ସୁନ୍ଦରଗଡ ତା:୧୫/୧୦/୨୦୨୫( ସନ୍ଧାନ ନ୍ୟୁଜ/ରାଜୁ ପଟେଲ) ସବଡେଗା ସାପ୍ତାହିକ ହାଟରେ ଥିବା ବିଦେଶୀ ମଦ ଦୋକାନ ସାଜିଛି ବ୍ୟବସାୟୀ ସହିତ ଗ୍ରାହକଙ୍କ ପାଇଁ କାଳ । ସାଜିଛି ପ୍ରତ୍ୟେକ ମୁହୂର୍ତ୍ତରେ ଦୁର୍ଘଟଣାର ମୁକ ସାକ୍ଷୀ । ସାପ୍ତାହିକ ହାଟରେ ସପ୍ତାହରେ ଛଅ ଦିନ ମଦ ବୋତଲ ଗଦୁଥିବା ବେଳେ ହାଟ ଦିନରେ ପାଲଟିଛି ଦୁର୍ଘଟଣାର ମୁକସାଖି । ଅନେକ ସମୟେ ସଫା ସୁତରା କୁ କେନ୍ଦ୍ରକରି ଆବର୍ଜନା ପୋଡ଼ିବାରେ ମଦ ବୋତଲ ଫୁଟି ଅନେକ ଲୋକେ ଦୁର୍ଘଟଣା ର ଶିକାର ହୋଇ ସବଡେଗା ଚିକିତ୍ସାଳୟ ରେ ଚିକିତ୍ସିତ ହେବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଥିବା ସୂଚନା ରହିଛି ।ତା ସହିତ ମଦପିଇ ହାଟ ନିକଟରେ ଥିବା ଚାଷ ଜମିରେ ବୋତଲ ଫୋଫାଡ଼ି ବା କାରଣରୁ ଚାଷୀ ଦୁର୍ଘଟଣାର ଶୀକାର ହେବା ସାଧାରଣରେ ଚର୍ଚ୍ଚା ହେଉଛି । ମୁଖ୍ୟ ରାଜରାସ୍ତା ୨୪ ର ୧୦୦ ରୁ ୨୦୦ ମିଟର ଦୂରତା ଥାଇ ସରକାରଙ୍କ ସ୍ଵୀକୃତି ହେବା ପ୍ରଶାସନର ଅପାରଗତା ସହିତ ପୁଞ୍ଜିପତି ସହିତ ମଧୁଚାନ୍ଦ୍ରିକା ରହିଥିବା ସାଧାରଣରେ ଚର୍ଚ୍ଚା ହେଉଛି । ଏହି କାରଣରୁ ଅଞ୍ଚଳରେ ଆଇନଶୃଙ୍ଖଳା, ଶିକ୍ଷା,ସ୍ବାସ୍ଥ୍ୟ ଓ ସୁରକ୍ଷା ବ୍ୟବସ୍ଥା ବିଶେଷ ଭାବରେ ନିମ୍ନ ତର ହେବାରେ ଲାଗିଛି । ଆଗାମୀ ଦିନରେ ପ୍ରଶାସନର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଥିବା ଜଣାପଡିଛି ।
ସାପ୍ତାହିକ ହାଟରେ ଗଡୁଛି ମଦ ବୋତଲ ,ବ୍ୟବସିୟୀ ସହିତ ଗ୍ରାହକ ଦୁର୍ଘଟଣାରେ ପ୍ରଭାବିତ
|
October 15, 2025 |



