ସାବିତ୍ରୀ ବ୍ରତ ପାଳିତ : ସ୍ୱାମୀଙ୍କ ମଙ୍ଗଳ କାମନା କରି ସଧବାଙ୍କ ପୂଜାର୍ଚ୍ଚନା

Spread the love
  •  
  •  
  •  
  •  
  •  
ବାଲିଗୁଡା, ୦୬/୦୬/୨୪: (ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ): ଆଜି ହେଉଛି ସାବିତ୍ରୀ ବ୍ରତ । ଓଡ଼ିଆ ପରମ୍ପରା ଅନୁଯାୟୀ ଆଜିର ଦିନରେ ବ୍ରତ ରଖିଥାନ୍ତି ସଧବା । ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ସାରାଦିନ ଉପବାସ ରଖିଥାନ୍ତି ପତ୍ନୀ । ସ୍ୱାମୀଙ୍କ ପାଇଁ ଦିନ ଟିଏ ପାଳନ କରନ୍ତି ସ୍ତ୍ରୀ । କନ୍ଧମାଳ ଜିଲ୍ଲା ବାଲିଗୁଡା ଓ ଏହାର ଆଖପାଖ ଅଞ୍ଚଳରେ ଥିବା ସମସ୍ତ ଶ୍ରୀ ଜଗନ୍ନାଥ ମନ୍ଦିର, ଚଉଁରା ମୂଳରେ ଏବଂ ଠାକୁର ଘରେ ଚଳଚଞ୍ଚଳ ହୋଇ ପୂଜାର୍ଚ୍ଚନା କରି ବ୍ରତୋତ୍ସବ ସହ ସାବିତ୍ରୀ ଉପାଖ୍ୟାନ ପାଠ କରାଯାଏ । ବାସ୍ତବରେ ଏ ପୂଜାର ଆରାଧ୍ୟା ଦେବୀ ହେଉଛନ୍ତି ମା’ ସାବିତ୍ରୀ । ମହିଳା ମାନେ ନୂଆ ଶଙ୍ଖା, ସିନ୍ଦୂର, ଫଳ, ବିଭିନ୍ନ ପୂଜା ସାମଗ୍ରୀ ନେଇ  ପୂଜା କରୁଛନ୍ତି ମହିଳାମାନେ। ଦିନ ତମାମ ଉପବାସ ରହି ବ୍ରତ ପାଳନ କରିଛନ୍ତି । ଆଜି ଦିନରେ ବ୍ରତଧାରୀ ମହିଳା ମାନେ ଅନ୍ନଗ୍ରହଣ କରୁନଥିବା ବେଳେ, ପୂଜା ଶେଷ ପରେ ଫଳାହାର କରିଥାନ୍ତି । କାହିଁ କେଉଁ ଯୁଗରୁ ରହି ଆସିଛି ଏହି ପରମ୍ପରା  । ଯମରାଜଙ୍କ କବଳରୁ ସତ୍ୟବାନଙ୍କୁ ଫେରାଇ ଆଣିଥିଲେ ସାବିତ୍ରୀ । ଏହି ପୌରାଣିକ ଗାଥାକୁ ପାଥେୟ କରି ବିଶେଷ କରି ହିନ୍ଦୁ ଧର୍ମର ମହିଳା ମାନେ ଏହି ସାବିତ୍ରୀ ବ୍ରତ ପାଳନ କରିଥାନ୍ତି ।

Related Posts

About The Author

Add Comment