ଯାଜପୁର ସଦର, : ୨୩/୫/୨୬ (ସନ୍ଧାନ ନ୍ୟୁଜ ) ଓଡ଼ିଶାରେ ଚଳିତ ବର୍ଷ ଉଚ୍ଚ ମାଧ୍ୟମିକ ପରୀକ୍ଷା ଫଳ ଗତ କାଲି ପ୍ରକାଶ ପାଇଛି | ଏଥିରେ ସାରା ଓଡ଼ିଶାରେ ୮୫% ଛାତ୍ର ଛାତ୍ରୀ ଉତୀର୍ଣ୍ଣ ହୋଇଥିବା ବେଳେ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ମଙ୍ଗଳପୁର ନିକଟସ୍ଥ ବୌଳାଙ୍ଗ କନିକାପଡା ସ୍ଥିତ ସାଧୁଗୌରେଶ୍ୱର (ଏସଜି କଲେଜ ) ମହାବିଦ୍ୟାଳୟର ଯୁକ୍ତ ୨ ବିଜ୍ଞାନ ଛାତ୍ରୀ ମାନସୀ ନାଥ ସର୍ବୋଚ୍ଚ ୫୭୧ ନମ୍ବର ରଖି ସାଧୁଗୋରେଶ୍ୱର ମହାବିଦ୍ୟାଳୟ ତଥା ମଙ୍ଗଳପୁର ଅଞ୍ଚଳରେ ଖ୍ୟାତି (ସୁନାମ ଅର୍ଜନ ) କରିଛନ୍ତି | ମାନସୀ ଏହି ସଫଳତା ପାଇବା ପରେ ମାନସୀଙ୍କ ନିକଟକୁ ସାଙ୍ଗ ସାଥି, ବନ୍ଧୁ ବାନ୍ଧବ, ମହାବିଦ୍ୟାଳୟର ଅଧ୍ୟକ୍ଷ, ଅଧ୍ୟାପକ, ଅଧ୍ୟାପିକାଙ୍କ ସମେତ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟି ଆସିଛି | ମାନସୀଙ୍କ ଘର ମଙ୍ଗଳପୁର ପଞ୍ଚାୟତର ବଜରାପାଟ ଗ୍ରାମରେ ହୋଇଥିବା ବେଳେ ସେ ଦିଲୀପ କୁମାର ନାଥଙ୍କ ଝିଆରୀ ଓ ପିତା ନିରଞ୍ଜନ ନାଥ ଏବଂ ମାତା ବିଜୟାଲଷ୍ମୀଙ୍କ ଝିଅ ଅଟନ୍ତି | ଛାତ୍ରୀ ମାନସୀ ଭବିଷ୍ୟତରେ ସମାଜ ସେବା ସହିତ ଜଣେ ଡାକ୍ତର କିମ୍ବା ସପ୍ଟ ୱେୟାର ଇଞ୍ଜିନିଅର ହେବାର ଆଶା ରଖିଛନ୍ତି ବୋଲି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି | ମାନସୀଙ୍କର ଏଭଳି ସଫଳତା ପାଇଁ ମାନସୀଙ୍କୁ ଯାଜପୁର ବିଧାୟିକା ସୁଜାତା ସାହୁ, ବିଂଝାରପୁର ବିଧାୟିକା ତଥା ବିରୋଧୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ, ଯାଜପୁର ଜିଲ୍ଲା ବିଜେଡି ସଭାପତି ସରୋଜ କୁମାର ମହାପାତ୍ର, ଯାଜପୁର ଜିଲ୍ଲାର ପୂର୍ବତନ ବିଜେପି ଜିଲ୍ଲା ସଭାପତି ଗୌତମ ରାୟ, ଯାଜପୁରର ବରିଷ୍ଠ ସମାଜସେବୀ କର୍ଣ୍ଣାଟ କେଶରି ଦାସ, ମଙ୍ଗଳପୁର ପଞ୍ଚାୟତର ସରପଞ୍ଚ ସସ୍ମିତା ଧଳ , ପୂର୍ବତନ ସରପଞ୍ଚ ଶିଶିର କୁମାର ଧଳ, ସମାଜସେବୀ ବୁଦ୍ଧଦେବ ବେହେରା,ମହାବିଦ୍ୟାଳୟର ଅଧ୍ୟକ୍ଷ ଜିତେନ୍ଦ୍ର କୁମାର ଦାସଙ୍କ ସମେତ ମହାବିଦ୍ୟାଳୟର ଅଧ୍ୟାପକ,ଅଧ୍ୟାପିକା ଓ ସମସ୍ତ କର୍ମଚାରୀ ମାନେ ମାନସୀଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣେଇ ଛନ୍ତି | ମାନସୀ ଏଭଳି ସଫଳତା ପାଇବା ପରେ ସେ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟ୍ୟପିକା ଓ ତାଙ୍କର ପିତା, ମାତାଙ୍କୁ କୃତଜ୍ଞତା ଜଣେଇଛନ୍ତି |
ସାଧୁଗୌରେଶ୍ୱର ମହାବିଦ୍ୟାଳୟରେ ଟପ୍ପର ହେଲେ ବିଜ୍ଞାନ ଛାତ୍ରୀ ଦିଲୀପ ନାଥଙ୍କ ଝିଆରୀ ମାନସୀ ନାଥ
|
May 23, 2026 |



