମଧ୍ୟ କାରଖାନା କତ୍ତୃପକ୍ଷ ଆଦୌ ଅନୁପାଳନ କରିନଥିବା ଏଠାରେ ପ୍ରତୀୟମାନ ହୋଇଛି । କମ୍ପାନୀ ଯଦି ତାହାକୁ ଅନୁପାଳନ କରିଥାନ୍ତା ତେବେ ଆଜି ହୁଏତ ଯାଜପୁର ଜିଲ୍ା ଦର୍ପଣ ତହସିଲ ଅନ୍ତର୍ଗତ ପାରିଆ ଓ ବୈରୀ ପଞ୍ଚାୟତର ହ୍ରଦ ସାହି, ବଗଉ, ଝାଟିଆ, ବରଗଡ଼ା ଓ ନିମଢିଅ ଭଳି କାରଖାନା ସଂଲଗ୍ନ ପଡ଼ା ଗ୍ରାମ ଗୁଡ଼ିକର ନିରିହ ଓ ଗରୀବ ଭୂମିହୀନ ଜନଜାତି ଲୋକମାନଙ୍କ ସାମାଜିକ ଆର୍ଥôକ ସ୍ଥିତି କଳାହାଣ୍ଡି ଓ କୋରାପୁଟ ଉପାନ୍ତ ଅଞ୍ଚଳର ଲୋକମାନଙ୍କ ଭଳି ରହିନଥାନ୍ତା । କମ୍ପାନୀ ପକ୍ଷରୁ ଏସବୁ ଗ୍ରାମଗୁଡ଼ିକରେ ନିଜର ପାରିପାଶ୍ୱର୍ିକ ଉନ୍ନତି କ୍ରମରେ ଲୋକ ମାନଙ୍କର ସାମାଜିକ ଓ ଆର୍ଥିକ ଉନ୍ନତି ପ୍ରତି ଅଣଦେଖା କରାଯାଇ ଆସିଥିବା ଏଠାରେ ସ୍ପଷ୍ଟ ପରିଲକ୍ଷିତ ହୁଏ । ୯୦ ପ୍ରତିଶତ ସ୍ଥାନୀୟ ଲୋକଙ୍କୁ ଏହି କାରଖାନାରେ ନିଯୁକ୍ତି ମିଳିବାକୁ ନିଦେ୍ର୍ଦଶ ରହିଥିବା ବେଳେ ଏହି ସବୁ ଗ୍ରାମ ମଧ୍ୟରୁ କେହି ଜଣେ ବି ହେଲେ ଳୋକଙ୍କୁ କମ୍ପାନୀ ପକ୍ଷରୁ ନିଯୁକ୍ତି ଦିଆଯାଇନାହିଁ । ସେହିଭଳି କମ୍ପାନୀ ସରକାରଙ୍କ ଠାରୁ ଶହ ଶହ ଏକର ସରକାରୀ ଓ ଜଙ୍ଗଲ ଜମି ଆହରଣ କରିବାରେ ସକ୍ଷମ ହୋଇଥିବା ବେଳେ ଏସବୁ ଗା୍ରମ ଗୁଡ଼ିକର ୯୦ଭାଗ ଭୂମିହୀନ ପରିବାର ଜଙ୍ଗଲ ଓ ସରକାରୀ ଜମିରେ ବସବାସ କରୁଥିଲେ ମଧ୍ୟ ସେମାନେ କିଭଳି ଜମି ପଟ୍ଟା ଖଣ୍ଡେ ପାଇବେ ସେଥିନେଇ କମ୍ପାନୀ କତ୍ତୃପକ୍ଷ ଆଗ୍ରହ ଦେଖାଇ ନାହାନ୍ତି । କମ୍ପନୀ ଏଠାରେ ନିଜ ଜମି ସମେତ କିଛି ଜଙ୍ଗଲ ଜମିକୁ ବେଆଇନ ଜବର ଦଖଲ କରି ସେଠାରେ ଏକ ବିଶାଳ ସୌର ବିଦ୍ୟୁତ ଉତ୍ପାଦନ କେନ୍ଦ୍ର ସ୍ଥାପନ କରିଥିବା ବେଳେ ଏସବୁ ଗ୍ରାମଗୁଡ଼ିକର ଅଧିକାଂଶ ପରିବାର ଏବେବି ଅନ୍ଧାରରେ ବାସ କରୁଛନ୍ତି । ଏସବୁ ଗ୍ରାମ ଗୁଡ଼ିକୁ ନିତି ଦିନିଆ ରାସ୍ତାଟିଏ ମଧ୍ୟ ଏଯାଏ ହୋଇପାରିନାହିଁ । ପୂର୍ବ ପରିବେଶ ମଞ୍ଜୁରୀ ପ୍ରାପ୍ତ କରିବା ସମୟରେ କମ୍ପାନୀକୁ ଆବଶ୍ୟକ ପଡ଼ୁଥିବା ଜଳ ମଧ୍ୟରୁ ସର୍ବାଧିକ ଜଳ ପାଇପ୍ ଲାଇନ ଯୋଗେ ବିରୂପା ନଦୀରୁ ଆଣିବାକୁ ନିଦେ୍ର୍ଦଶନାମା ରହିଥିଲେ ମଧ୍ୟ ତାହାର ଅନୁପାଳନ କରାନଯାଇ କାରଖାନା ପରିସରରେ ଅତି ଗୁପ୍ତଭାବେ ୩୦ ଗୋଟି ୭୦୦ ଫୁଟ ଗଭୀର ନଳକୂପ ସ୍ଥାପନ କରି ସେଠାରୁ କେବଳ ଭୂତଳ ଜଳ ଉତ୍ତୋଳନ କରି ହିଁ ୬ ବର୍ଷ ହେଲା ଏହି ଶିଳ୍ପ ଚାଲୁ ରହିଛି ଫଳରେ ଫେବୃୟାରୀ ମାସରୁ ହିଁ ଏ ଅଞ୍ଚଳରେ ଜଳ ସଂକଟ ସୃଷ୍ଟି ହେଉଛି । ଗତକାଲିର ଜନଶୁଣାଣୀରେ ଉପସ୍ଥିତ ରହି ସ୍ଥାନୀୟ ପ୍ରଭାବିତ ଜନସାଧାରଣଙ୍କ ପକ୍ଷରୁ ଏସମସ୍ତ ପ୍ରସଙ୍ଗ ଆଧାର ସମ୍ବଳିତ ଏକ ଦାବୀ ପତ୍ର ରାଜ୍ୟ ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବଙ୍କ ଉଦେଶ୍ୟରେ ସେଠାରେ ଉପସ୍ଥିତ ଅତିରିକ୍ତ ଜିଲ୍ାପାଳ ଏବଂ ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀଙ୍କ ମାଧ୍ୟମରେ ଶ୍ରୀ ସାହୁ ଉପସ୍ଥାପନ କରି କମ୍ପାନୀ କତ୍ତୃପକ୍ଷ ପୂର୍ବ ସର୍ତ୍ତ ଓ ସଂକଳ୍ପ ଗୁଡ଼ିକ ଉଳଘଂନ କରିଥିବା ଓ ଅନୁପାଳନ କରିନଥିବାରୁ କାରଖାନାର ପୁନଃ ସଂପ୍ରସାରଣ ପାଇଁ ଅନୁମତି ନଦେବା ସଙ୍ଗେ ସଙ୍ଗେ ଆଇନ ଅନୁଯାଇ ସର୍ତ୍ତ ଖିଲାପ ଅଭିଯୋଗରେ ଏହି କାରଖାନାକୁ ବନ୍ଦ କରିବାକୁ ପଦକ୍ଷେପ ନେବାକୁ ସେ ଦାବୀ କରିଛନ୍ତି । 34Shares Related Posts ୧୯ରେ ୨ ଦିନିଆ ଓଡିଶା ଗସ୍ତରେ ଆସିବେ ପିଏମ ମୋଦୀ, ପୁରୀରେ ରୋଡ୍ ଶୋ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି May 17, 2024 | Hemanta Bhainsa | ଅଧିକ ପଢନ୍ତୁ କରୋନାଭାଇରସ ସତର୍କତା : ଜାରିହେଲା ଟ୍ରୋଲ୍ ଫ୍ରି ନମ୍ବର January 27, 2020 | Biswajit Parida | ଅଧିକ ପଢନ୍ତୁ ବ୍ୟକ୍ତିଗତ ଜାଗାରେ ସରକାରୀ ପ୍ରକଳ୍ପକୁ ବିରୋଧ December 22, 2020 | 2005lindadavis1989 | ଅଧିକ ପଢନ୍ତୁ ବ୍ୟାପକ ଫସଲ କ୍ଷତି ଯୋଗୁ ବିଷ ପିଇ ଚାଷୀ ଆତ୍ମହତ୍ୟା, ପ୍ରତିବାଦରେ ୫ ଘଂଟା ଧରି ଜାତୀୟ ରାଜପଥ ଅବରୋଧ, ପରିବାରକୁ ଥଇଥାନ ସହିତ କ୍ଷତିପୂରଣ ଦାବି April 14, 2019 | Manas Kumar Rout | ଅଧିକ ପଢନ୍ତୁ About The Author Manas More From This Author Add Comment Cancel reply Save my name, email, and website in this browser for the next time I comment.
୧୯ରେ ୨ ଦିନିଆ ଓଡିଶା ଗସ୍ତରେ ଆସିବେ ପିଏମ ମୋଦୀ, ପୁରୀରେ ରୋଡ୍ ଶୋ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି May 17, 2024 | Hemanta Bhainsa | ଅଧିକ ପଢନ୍ତୁ
ବ୍ୟାପକ ଫସଲ କ୍ଷତି ଯୋଗୁ ବିଷ ପିଇ ଚାଷୀ ଆତ୍ମହତ୍ୟା, ପ୍ରତିବାଦରେ ୫ ଘଂଟା ଧରି ଜାତୀୟ ରାଜପଥ ଅବରୋଧ, ପରିବାରକୁ ଥଇଥାନ ସହିତ କ୍ଷତିପୂରଣ ଦାବି April 14, 2019 | Manas Kumar Rout | ଅଧିକ ପଢନ୍ତୁ